ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର ମା’ ରଞ୍ଜୟିନୀ ନାୟକ,ବାପା ଦେବଗଡ଼ ତିଲେଇବନି କୁରଡ଼ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ତପନ କୁମାର ନାୟକଙ୍କ ଝିଅ ସାଇପ୍ରଜ୍ଞା ନାୟକ ୫୫୨,ମାର୍କ ଶତକ ୯୨ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ଜିଲା ଶିକ୍ଷା ବିଭାଗ ସୂଚନା ମୁତାବକ ଜିଲାରେ ମୋଟ୍‌ ପାସ୍‌ହାର ୯୬.୭୧ ଶତକଡା ହେଇଛି। ସାଇପ୍ରଜ୍ଞାଙ୍କୁ ପଚାରିବାରୁୁ ସେ କୁହନ୍ତି, ମୁଁ ଆଗକୁ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛି। ଦିନକୁ ସ୍କୁଲ ଟ୍ୟୁସନ ଛାଡ଼ିକି ପ୍ରତେକ ଦିନ ୮ଘଣ୍ଟା ଅଧିକ ପାଠ ପଢୁଥିଲି । ଏହି ସଫଳରେ ସେ ମା-ବାପା ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ଏବଂ ସମସ୍ତ ଶୁଭେଚ୍ଛୁ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି। ଶତ ପ୍ରତିଶତ କୃତକାର୍ଯ୍ୟ ହେବା ସହ ସ୍କୁଲ ପାଇଁ ସଫଳତା ଆଣିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ବାଲେଶ୍ବର ଅଫିସ, ୧୭।୬- ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ନିକଟସ୍ଥ ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ଗାଁ ତଥା...

ଏତିକି ଦିନ ଯାଏ ବଢିଲା ସ୍କୁଲ ଛୁଟି

ଭୁବନେଶ୍ୱର,୧୭।୬: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ବଳବତ୍ତର ରହିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ସୂଚନା ଦେଇଛନ୍ତି। ରାଜ୍ୟରେ...

ମିଶନ ଶକ୍ତି ଜାରି ରହିବ ନା ବନ୍ଦ ହୋଇଯିବ? ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୬: ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହ ସୋମବାର ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ପାଣିପାଗ ବିଭାଗର ସୂଚନା, ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ଼୍ବର, ୧୭।୬: ଓଡ଼ିଶାର ଉପକୂଳ ଅଞ୍ଚଳରେ ଆହୁରି ୩ରୁ ୪ ଦିନ ତାତି ଅନୁଭୂତ ହେବ । ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri