Odisha Elections 2024

ଆସିଲେଣି ସାଧୁସନ୍ଥ, ସରିଲାଣି ପ୍ରସ୍ତୁତି

ଭୁବନେଶ୍ୱର,୧୫।୨(ଅନୁରାଧା ମହାରଣା)ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସାରା ଦେଶରୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ୨୫ ତାରିଖ ପର୍ଯ୍ୟନ୍ତ ଐହିତ୍ୟ ଖଣ୍ଡଗିରି ପାହାଡ଼ ଓ ଏହାର ପାଦଦେଶରେ ହୋମଯଜ୍ଞ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ। ଏଥିସହ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମରରେ ବିଭିନ୍ନ ଅପେରା ପାର୍ଟି ଲୋକଙ୍କୁ ମନୋରଞ୍ଜନ କରିବେ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଯାତ୍ରା ଓ ମିନାବଜାର ଦୋକାନ ପାଇଁ ପ୍ରାୟ ୫ଶହ ଆବେଦନ ଆସିଥିବାବେଳେ ଚଳିତବର୍ଷ ପ୍ରାୟ ୩୬୦ଟି ଷ୍ଟଲ୍‌କୁ ଅନୁମତି ମିଳିବ। ମେଳା ଚାରିପଟେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଖୋର୍ଦ୍ଧା ପଟୁ କୋଳଥିଆ ଛକଠାରୁ ଖଣ୍ଡଗିରିଛକ ପର୍ଯ୍ୟନ୍ତ ବ୍ରିଜ୍‌ତଳେ, ବରମୁଣ୍ଡା ପଟୁ ପ୍ରାଚୀ ରିସର୍ଟଠାରୁ ଖଣ୍ଡଗିରି ଥାନା ପର୍ଯ୍ୟନ୍ତ, ଜାଗମରା ପଟୁ ସୋଆ କାର୍ଯ୍ୟାଳୟଠାରୁ ହାଉସିଂ ବୋର୍ଡ ନିର୍ମାଣ ପରିସର ଏବଂ ଖାରବେଳ ପାର୍କ ନିକଟରେ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ଜୟଦେବବାଟିକା ପଟୁ ଓଏସ୍‌ଆର୍‌ଟିସି ଷ୍ଟାଣ୍ଡ୍‌ରେ ଲୋକେ ବିନା ଦେୟରେ ଗାଡି ରଖିପାରିବେ। ତେବେ ଚୟନ ହୋଇଥିବା ସଂସ୍ଥା ଜରିଆରେ ଏହିସବୁ ସେବା ଯୋଗାଇ ଦିଆଯିବ। ପାର୍କିଂ ଦେୟ ପ୍ରଥମ ଦୁଇଘଣ୍ଟାକୁ ଦୁଇଚକିଆ ପାଇଁ ୧୦ଟଙ୍କା ଏବଂ ଚାରିଚକିଆ ପାଇଁ ୨୦ଟଙ୍କା ରହିଛି। ଗାଡି ପ୍ରବେଶଠାରୁ ପ୍ରସ୍ଥାନ ସମୟ ପର୍ଯ୍ୟନ୍ତ ଏହାର ସ୍ବତନ୍ତ୍ର ଦର ରହିଛି। ଏହି ସୂଚନା ପାର୍କିଂ ସ୍ଥଳରେ ପ୍ରଦର୍ଶିତ କରାଯିବ। ମେଳାରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ଅସ୍ଥାୟୀ ଷ୍ଟଲ୍‌ ପ୍ରଦାନ କରିବା ଏବଂ ସେମାନଙ୍କଠାରୁ ଲାଇସେନ୍ସ ଫି ଆଦାୟ କରିବା, ଯାତ୍ରା ପାର୍ଟି ମାଲିକ ଓ ମେଳା ବ୍ୟବସାୟୀଙ୍କଠାରୁ ରାଜସ୍ବ ଆଦାୟ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୃଙ୍ଖଳିତ ଯାତ୍ରା ପରିଚାଳନା, ଦର୍ଶକଙ୍କ ପାଇଁ ପାଣି, ଅସ୍ଥାୟୀ ଶୌଚାଳୟ, ପରିମଳ, ସାମାଜିକ ଅଶ୍ଳୀଳତାକୁ ଯାତ୍ରାରେ ସ୍ଥାନ ନ ଦେବା ଆଦି ବାବଦରେ ଆୟୋଜକମାନଙ୍କୁ ସତର୍କ କରାଯାଇଛି। ଏହାସହ ଜାଗମରାରୁ ଅନନ୍ତକେଶରୀଙ୍କ ଯାତ୍ରା ସମୟରେ ଉତ୍ତମ ଆଲୋକୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ମେଳାଞ୍ଚଳକୁ ଦିନକୁ ତିନିଥର ସଫେଇ କରାଯିବ। ପୋଲିସ ପ୍ରଶାସନ, ବିଦ୍ୟୁତ୍‌ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସଂଯୁକ୍ତ ବିଭାଗ ଏବଂ ସ୍ଥାନୀୟ କର୍ପୋରେଟର ଓ ଅଞ୍ଚଳବାସୀଙ୍କ ସହଯୋଗରେ ମେଳା ପରିଚାଳନା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏନେଇ ବୁଧବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ନିଦ୍ଦେର୍ର୍ଶକ୍ରମେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଟିମ୍‌ ବିଏମ୍‌ସି ଏବଂ ସଂଯୁକ୍ତ ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପାର୍କିଂ, ଷ୍ଟଲ୍‌ ପ୍ଲାନିଂ, ପରିମଳ, ସୂଚନା ପ୍ରଦାନ, ସାଧୁସନ୍ଥଙ୍କ ପାଇଁ ଆଲୋକ, ପାଣି ବ୍ୟବସ୍ଥା, ଜବରଦଖଲ ଏବଂ ଯାଯାବରଙ୍କୁ ଉଠାଇବା ସହ ଅନ୍ୟାନ୍ୟ ସୁବିଧାର ସମୀକ୍ଷା କରିଥିଲେ। ଦକ୍ଷିଣ-ପୂର୍ବ ଜୋନ୍‌ର ଡେପୁଟି କମିଶନର ରୋଶନ ଶତପଥୀ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଖାର୍ଗେ ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ ବିଜେଡି-ଭାଜପା…

ଭୁବନେଶ୍ୱର,୧୬।୫: ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷଛନ୍ତି। ଖାର୍ଗେ କହିଛନ୍ତି, ଓଡ଼ିଶାରେ ବିଜେଡି ୨୪...

ହସ୍ପିଟାଲରେ ଥାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧୬।୫: ବ୍ରହ୍ମପୁରର ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସୁରକ୍ଷା ଦାବି କରିଛନ୍ତି। ପ୍ରଦୀପ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri