ସଂଗ୍ରାମୀ କାରଖାନା ଅଳକାଶ୍ରମ ଅଲୋଡ଼ା

ଜଗତସିଂହପୁର ଅଫିସ, ୧୪ା୩: ଜଗତ୍‌ସିଂହପୁର ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ୱଲ୍ୟମାନ କରୁଛି। ବିଶେଷକରି ଜିଲାର ଅଳକାଶ୍ରମ ଅନେକ ସ୍ବାଧୀନତା ସଂଗ୍ରାମୀ ତିଆରି କରିଛି। ଜିଲା ସଂସ୍କୃତି ପରିଷଦ ଦ୍ୱାରା ପ୍ରକାଶିତ ‘ଜଗତ୍‌ସିଂହପୁର ଅତୀତ ଓ ବର୍ତ୍ତମାନ’ ପୁସ୍ତକର ତୃତୀୟ ଖଣ୍ଡରେ ଅଳକାଶ୍ରମ ସମ୍ପର୍କରେ ଅନେକ ତଥ୍ୟ ପ୍ରକାଶ ପାଇଛି। ୧୯୩୬ରେ ପରାଧୀନ ଭାରତର ସର୍ବପ୍ରଥମ ନିର୍ବାଚନ ପ୍ରଚାର ତତ୍କାଳୀନ କଂଗ୍ରେସ ସଭାପତି ଜବାହରଲାଲ ନେହେରୁ ଅଳକାଶ୍ରମ ମାଟିରୁ ଆରମ୍ଭ କରିଥିଲେ ବୋଲି ଉକ୍ତ ପୁସ୍ତକରେ ରହିଛି। ସେହିପରି ଓଡ଼ିଶାରେ ଭୂଦାନ ଆନ୍ଦୋଳନ ବିନୋବାଭାବେଙ୍କ ନେତୃତ୍ୱରେ ସର୍ବପ୍ରଥମେ ଅଳକାଶ୍ରମରୁ ଆରମ୍ଭ ହୋଇଥିଲା। ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଜୟପ୍ରକାଶ ନାରାୟଣ ଏହି ଅଳକାଶ୍ରମରୁ ହିଁ ତାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ବାଧୀନ ଭାରତରେ ରାମମନୋହର ଲୋହିଆ, ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରମୁଖ ଏହି ମାଟିରୁ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ଯେଉଁଥିପାଇଁ ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡିଶାଳ ଅଳକାଶ୍ରମ ବୋଲି କୁହାଯାଏ। ଦୁଃଖର କଥା ହେଲା ସମୟ ଚକ୍ରରେ ଅଳକାଶ୍ରମ ତା’ର ପରିଚୟ ହଜାଇବାକୁ ବସିଲାଣି।

ଆଶ୍ରମ ଏବଂ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ପାଇଁ ସ୍ଥାନୀୟ ଚାଟ୍ରାର ବିନାୟକ ପଟ୍ଟନାୟକ କିଛି ଜମି ଦାନ କରିଥିଲେ। କିନ୍ତୁ ଦୁଃଖର କଥା ଏହାର ବିକାଶ ଫାଇଲ ତଳେ ଚପି ରହିଛି। ଏ ସମ୍ପର୍କରେ ପଟ୍ଟନାୟକ କହିଛନ୍ତି, ସ୍ବାଧୀନତା ଆନ୍ଦୋଳନ ସମୟରେ ଅଳକାଶ୍ରମର ଗୁରୁତ୍ୱ ଯଥେଷ୍ଟ ଥିଲା। ସେଠାରେ ଅନେକ ସ୍ବାଧୀନତା ସଂଗ୍ରାମୀ ସୃଷ୍ଟି ହୋଇଥିବାରୁ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ୨୦୦୮-୦୯ରେ ରାଜ୍ୟ ସରକାରଙ୍କୁ ‘ଫର୍‌ ଦ ମେମୋରିଆଲ ଅଫ୍‌ ଅଳକାଶ୍ରମ’ ନାମରେ ୧ ଗୁଣ୍ଠ ଜମି ଦାନ କରିଥିଲେ। ସେତେବେଳେ ଏହାର ବିକାଶ ପାଇଁ ଚିନ୍ତା କରାଯାଇଥିଲା। ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଦେବୀ ମିଶ୍ର ଶିଳାନ୍ୟାସ କରିଥିଲେ। ମହାତ୍ମା ଗାନ୍ଧୀ ଫାଉଣ୍ଡେଶନ୍‌ ନାମରେ ସେଠାରେ ଏକ ଲାଇବ୍ରେରି ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ସ୍ବାଧୀନତା ସଂଗ୍ରାମ ସମୟରେ ଅଳକାଶ୍ରମରେ ତିଆରି ହେଉଥିବା ଲୁଗା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ଓଟିଡିସି ପାଖାପାଖି ୧୦ ଲକ୍ଷ ଟଙ୍କା ବିନିମୟରେ ଏହି ଜମି ଚାରିପଟେ ପାଚେରି ଏବଂ ଲୁହା ଗେଟ୍‌ ଆଦି କରିଛି। ଏହାଛଡ଼ା ଆଉ କିଛି କାର୍ଯ୍ୟ ଆଗକୁ ବଢ଼ିନାହିଁ। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକଙ୍କୁ ପଚରାଯିବାରୁ ଅକଳାଶ୍ରମର ବିକାଶ ପାଇଁ କୌଣସି ସରକାରୀ ପଦକ୍ଷେପ ନିଆଯିବା ତାଙ୍କ ଦୃଷ୍ଟିକୁ ଆସି ନ ଥିବା କହିଛନ୍ତି।

