ଗତ ଆର୍ଥିକ ବର୍ଷରେ ଉନ୍ନତ ଉତ୍ପାଦନ ପ୍ରଦର୍ଶନ କରିଛି ସେଲ

ନୂଆଦିଲ୍ଲୀ,୩।୧୦: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର ୫୦ତମ ବାର୍ଷିକ ସାଧାରଣ ସଭା (ଏଜିଏମ) ନିକଟରେ ଆୟୋଜିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଅବସ୍ଥିତ ସେଲ୍‌ ମୁଖ୍ୟାଳୟ ପରିସରରେ ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ବୈଠକରେ ସେଲ୍‌ର ଚେୟାରମ୍ୟାନ୍‌ ସୋମା ମଣ୍ଡଳ ଅଧ୍ୟକ୍ଷତା କରିଥିଲେ। ବିଶେଷକରି ସେଲ୍‌ର ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମଣ୍ଡଳ କହିଥିଲେ ଯେ ଗତ ଆର୍ଥିକ ବର୍ଷ (୨୦୨୧-୨୨) ମଧ୍ୟରେ କମ୍ପାନୀର ସଫଳତା ସମ୍ପର୍କରେ ସେ ବିସ୍ତୃତ ବର୍ଣ୍ଣନା କରିଥିବା ବେଳେ କମ୍ପାନୀର ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି।

୨୦୨୧-୨୨ଆର୍ଥିକ ବର୍ଷରେ କମ୍ପାନୀ ହଟ୍‌ ମେଟାଲର ୧୮.୭୩୩ ମିଲିୟନ୍‌ ଟନ୍‌ ଏବଂ ୧୭.୩୬୬ ଅଶୋଧିତ ଇସ୍ପାତ ଉତ୍ପାଦନ କରି ଏହାର ସର୍ବୋତ୍ତମ ଉତ୍ପାଦନ ପ୍ରଦର୍ଶନ କରିଛି। ସେହିପରି କମ୍ପାନୀ ପ୍ରଥମ ଥର ପାଇଁ ଭାରତୀୟ କମ୍ପାନୀଗୁଡିକର ଅଭିଜିତ କ୍ଲବରେ ପ୍ରବେଶ କରି ୧ଲକ୍ଷ କୋଟିରୁ ଅଧିକ ଟଙ୍କା କାରବାର କରିଛି। ଅପରପକ୍ଷରେ ସର୍ବୋତ୍ତମ ବ୍ୟବସାୟ ତୁଳନାରେ ୫୦%ରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। ଉନ୍ନତ ଅପରେଟିଂ କାର୍ଯ୍ୟଦକ୍ଷତା କମ୍ପାନୀକୁ ଲାଭାନ୍ବିତ ଦୃଷ୍ଟିରୁ ସର୍ବାଧିକ ଲାଭ ହାସଲ କରିବାରେ ସାହାଯ୍ୟ କରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

୨୦୨୨ ବର୍ଷ ଦେଶ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଛି ଏବଂ ଭାରତ ସ୍ବାଧୀନତାର ୭୫ତମ ଗୌରବମୟ ବର୍ଷ ପୂରଣ କରିଛି। ଆଧୁନିକ ଭାରତ ଯାତ୍ରାରେ ଏହା ଏକ ଅସାଧାରଣ ମାଇଲଖୁଣ୍ଟ ଅଟେ, ଯାହାକି ଭାରତ ୨.୦ରେ ଆଗକୁ ବଢିବାକୁ ଭାରତର ପ୍ରସ୍ତୁତତାକୁ ଦୃଷ୍ଟିରେ ରଖି ଅଧିକ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ସେଲ୍‌ର ବରିଷ୍ଠ ଅଧିକାରୀ ଓ ଅଂଶୀଦାରଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri