ବେଙ୍ଗାଲୁରୁ,୨୪।୪: ଗୁଜରାଟ ଟାଇଟନ୍ସର ବାମହାତୀ ବ୍ୟାଟର ସାଇ ସୁଦର୍ଶନ ପୂର୍ବ କିଛି ମ୍ୟାଚ୍ରେ ଫ୍ଲପ ହେବା ପରେ ଆଜି ବେଙ୍ଗାଲୁରୁ ବିପକ୍ଷରେ ରୌଦ୍ର ରୂପ ଧାରଣ କରିଥିଲେ। ପାୱାରପ୍ଲେରୁ ହିଁ ସେ ଆରସିବି ବୋଲରଙ୍କ ଉପରେ ବ୍ୟାଟିଂରେ ଆକ୍ରମଣ ଜାରି ରଖିଥିଲେ।
ମ୍ୟାଚ୍ର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ୯ମ ଓଭରରେ କ୍ରୁନାଲ ପାଣ୍ଡ୍ୟାଙ୍କ ବୋଲିଂରେ ସୁଦର୍ଶନଙ୍କ ଛକା। କ୍ରୁନାଲ ଏକ ବାଉନ୍ସର ପକାଇଥିଲେ, ଯାହାକୁ ସୁଦର୍ଶନ ଗୋଟିଏ ହାତରେ ଅପର୍ କଟ୍ ଶଟ ମାରି ସୀମା ବାହାରକୁ ପଠାଇଥିଲେ। ଜଣେ ସ୍ପିନରଙ୍କ ବଲ୍ରେ ଏଭଳି ଶଟ ମାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ମ୍ୟାଚ୍ରେ ସୁଦର୍ଶନ ଆଇପିଏଲ୍ର ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଆଇପିଏଲ ଇତିହାସରେ ସବୁଠାରୁ କମ ଇନିଂସରେ ୨୦୦୦ ରନ୍ ପୂରଣ କରିଥିବା ବ୍ୟାଟର ପାଲଟିିଛନ୍ତି। ସୁଦର୍ଶନ ମାତ୍ର ୧୩୬୧ଟି ବଲରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ସାଇ ସୁଦର୍ଶନ: ୪୭ ଇନିଂସ (ନୂଆ ରେକର୍ଡ)
କ୍ରିସ ଗେଲ: ୪୮ଇନିଂସ (ପୁରୁଣା ରେକର୍ଡ)
ସୂଚନାଯୋଗ୍ୟ ଯେ, ସବୁଠାରୁ କମ ବଲ୍ରେ ୨୦୦୦ ରନ କରିବାର ରେକର୍ଡ ଅଭିଷେକ ଶର୍ମାଙ୍କ (୧୧୯୩ ବଲ) ନାମରେ ରହିଛି।
Dharitri – Odisha’s No.1 Odia Daily