 

ଆଶ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସଂଗ୍ରାମୀ ସୃଷ୍ଟି କରିବା। ସାଧାରଣ ଶିକ୍ଷାଦାନ ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଅରଟରେ ଲୁଗାବୁଣା, ସୂତାକଟା ଆଦି ଶିକ୍ଷା ଦିଆଯାଉଥିଲା। ଅସହଯୋଗ, ସ୍ବରାଜ ଆନ୍ଦୋଳନ, ବିଦେଶୀ ବସ୍ତ୍ର ବର୍ଜନ ଓ ପିକେଟିଂ ଆଦି କାର୍ଯ୍ୟକ୍ରମ ଆଶ୍ରମର ଦୈନନ୍ଦିନ କାର୍ଯ୍ୟ ଥିଲା। ମୋଟା ଖଦଡ଼ କୁର୍ତ୍ତା, ଅଧା ପ୍ୟାଣ୍ଟ ପିନ୍ଧି ଛାତ୍ରମାନେ ବାନରସେନା ନାମରେ ପରିଚିତ ହୋଇ ଜୀବନ କଟାଇଥିଲେ। ସ୍ବାଧୀନତା ଆନ୍ଦୋଳନ ପାଇଁ ଏହି ଆଶ୍ରମ କେବଳ ରାଜ୍ୟ ନୁହେଁ ଦେଶରେ ଏକ ଶକ୍ତିଶାଳୀ କେନ୍ଦ୍ର ଥିଲା। ବାନରସେନା ବିଭିନ୍ନ ଅଞ୍ଚଳ ବୁଲି ଗାନ୍ଧୀନୀତି ପ୍ରଚାର କରୁଥିଲେ। ଭାଗୀରଥି ଓ ଗୋପବନ୍ଧୁଙ୍କୁ ସହଯୋଗ କରିଥିଲେ ନବକୃଷ୍ଣ, ରମାଦେବୀ, ସରଳା ଦେବୀ, ଜାତୀୟ କବି ବୀରକିଶୋର, ବାଗଲପୁରର ଗୌରାଙ୍ଗ ଦାସ, ନବାପାଟଣାର ରାମଚନ୍ଦ୍ର ସିଂ, ତର୍ତ୍ତଙ୍ଗ ଗ୍ରାମର ବିଶ୍ୱନାଥ ନନ୍ଦ, ବାଙ୍କୀର ଗୋଲକଚନ୍ଦ୍ର ମହାରଣା, ବଡ଼ବାଗର ବୃନ୍ଦାବନ ଚନ୍ଦ୍ର ଦାସ, ଯଶୋବନ୍ତପୁରର ବୈଷ୍ଣବ ମହାପାତ୍ର, ସୁଜଙ୍ଗ ମାଧପୁରର ପଣ୍ଡିତ କାର୍ତ୍ତିକ ନନ୍ଦ, ଚାଟ୍ରାର ବ୍ରହ୍ମାନନ୍ଦ ଚୌଧୁରୀ ଏବଂ କୁଜଙ୍ଗର ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେନା ପ୍ରମୁଖ। ଆନ୍ଦୋଳନରେ ରାମକୃଷ୍ଣ ନନ୍ଦ, ବିଶ୍ୱନାଥ ପରିଡ଼ା, ବିଶ୍ୱନାଥ ନନ୍ଦ, କୈଳାସ ଚନ୍ଦ୍ର ମହାନ୍ତି, ନଦିଆ ବିହାରୀ ମହାନ୍ତି ପ୍ରମୁଖ ଅନେକ ଝାସ ଦେଇଥିଲେ। ୧୯୨୫ରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିଲେ। କଟକରେ ମଧୁବାବୁଙ୍କ ଘରେ ରହିଥିଲେ। ଗୋପବନ୍ଧୁ ଚୌଧୁରୀ ଏବଂ ଭାଗୀରଥି ତାଙ୍କୁ ଅଳକାଶ୍ରମ ଦେଖିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ପ୍ରବଳ ଜ୍ୱର ଯୋଗୁ ସେ ଯାଇପାରି ନ ଥିଲେ। ହେଲେ ଆଶ୍ରମର କର୍ମୀ, ଛାତ୍ରମାନେ ନାନା ସରଞ୍ଜାମ ଧରି ୨/୩ଟି ଲରୀରେ ଅଳକା ନଦୀ ବାଟରେ କଟକରେ ପହଞ୍ଚତ୍ଥିଲେ। ସେଠାରେ ଆଶ୍ରମ ପକ୍ଷରୁ କରାଯାଇଥିବା ପ୍ରଦର୍ଶନୀ ଦେଖି ଗାନ୍ଧୀ ଭାବପ୍ରବଣ ହୋଇଯାଇଥିଲେ। ଅନ୍ୟପଟେ ଆଶ୍ରମରେ ରହି ରମାଦେବୀ, ବହ୍ନିକନ୍ୟା ସରଳାଦେବୀ ଓ ରମାଦେବୀଙ୍କ କନ୍ୟା ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ନାରୀ ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରିଥିଲେ।

