ଡିନର୍‌ କରିବାକୁ ଆସି ଦୁଇ ଦିନ ଯାଏ ଅଭିନେତ୍ରୀ ଅମୃତାଙ୍କ ଘରେ ରହିଥିଲେ ସୈଫ; ସୁଯୋଗର ହାତ ଛଡ଼ା ନ କରି…

ବମ୍ବେ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଆସିଛି। ବିଶେଷକରି ସେ ୧୯୯୧ରେ ନିଜଠାରୁ ୧୨ ବର୍ଷ ବଡ଼ ଅଭିନେତ୍ରୀଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ବିବାହ ପୂର୍ବରୁ ସେ ଅଭିନେତ୍ରୀ ଅମୃତା ସିଂହଙ୍କୁ ଡେଟ୍‌ କରିଥିଲେ। ହେଲେ ସୈଫଙ୍କ ପରିବାରଲୋକେ ଏହି ବିବାହକୁ ବିରୋଧ କରୁଥିଲେ। କାରଣ ସେତେବେଳେ ଯୁବକ ଥିଲେ ସୈଫ। ଅଭିନୟରେ ତାଙ୍କ କ୍ୟାରିୟର ଆରମ୍ଭ ମଧ୍ୟ ହୋଇ ନ ଥିଲା। ମାତ୍ର ଲୁଚିଛପି ଉଭୟ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ୨୦୦୪ରେ ଅମୃତାଙ୍କୁ ସେ ଛାଡ଼ପତ୍ର ଦେଇଥିଲେ। ସେତେବେଳକୁ ଅମୃତା ଦୁଇ ସନ୍ତାନର ଜନନୀ ଥିଲେ।

ସୈଫ-ଅମୃତାଙ୍କ ଲଭ୍‌ଷ୍ଟୋରୀ କିଛି ଏଭଳି ଥିଲା। ଉଭୟ ପରସ୍ପରକୁ ଏକ ଫଟୋଶୁଟ ସମୟରେ ଭେଟିଥିଲେ। ସୈଫ ବଲିଉଡ୍‌କୁ ଆସି ନ ଥିଲେ। ନିଜର ଡେବ୍ୟୁ ଫିଲ୍ମ ‘ପରସ୍ପରା’ର ଶୁଟିଂରେ ସେ ବ୍ୟସ୍ତ ଥିଲେ। ଫଟୋଶୁଟ୍‌ ପରଠାରୁ ଅମୃତାଙ୍କୁ ଚାରିଆଡେ ଖୋଜୁଥିଲେ ସୈଫ। ଏକଦା ସେ ଅମୃତାଙ୍କୁ ଫୋନ କରି ଡିନ୍‌ରରେ ଯିବାକୁ କହିଥିଲେ। ଅଭିନେତ୍ରୀ ମାନି ନ ଥିଲେ। ଏହା ବଦଳରେ ସୈଫଙ୍କୁ ତାଙ୍କ ଘରକୁ ସେ ଡାକିଥିଲେ। ଏହାପରେ ନିର୍ଧାରିତ ସମୟରେ ସୈଫ ପହଞ୍ଚିଯାଇଥିଲେ। ସାଙ୍ଗହୋଇ ସେମାନେ ଡିନର୍‌ କରିବା ପରେ କଥା ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଚୁମ୍ବନ ଦେଇଥିଲେ। ସୈଫ ସୁଯୋଗକୁ ହାତ ଛଡ଼ା ନ କରି ଅମୃତାଙ୍କୁ ପ୍ରେମ ନିବେଦନ କରିଥିଲେ। ଅମୃତା ହଁ ଭରିଥିଲେ। ଏହାପରେ ଦୁଇ ଦିନ ଯାଏ ଅମୃତାଙ୍କ ଘରେ ରହିଥିଲେ ସୈଫ।

ଦୁଇ ଦିନ ପରେ ଶୁଟିଂସେଟ୍‌କୁ ଯିବାକୁ ବାହାରିଥିଲେ ସୈଫ। ତାଙ୍କ ପାଇଁ କାର ଆସିଥିଲା। ହେଲେ ସେ ନିଜର ଓ୍ବାଲେଟ୍‌ ଭୁଲି ଯାଇଥିଲେ। ଅମୃତାଙ୍କଠାରୁ ତାଙ୍କୁ ଶହେ ଟଙ୍କା ଉଧାର ନେବାକୁ ପଡ଼ିଥିଲା ବୋଲି ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ଖୁଲାସା କରିଥିଲେ ସୈଫ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri