Posted inଖେଳ

ଟ୍ରେନିଂ ଆରମ୍ଭ କଲେ ସାଇନା ନେହ୍ବାଲ

ନୂଆଦିଲ୍ଳୀ,୯।୮(ପି.ଟି.): ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଦୀର୍ଘ ଦିନ ପରେ ପୁଣି ଟ୍ରେନିଂ ଆରମ୍ଭ କରିଛନ୍ତି। ହାଇଦ୍ରାବାଦ୍‌ର ଏକ ସ୍ବତନ୍ତ୍ର ସ୍ଥାନରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ କିଛି ମାସ ହେବ କ୍ରୀଡ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ତେବେ ଆଗାମୀ କେତେ ସପ୍ତାହ ପରେ ସେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଜାତୀୟ କ୍ୟାମ୍ପରେ ଯୋଗ ଦେବେ ବୋଲି ଆଶା କରାଯାଉଛି।
ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସମ୍ଭାବନା ରଖୁଥିବା ୮ଜଣ ଖେଳାଳିଙ୍କ ମଧ୍ୟ ସାଇନା ଅନ୍ୟତମ। ସାଇ ସାଇନାଙ୍କୁ ଗୋପୀଚାନ୍ଦ ଏକାଡେମୀରେ ଟ୍ରେନିଂ ଆରମ୍ଭ କରିବାକୁ ସାଇ ଅନୁମତି ଦେଇଛି। ତେଲେଙ୍ଗାନା ସରକାର ଅଗଷ୍ଟ ୧ ତାରିଖରେ ଟ୍ରେନିଂ ପାଇଁ ଅନୁମତି ଦେଇଛନ୍ତି। ୭ ତାରିଖରୁ ଏହି ଏକାଡେମୀରେ ଟ୍ରେନିଂ ଆରମ୍ଭ ହୋଇଛି। ପୂର୍ବତନ ୧ ନମ୍ବର ମହିଳା ଖେଳାଳି ସାଇନା ସ୍ବାମୀ ତଥା ଅନ୍ୟତମ ବ୍ୟାଡମିଣ୍ଟନ ତାରକା ପାରୁପାଲ୍ଲୀ କାଶ୍ୟପ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍‌ ପଦକ ବିଜେତା ଆର.ଏମ୍‌.ଭି. ଗୁରୁସାଇଦତ୍ତଙ୍କ ସହ ଗୋପୀଚାନ୍ଦ ଏକାଡେମୀ ନିକଟସ୍ଥ ବିଭିନ୍ନ ସେଣ୍ଟରରେ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ଏବେ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। କାଶ୍ୟପ୍‌ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୪ତମ ସ୍ଥାନରେ ଅଛନ୍ତି। ଅଲିମ୍ପିକ୍ସ ସମ୍ଭାବ୍ୟ ୮ ଜଣ ଖେଳାଳିଙ୍କ ମଧ୍ୟରୁ ଚିରାଗ, ସାତ୍ତ୍ୱିକ ଓ ଅଶ୍ୱିନୀ ପୋନାପ୍ପା ଏବେ ହାଇଦ୍ରାବାଦରେ ନାହାନ୍ତି। ବର୍ତ୍ତମାନ କେବଳ ୪-୫ ଜଣ ଖେଳାଳି ଟ୍ରେନିଂ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଙ୍ଗୁଠିରେ କ୍ରିମ ଲଗାଇ ଫସିଲେ, ଜାଡେଜାଙ୍କ ଉପରେ ଜରିମାନା ଲଗାଇଲା ଆଇସିସି

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହିରୋ ପାଲଟିଥିବା ରବିନ୍ଦ୍ର ଜାଡେଜାଙ୍କର ଅଡୁଆ ବଢ଼ିଛି। ତାଙ୍କ ଉପରେ ଆଇସିସି ଜରିମାନା ଲଗାଇଛି। ବିନା ଅନୁମତିରେ ଆଙ୍ଗୁଠିରେ...

ଗେଲ, ମାଲିଙ୍ଗାଙ୍କୁ କେହି କିଣିଲେ ନାହିଁ

ଲଣ୍ଡନ,୨୧।୧୦- ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡ୍ରେଡ୍‌’ ପାଇଁ ରବିବାର ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାଁଙ୍କୁ ପ୍ରଥମେ...

ନେପାଳକୁ ହରାଇ ଭାରତ ସେମିରେ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ (କାଭା) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ସେମିଫାଇନାଲରେ ଭାରତ...

ଅଜବ ସଂଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଥିବା ଦୁଇ ବୋଲର କ୍ରିଷ୍ଣାପା ଗୌଥମ ଓ ଚେତନ...

ପୃଥ୍ବୀ ଶ’ଙ୍କ ସମର୍ଥନରେ ବାହାରିଲେ ‘ମିଷ୍ଟର କ୍ରିକେଟ’: କହିଲେ ‘ଦଳରୁ ବାହାର କରା ନ ଯାଉ’

ଆଡିଲେଡ୍‌,୨୩।୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିବା ଯୋଗୁ ଭାରତ ଏକାଦଶରୁ ପୃଥ୍ବୀ ଶ’ଙ୍କୁ ବାହାର କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ...

କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍‌

ବଲିଉଡ୍‌ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥାଏ।...

ଧୋନୀଙ୍କ ଭଳି ହେଲିକପ୍ଟର ଶର୍ଟ ମାରୁଥିଲେ ଏହି ଖେଳାଳି, ଘଟିଲା ଏମିତି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କ ଭଲ ପ୍ରଦର୍ଶନ...

ଦୀପା ଖେଳରତ୍ନରେ ସମ୍ମାନିତ, ପୁନିଆ ଅନୁପସ୍ଥିତ, ପ୍ରମୋଦ ପାଇଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୨୯ା୮(ପି.ଟି.)-ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାରା ଅଲିମ୍ପିକ ରୌପ୍ୟ ବିଜୟିନୀ ଦୀପା ମଲିକ ପ୍ରଥମ...

Advertisement
Archives

Model This Week