ଯେଉଁ ଅଳକା ନଦୀ ଏବେ ଏକ ନାଳର ଭ୍ରମ ସୃଷ୍ଟି କରୁଛି ତାହା ସେତେବେଳେ ସୁନାବ୍ୟା ଥିଲା। ପର୍ତ୍ତୃଗିଜ୍‌ ଏବଂ ଇଂଗ୍ରେଜ ନାବିକମାନେ ନଦୀ ପଥରେ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଆସୁଥିଲେ। ଏଭଳି ଏକ ଅନୁଷ୍ଠାନ ଜଗତ୍‌ସିଂହପୁର ଏବଂ ଏହାର ଆଖ ପାଖରେ କାହିଁକି ସାରା ଓଡ଼ିଶାର ଶିକ୍ଷା, ସାହିତ୍ୟ, ସାଂସ୍କୃତିକ ଏବଂ ଅର୍ଥନୈତିକ ଚେତନା ସମେତ ପ୍ରଜ୍ଞା ଓ ଜ୍ଞାନର ଏକ ଆଦର୍ଶ ଭିତ୍ତିଭୂମି ତିଆରି କରିପାରିଥିଲା। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସ୍ପୃଶ୍ୟତା ନିବାରଣ ଆଦି କ୍ଷେତ୍ରରେ ଅଳକାଶ୍ରମ ଏକ ମୁଖ୍ୟ ଭୂମିକା ନେଇଥିଲା। ଲବଣ ସତ୍ୟାଗ୍ରହରେ ଶହ ଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବନ୍ଦୀ ହୋଇଥିଲେ। ଭାରତବର୍ଷର ବିଭିନ୍ନ ସ୍ଥାନର କଂଗ୍ରେସ ଅଫିସକୁ ବ୍ରିଟିଶ ସରକାର ଦଖଲକୁ ନେଇଥିଲା। ଏହି ସମୟରେ ଅଳକାଶ୍ରମ ବ୍ରିଟିଶ୍‌ ଦଲାଲମାନଙ୍କ ଦ୍ୱାରା ଚିହ୍ନଟ ହୋଇଥିଲା। ୧୯୩୨ ମେ ମାସର କଥା। ଅଳକାଶ୍ରମର କର୍ମୀ ଓ ନେତାମାନେ ଅର୍ଦ୍ଧରାତ୍ରରେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଜେଲ ଯାଇଥିବାବେଳେ ଆଶ୍ରମ ଚାଳଘର ନିଆଁ ଲଗାଇ ଭସ୍ମୀଭୂତ କରି ଦିଆଯାଇଥିଲା। ଏହି ଇତିହାସ ଆଜି ଲୋକଲୋଚନରୁ ଅପସରି ଯିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri