Posted inଖେଳ

ପୁଣି ପଡ଼ିଆକୁ ଫେରିବେ ସଚିନ ତେନ୍ଦୁଲକର: ଜାଣନ୍ତୁ କେବେ, କେଉଁ ଦଳ ପାଇଁ ଖେଳିବେ

ନୂଆଦିଲ୍ଲୀ,୧୭।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣିଥରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି। ILMT20 ଟୁର୍ନାମେଣ୍ଟ ୨୨ ଫେବୃଆରୀରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଖେଳିବେ। ଏହି ଲିଗରେ ବ୍ରାଏନ ଲାରା, ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା ଏବଂ କେଭିନ ପିଟରସେନଙ୍କ ଭଳି କିମ୍ବଦନ୍ତୀ ଖେଳାଳିମାନେ ମଧ୍ୟ ଖେଳିବେ।

ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗରେ ଭାରତୀୟ ମାଷ୍ଟର୍ସ ଦଳର ଅଧିନାୟକ ହେବେ। ଏହି ଦଳରେ ସୁରେଶ ରାଇନା, ଯୁବରାଜ ସିଂହ, ଇରଫାନ ଏବଂ ୟୁସୁଫ ପଠାନଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ମଧ୍ୟ ଖେଳିବେ। ଏହି ସିଜିନ ୨୨ ଫେବୃଆରୀରେ ଇଣ୍ଡିଆ ମାଷ୍ଟର୍ସ ବନାମ ଶ୍ରୀଲଙ୍କା ମାଷ୍ଟର୍ସ ମ୍ୟାଚ ସହିତ ଆରମ୍ଭ ହେବ ଏବଂ ସଚିନ ମଧ୍ୟ ସେହି ଦିନ କ୍ରିକେଟ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭:୩୦ରେ ଆରମ୍ଭ ହେବ। ଏହା ପରେ, ଭାରତର ଦ୍ୱିତୀୟ ମ୍ୟାଚ ୨୫ ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ହେବ।

ସଚିନ ତେନ୍ଦୁଲକରଙ୍କୁ ଶେଷ ଥର ପାଇଁ ଅକ୍ଟୋବର ୨୦୨୨ରେ କ୍ରିକେଟ ମ୍ୟାଚ ଖେଳିବାର ଦେଖାଯାଇଥିଲା। ସେହି ସମୟରେ, ସଚିନଙ୍କୁ ରୋଡ ସେଫ୍ଟି ୱାଲର୍‌ଡ ସିରିଜର ଫାଇନାଲରେ ଖେଳୁଥିବାର ଦେଖାଯାଇଥିଲା।
ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ ପାଇଁ ଇଣ୍ଡିଆ ମାଷ୍ଟର୍ସ ଦଳ: ସଚିନ ତେନ୍ଦୁଲକର (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଗୁରକୀରତ ସିଂହ ମାନ, ଯୁବରାଜ ସିଂହ, ଷ୍ଟୁଆର୍ଟ ବିନ୍ନି, ୟୁସୁଫ ପଠାନ, ଇରଫାନ ପଠାନ, ପବନ ନେଗି, ନମନ ଓଝା (ଉଇକେଟକିପର), ଅଭିମନ୍ୟୁ ମିଥୁନ, ଧାୱଲ କୁଲକର୍ଣ୍ଣି, ରାହୁଲ ଶର୍ମା, ଶାହବାଜ ନଦୀମ ଏବଂ ବିନୟ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରମିକଙ୍କ ଠାରୁ କମ୍‌ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ

ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା...

କୋହଲିଙ୍କ ଆଗରେ ନଇଁବ BCCI! ନୂଆ ଅପଡେଟ୍‌କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୮।୩: ଯଦିଓ ବିସିସିଆଇ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ, ଏହାକୁ ମଧ୍ୟ ତାର ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି। IPL 2025...

ଜଣେ କି ଦୁଇଜଣ ନୁହେଁ, ୧୩ ଖେଳାଳିଙ୍କୁ ବାହାର କରିଦେବ ପଞ୍ଜାବ କିଙ୍ଗ୍ସ; ଏଭଳି ହେବ…

ନୂଆଦିଲ୍ଲୀ,୧୮।୩: ଆଇପିଏଲ୍‌ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଗୋଟିଏ ବି ଖେଳାଳିଙ୍କୁ ରିଟେନ କରି ନ ଥିଲା। ଦଳ ମେଗା ନିଲାମରେ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି।...

ବିରାଟ କୋହଲି ହେବେ ବ୍ୟାଟିଂ ଅଧିନାୟକ? ବଡ଼ ନିଷ୍ପତ୍ତି ନେବ RCB!

ନୂଆଦିଲ୍ଲୀ,୧୮।୩: ଆର୍‌ସିବି ଏଯାବତ ଆଇପିଏଲ୍‌ ଟାଇଟଲ ଜିତିନାହିଁ। କିନ୍ତୁ ଖେଳାଳି ଏବଂ ପ୍ରଶଂସକମାନେ ଆଇପିଏଲ୍‌ ୧୮ରେ କିଛି ଚମତ୍କାର ହୋଇପାରେ ବୋଲି ଆଶା କରୁଛନ୍ତି। ଏହି...

ଷ୍ଟୁପିଡ! ଷ୍ଟୁପିଡ! ଷ୍ଟୁପିଡ!, ଗାଭାସ୍କରଙ୍କୁ କପି କଲେ ପନ୍ତ, ରାଗିଗଲେ ପ୍ରଶଂସକ

ନୂଆଦିଲ୍ଲୀ,୧୮।୩: କିଛି ସମୟ ପୂର୍ବରୁ, ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିଲା, ଯେଉଁଠାରେ ମ୍ୟାଚର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭୁଲ ସଟ ଖେଳି...

କ’ଣ ଯେ କେହି ବି କିଣିପାରିବେ IPL ଟିମ୍‌, ଜାଣନ୍ତୁ କେତେ ଟଙ୍କା ନିବେଶ କରିବାକୁ ପଡେ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର 18ତମ ସିଜିନ 22 ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ...

ଧୋନୀଙ୍କ ଲମ୍ବା କେଶ ବାଲା ‘ଆନିମଲ’ଲୁକ ମନ କିଶୁଛି ଦର୍ଶକଙ୍କର, ୟୁଜର୍ସ କହିଲେ ଫେଲ ମାରିଲେ ରଣବୀର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଲିଗର ୧୮ତମ ସିଜିନ ୨୨ ମାର୍ଚ୍ଚରୁ ଆରମ୍ଭ...

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେନି ହାର୍ଦ୍ଦିକ ପାଣ୍ଡ୍ୟା, ପ୍ଲେଇଂ ୧୧ରେ ବି ମିଳିବନି ସ୍ଥାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri