Posted inଖେଳ

ସର୍ବସମ୍ମୁଖରେ ସଚିନଙ୍କୁ ବୁଢ଼ା ବୋଲି କହୁଥିଲେ ଏହି ଖେଳାଳି, ଏଭଳି ଜବାବ ଦେଇଥିଲେ ସେହ୍ବାଗ

ନୂଆଦିଲ୍ଲୀ,୨।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ତାଙ୍କ କ୍ରିକେଟ କ୍ୟାରିୟରରେ କେବେ ବି ବିନା କାରଣରେ ବିରୋଧି ଖେଳାଳିଙ୍କ ସହ ମତାନ୍ତର କରୁ ନ ଥିଲେ। ହେଲେ ଅନେକ ଖେଳାଳି ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ କୁଣ୍ଠାବୋଧ କରୁ ନ ଥିଲେ। ସେଭଳି ଜଣେ ଖେଳାଳି ଥିଲେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ମାଇକେଲ କ୍ଲାର୍କ। ଏକଦା ସେ ମଇଦାନରେ ସଚିନଙ୍କୁ ବୁଢ଼ା ବୋଲି କମେଣ୍ଟ କରିଥିଲେ। ଏହାର କିଛି ଜବାବ ଦେଇ ନ ଥିଲେ ସେ। ହେଲେ ତାଙ୍କ ସହ ବ୍ୟାଟିଂ କରୁଥିବା ବିରେନ୍ଦ୍ର ସେହ୍ବାଗ ଏହାର ଜବାବ ଦେଇଥିଲେ।

ଏକ ଶୋ’ରେ ସେହ୍ବାଗ ଘଟଣା ବିଷୟରେ କହିଥିଲେ, ସେ ସଚିନଙ୍କ ସହ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରୁଥିଲେ। ସେତେବେଳେ କ୍ଲାର୍କ ନୂଆ ନୂଆ ଖେଳୁଥାନ୍ତି। ସେମାନେ ବ୍ୟାଟିଂ କରୁଥିବା ବେଳେ କ୍ଲାର୍କ ଲଗାତାର ଭାବେ ସଚିନଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ସଚିନ ବୁଢ଼ା ହୋଇଯାଇଥିବା ସେ କହିବା ସହ ଫିଲ୍ଡିଂ, ବ୍ୟାଟିଂ କରିପାରିବେ ନାହିଁ ବୋଲି କହୁଥିଲେ। କିଛି ସମୟ ଏହାକୁ ଶୁଣିବା ପରେ ସେହ୍ବାଗ କ୍ଲାର୍କଙ୍କ ପାଖକୁ ଯାଇଥିଲେ। ତାଙ୍କର ବୟସ କେତେ ବୋଲି ପଚାରିଥିଲେ। କ୍ଲାର୍କ ୨୩ ବର୍ଷ ବୋଲି କହିଥିଲେ। ପରେ ସଚିନଙ୍କ ଟେଷ୍ଟ ଶତକ ତାଙ୍କ ବୟସଠାରୁ ଅଧିକ ବୋଲି ସେହ୍ବାଗ ଜବାବ ଦେଇଥିଲେ। ହେଲେ କ୍ଲାର୍କ ପୁଣି ପୁର୍ବପରି ସଚିନଙ୍କୁ କଟାକ୍ଷ କରି ଚାଲିଥିଲେ। ଏହା ଶୁଣିବା ପରେ ସେହ୍ବାଗ ରାଗିଯାଇ ତୁମ ବନ୍ଧୁ ତୁମକୁ ପପ୍‌ ବୋଲି କୁହନ୍ତି ବୋଲି ପଚାରିଥିଲେ। କ୍ଲାର୍କ ହଁ ଭରିଥିଲେ। ଏହାଶୁଣି ସେହ୍ବାଗ କେଉଁ ପ୍ରଜାତିର ବୋଲି କ୍ଲାର୍କଙ୍କୁ ପଚାରିଥିଲେ। ଏଭଳି ଜବାବ ଶୁଣି କ୍ଲାର୍କଙ୍କ ମୁଁହ ଶୁଖି ଯାଇଥିଲା। ସେ ଚୁପ୍‌ ହୋଇଯାଇଥିଲେ ବୋଲି ସେହ୍ବାଗ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri