ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ମୁଖ୍ୟଙ୍କୁ ୫ ବର୍ଷ ଜେଲ

କଟକ ଅଫିସ,୨୧ା୧: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍‌ କୁମାର ଦାସଙ୍କୁ କଟକର ସ୍ବତନ୍ତ୍ର କୋର୍ଟ ଗୁରୁବାର ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର୍ସ(ଓପିଆଇଡି) ସ୍ବତନ୍ତ୍ର କୋର୍ଟ ଅଭିଯୁକ୍ତଙ୍କୁ ଆଇପିସି ଦଫା ୪୨୦ରେ ୫ବର୍ଷ ଏବଂ ଓପିଆଇଡି ଆକ୍ଟର ଦଫା ୬ରେ ମଧ୍ୟ ୫ବର୍ଷ ଦଣ୍ଡାଦେଶ ଦେଇଛନ୍ତି। ହେଲେ ଉଭୟ ଦଣ୍ଡାଦେଶ ଏକ ସଙ୍ଗରେ ଚାଲିବ। ଏଥିସହିତ ଅଭିଯୁକ୍ତଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦାଖଲ ନିର୍ଦ୍ଦେଶ ଦେଇଥିବାବେଳେ କମ୍ପାନୀକୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦାୟ କ୍ଷେତ୍ରରେ ସନ୍ଦୀପଙ୍କୁ ୧ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।
ମିଳିଥିବା ସୂଚନା ଅନୁସାରେ ୨୦୧୫ରେ ସନ୍ଦୀପ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିଲେ। ୪ବର୍ଷରେ ଜମାରାଶି ୨ଗୁଣ ହୋଇଯିବାର ଲୋଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା କମ୍ପାନୀ ଉଠାଇଥିଲା। ଏପରି କି ଲୋକଙ୍କ ବିଶ୍ୱାସ ଜନ୍ମାଇବାକୁ ୨ଗୁଣ ମାଚ୍ୟୁରିଟି ରାଶିର ପୋଷ୍ଟ ଡେଟେଡ୍‌ ଚେକ୍‌ ମଧ୍ୟ ଦେଇଥିଲେ। ହେଲେ ମାଚ୍ୟୁରିଟି ପରେ ଜମାକାରୀ ଉକ୍ତ ଚେକ୍‌କୁ ଯେତେବେଳେ ବ୍ୟାଙ୍କରେ ଦାଖଲ କରିଥିଲେ, ତାହା ବାଉନ୍ସ ହୋଇଥିଲା। ପରେ ଅନେକ ଜମାକାରୀ ଠକେଇର ଶିକାର ହୋଇଥିବା ଜାଣି କଟକସ୍ଥିତ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକାରୀ ରସାନନ୍ଦ ସ୍ବାଇଁଙ୍କ ଅଭିଯୋଗକୁ ଆଧାର କରି ପୁରୀଘାଟ ଥାନାରେ ଏକ ମାମଲା (ନଂ ୫୩/୨୦୧୫) ରୁଜୁ କରାଯାଇ ସନ୍ଦୀପଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମ ଆଇନ ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବି

ପୁରୀ ଅଫିସ, ୨ା୮: କେନ୍ଦ୍ର ସରକାର ଶ୍ରମ ଆଇନ ସଂଶୋଧନ ବିଲ୍‌ ତୁରନ୍ତ ପ୍ରତ୍ୟାହାର ଲାଗି ସିପିଆଇ, ସିପିଆଇ(ଏମ୍‌) ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନ ଦାବି...

ଜି.ଉଦୟଗିରିରେ ଘଡଘଡି ସହ ପ୍ରବଳ ବର୍ଷା

ଜି.ଉଦୟଗିରି,୧ା୬(ଡି.ଏନ.ଏ.)-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ପ୍ରବଳ ବର୍ଷା ପବନ ହୋଇଥିଲା। ଏଥିରେ...

ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ଟଙ୍କା ଆତ୍ମସାତ: ଖୋଳତାଡ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫।୧୨: ବଲାଙ୍ଗୀର ଜିଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ଗ୍ରାମରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ଟଙ୍କା ଆତ୍ମସାତ ଅଭିଯୋଗ ଘଟଣାକୁ...

ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବ ପ୍ରଶାସନ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ତଥା ମନ୍ଦିର ଆୟ ବୃଦ୍ଧି ନେଇ ପର୍ଯ୍ୟଟନ ବିଭାଗ, ବିଏମସି ଓ ଦେବୋତ୍ତର ବିଭାଗ ମିଳିତ ପ୍ରୟାସରେ...

ଫନୀ : କୃଷ୍ଣପ୍ରସାଦବାସୀ ଆତଙ୍କିତ

କୃଷ୍ଣପ୍ରସାଦ,୧।୫(ଡି.ଏନ.ଏ.)-ଫାଇଲିନ, ହୁଡୁହୁଡୁ,ତିତିଲି ବାତ୍ୟା ଭୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ସାମୁଦ୍ରିକ ଝଡ ଫନୀ ଆସିବା ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀ  ଆତଙ୍କିତ ହୋଇପଡିଛନ୍ତି।...

୬ଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ସରସ୍ବତୀ ବେଶ

ଭଦ୍ରକ ଅଫିସ,୧।୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ୬ଷ୍ଠ ଦିବସରେ ଶୁକ୍ରବାର ମହାସରସ୍ବତୀ ବେଶରେ ପୂଜା ପାଉଛନ୍ତି। ସକାଳୁ ମା’ଙ୍କୁ ଏହି...

ବିଜୟଯାତ୍ରାରେ ବିଜେଡି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶନିବାର କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟର ବ୍ଲକ ମୁଖ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ...

Advertisement
Archives

Model This Week