ସତ୍ତା ହରାଇଛି ସାଗର ଯୋଜନା

ପାରଳାଖେମୁଣ୍ଡି, ୧୧।୧ (ଡି.ଏନ୍‌.ଏ): ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡିର ପ୍ରଜାବତ୍ସଳ ଶାସକମାନେ ଅଞ୍ଚଳର ବିକାଶ ପାଇଁ ସାଗର ଯୋଜନା ମାଧ୍ୟମରେ ୫ଟି ବୃହତ ସାଗର ଖୋଳିଥିଲେ। ଏହି ୫ଟି ସାଗର ଯଥା ରାମ ସାଗର, ସୀତା ସାଗର, ଲକ୍ଷ୍ମଣ ସାଗର, କୃଷ୍ଣ ସାଗର, ଗଜପତି ସାଗର ବର୍ଷ ବର୍ଷ ଧରି ହଜାର ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଚାଷୀଙ୍କୁ ବାରମାସୀ ଫସଲ ଉତ୍ପାଦନରେ ସାହାଯ୍ୟ କରିବା ସହିତ ମତ୍ସ୍ୟଜୀବୀଙ୍କ ପେଟପାଟଣା ତଥା ଗୁଜାରଣ ମେଣ୍ଟାଉଥିଲା। ରାଜ୍ୟ ସରକାରଙ୍କ ଅଣଦେଖା, ଉଦାସୀନତାରୁ ସେଗୁଡ଼ିକ ପଙ୍କ ମାଟି, ଘାସ ବୁଦା ଓ ଦଳରେ ପୋତି ହୋଇଗଲାଣି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ତତ୍କାଳୀନ ପାରଳା ଶାସକମାନେ ଚାଷୀଙ୍କ ସୁବିଧା ତଥା ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ଯୋଜନା କରି ପାଞ୍ଚୋଟି ବୃହତ ସାଗର ଖୋଳିଥିଲେ ଏବଂ ଏଗୁଡ଼ିକ ମହେନ୍ଦ୍ରତନୟା ନଦୀ ସହ କେନାଲ ସଂଯୋଗ କରିଥିଲେ। ଏସବୁ ଯୋଜନା ଏତେ ଉଚ୍ଚକୋଟୀର ଥିଲା ଯେ ନଦୀର ଅଧିକ ଜଳ କେନାଲ ମାଧ୍ୟମରେ ଚାଷଜମିକୁ ମାଡ଼ିବ ଓ ସାଗର ସବୁ ଭର୍ତ୍ତି ହୋଇ ପୁଣି ତଳେ ଥିବା ଚାଷଜମିକୁ ଜଳ ଯୋଗାଇବ। ପରେ ବଳକା ପାଣି ନଦୀରେ ମିଶିବ। ଖାଲି ଯେ ହଜାର ହଜାର ଚାଷୀ ଏଥିରେ ଉପକୃତ ହେଉଥିଲେ ତାହା ନୁହେଁ, ଶତାଧିକ ମତ୍ସ୍ୟଜୀବୀ ମଧ୍ୟ ଜୀବନ ଜୀବିକା ନିର୍ବାହ କରୁଥିଲେ। ଏହା ସହିତ ସ୍ଥାନୀୟ ଜନସାଧାରଣ ପାନୀୟ ଜଳ ସହିତ ଆମୋଦ ପ୍ରମୋଦ ପାଇଁ ବ୍ୟବହାର କରୁଥିଲେ। ଜଳସେଚନ ବିଭାଗ ତଥା ରାଜ୍ୟ ସରକାରଙ୍କ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏ ୫ଟି ସାଗର ବିଲୁପ୍ତ ହେବାକୁ ବସିଲାଣି।
ବହୁବର୍ଷ ପୂର୍ବେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ରାମସାଗର କିଛି ମରାମତି କରାଯାଇଥିଲା, ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ସହର ଉପକଣ୍ଠରେ ଥିବା ରାମ ସାଗର ଓ ସୀତା ସାଗରରେ ଲୋକେ କୁଢ କୁଢ ଅଳିଆ ଆବର୍ଜନା ଆଣି ଫୋପାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣ। ପ୍ରାତଃ ଭ୍ରମଣ ଓ ସନ୍ଧ୍ୟାରେ ଆମୋଦ ପ୍ରମୋଦ ପାଇଁ ଆଉ ଏଠାକୁ କେହି ଆସୁନାହାନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀ ପି. ଜଗନ୍ନାଥ କହିଛନ୍ତି, ରାମ ସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଟ୍ରିପଲ୍‌ ଆର ଯୋଜନାରେ ଅର୍ଥ ମଞ୍ଜୁର ହୋଇଛି, କିନ୍ତୁ ଟେଣ୍ଡର ହୋଇନାହିଁ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସାଗର ଓ କେନାଲ ଗୁଡ଼ିକର ରିନୋଭେଶନ ହେବ।

ଗିରିଧାରୀ ପରିଚ୍ଛା


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri