ଆସିଲେଣି ସାଧୁସନ୍ଥ, ସରିଲାଣି ପ୍ରସ୍ତୁତି

ଭୁବନେଶ୍ୱର,୧୫।୨(ଅନୁରାଧା ମହାରଣା)ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସାରା ଦେଶରୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ୨୫ ତାରିଖ ପର୍ଯ୍ୟନ୍ତ ଐହିତ୍ୟ ଖଣ୍ଡଗିରି ପାହାଡ଼ ଓ ଏହାର ପାଦଦେଶରେ ହୋମଯଜ୍ଞ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ। ଏଥିସହ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମରରେ ବିଭିନ୍ନ ଅପେରା ପାର୍ଟି ଲୋକଙ୍କୁ ମନୋରଞ୍ଜନ କରିବେ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଯାତ୍ରା ଓ ମିନାବଜାର ଦୋକାନ ପାଇଁ ପ୍ରାୟ ୫ଶହ ଆବେଦନ ଆସିଥିବାବେଳେ ଚଳିତବର୍ଷ ପ୍ରାୟ ୩୬୦ଟି ଷ୍ଟଲ୍‌କୁ ଅନୁମତି ମିଳିବ। ମେଳା ଚାରିପଟେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଖୋର୍ଦ୍ଧା ପଟୁ କୋଳଥିଆ ଛକଠାରୁ ଖଣ୍ଡଗିରିଛକ ପର୍ଯ୍ୟନ୍ତ ବ୍ରିଜ୍‌ତଳେ, ବରମୁଣ୍ଡା ପଟୁ ପ୍ରାଚୀ ରିସର୍ଟଠାରୁ ଖଣ୍ଡଗିରି ଥାନା ପର୍ଯ୍ୟନ୍ତ, ଜାଗମରା ପଟୁ ସୋଆ କାର୍ଯ୍ୟାଳୟଠାରୁ ହାଉସିଂ ବୋର୍ଡ ନିର୍ମାଣ ପରିସର ଏବଂ ଖାରବେଳ ପାର୍କ ନିକଟରେ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ଜୟଦେବବାଟିକା ପଟୁ ଓଏସ୍‌ଆର୍‌ଟିସି ଷ୍ଟାଣ୍ଡ୍‌ରେ ଲୋକେ ବିନା ଦେୟରେ ଗାଡି ରଖିପାରିବେ। ତେବେ ଚୟନ ହୋଇଥିବା ସଂସ୍ଥା ଜରିଆରେ ଏହିସବୁ ସେବା ଯୋଗାଇ ଦିଆଯିବ। ପାର୍କିଂ ଦେୟ ପ୍ରଥମ ଦୁଇଘଣ୍ଟାକୁ ଦୁଇଚକିଆ ପାଇଁ ୧୦ଟଙ୍କା ଏବଂ ଚାରିଚକିଆ ପାଇଁ ୨୦ଟଙ୍କା ରହିଛି। ଗାଡି ପ୍ରବେଶଠାରୁ ପ୍ରସ୍ଥାନ ସମୟ ପର୍ଯ୍ୟନ୍ତ ଏହାର ସ୍ବତନ୍ତ୍ର ଦର ରହିଛି। ଏହି ସୂଚନା ପାର୍କିଂ ସ୍ଥଳରେ ପ୍ରଦର୍ଶିତ କରାଯିବ। ମେଳାରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ଅସ୍ଥାୟୀ ଷ୍ଟଲ୍‌ ପ୍ରଦାନ କରିବା ଏବଂ ସେମାନଙ୍କଠାରୁ ଲାଇସେନ୍ସ ଫି ଆଦାୟ କରିବା, ଯାତ୍ରା ପାର୍ଟି ମାଲିକ ଓ ମେଳା ବ୍ୟବସାୟୀଙ୍କଠାରୁ ରାଜସ୍ବ ଆଦାୟ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୃଙ୍ଖଳିତ ଯାତ୍ରା ପରିଚାଳନା, ଦର୍ଶକଙ୍କ ପାଇଁ ପାଣି, ଅସ୍ଥାୟୀ ଶୌଚାଳୟ, ପରିମଳ, ସାମାଜିକ ଅଶ୍ଳୀଳତାକୁ ଯାତ୍ରାରେ ସ୍ଥାନ ନ ଦେବା ଆଦି ବାବଦରେ ଆୟୋଜକମାନଙ୍କୁ ସତର୍କ କରାଯାଇଛି। ଏହାସହ ଜାଗମରାରୁ ଅନନ୍ତକେଶରୀଙ୍କ ଯାତ୍ରା ସମୟରେ ଉତ୍ତମ ଆଲୋକୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ମେଳାଞ୍ଚଳକୁ ଦିନକୁ ତିନିଥର ସଫେଇ କରାଯିବ। ପୋଲିସ ପ୍ରଶାସନ, ବିଦ୍ୟୁତ୍‌ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସଂଯୁକ୍ତ ବିଭାଗ ଏବଂ ସ୍ଥାନୀୟ କର୍ପୋରେଟର ଓ ଅଞ୍ଚଳବାସୀଙ୍କ ସହଯୋଗରେ ମେଳା ପରିଚାଳନା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏନେଇ ବୁଧବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିଦ୍ଦେର୍ର୍ଶକ୍ରମେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଟିମ୍‌ ବିଏମ୍‌ସି ଏବଂ ସଂଯୁକ୍ତ ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପାର୍କିଂ, ଷ୍ଟଲ୍‌ ପ୍ଲାନିଂ, ପରିମଳ, ସୂଚନା ପ୍ରଦାନ, ସାଧୁସନ୍ଥଙ୍କ ପାଇଁ ଆଲୋକ, ପାଣି ବ୍ୟବସ୍ଥା, ଜବରଦଖଲ ଏବଂ ଯାଯାବରଙ୍କୁ ଉଠାଇବା ସହ ଅନ୍ୟାନ୍ୟ ସୁବିଧାର ସମୀକ୍ଷା କରିଥିଲେ। ଦକ୍ଷିଣ-ପୂର୍ବ ଜୋନ୍‌ର ଡେପୁଟି କମିଶନର ରୋଶନ ଶତପଥୀ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?