ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରମାନେ ମଧ୍ୟ ନିଜ ନିଜ କାମକୁ ଫେରିଛନ୍ତି। ତେବେ ଏହି ସମୟରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭିଣୋଇ ତଥା ଅଭିନେତା କୁନାଲ ଖୋମୁଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ର ହୋଇଥିବା ବେଳେ କୁନାଲ ସ୍ତ୍ରୀ ସୋହାଙ୍କ ସହ ଝଗଡ଼ା ବିଷୟରେ କହୁଥିବା ଶୁଣିବାକୁ ମିଳୁଛି।


ଭିଡିଓରେ କୁନାଲ କହୁଛନ୍ତି, ଏକଦା ସ୍ତ୍ରୀ ସୋହାଙ୍କ ସହ ଜଗଡ଼ା ହେବା ସମୟରେ ତାଙ୍କୁ ଡିକ୍ସନାରୀ ଦେଖିବାକୁ ପଡ଼ିଥିଲା। ସୋହା ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ିଥିବାରୁ ତାଙ୍କ ଇଂରାଜୀ ଉଚ୍ଚକୋଟିର। ମାତ୍ର କୁନାଲଙ୍କ ଇଂରାଜୀ ଜ୍ଞାନ ସୀମିତ। ଉଭୟଙ୍କ ମଧ୍ୟରେ ଯେତେବେଳେ ଝଗଡ଼ା ହୋଇଥାଏ ସୋହା ଇଂଲିଶରେ କହିଥାନ୍ତି। ଏକଦା ଉଭୟଙ୍କ ମଧ୍ୟରେ ଝଗଡ଼ା ସମୟରେ ସୋହା ଏମିତି ଏକ ଶବ୍ଦ କହିଥିଲେ ଯାହାର ଅର୍ଥ କୁନାଲ ବୁଝିପାରି ନ ଥିଲେ। ତେଣୁ ସେ ରାଗିବେ ନା ହସିବେ ଜାଣିପାରି ନ ଥିଲେ। ତେଣୁ ଝଗଡ଼ା ମଝିରେ କୁନାଲ ଓ୍ବାସ୍‌ରୁମ୍‌ ଯାଇ ଗୁଗୁଲ ସର୍ଚ୍ଚ କରିଥିଲେ। ଏହା ପରେ ପୁଣି ଥରେ ଝଗଡ଼ା ଜାରି ରଖିଥିଲେ ବୋଲି କୁନାଲ କହିଥିଲେ। ସୋହାଙ୍କ ପାଇଁ ଇଂଲିଶ ଜ୍ଞାନ ବହୁତ ବଢ଼ିଯାଇଥିବା ମଧ୍ୟ କୁନାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri