Posted inଖେଳ

ଅର୍ଶଦୀପଙ୍କ ସମର୍ଥନରେ ବାହାରିଲେ ସଚିନ

ମୁମ୍ବାଇ,୬।୯: ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭାରତର ପରାଜୟ ପରେ ଚର୍ଚ୍ଚାରେ ବୋଲର୍‌ ଅର୍ଶଦୀପ ସିଂ। ବିରୋଧୀ ଟିମ୍‌ ଇନିଂସର ୧୮ତମ ଓଭରରେ ଆସିଫ ଅଲୀଙ୍କ କ୍ୟାଚ୍‌ ସେ ଛାଡ଼ି ଦେଇଥିଲେ। ସେତେବେଳେ ଆସିଫ ଖାତା ଖୋଲି ନ ଥିଲେ। ପରବର୍ତ୍ତୀ ସମୟରେ ଏହି କ୍ୟାଚ୍‌ ଛାଡ଼ିବା ଭାରତକୁ ମହଙ୍ଗା ପଡ଼ିଥିଲା। କାହିଁକିନା ସେ ୮ ବଲ୍‌ରେ ୧୬ ରନ୍‌ କରି ପାକିସ୍ତାନକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଏହାକୁ ନେଇ ଭାରତୀୟ ପ୍ରଶଂସକ ଅର୍ଶଦୀପଙ୍କୁ ଭାରତ ପରାଜୟର ମୁଖ୍ୟ କାରଣ ବୋଲି କହୁଛନ୍ତି। ଏପରିକି ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଏହି ଘଟଣାରେ ଅର୍ଶଦୀପଙ୍କ ସମର୍ଥନରେ ବାହାରିଛନ୍ତି ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର।

ସଚିନ ଟୁଇଟ୍‌ କରି କହିଛନ୍ତି, ଦେଶର ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟେକଟି ଖେଳାଳି ନିଜର ସର୍ବଶ୍ରେଷ୍ଠ ଦେଇଥାଏ। ସର୍ବଦା ସେ ଦେଶ ପାଇଁ ଖେଳିଥାଏ। ଏଥିଲାଗି ତାଙ୍କୁ ସର୍ବଦା ସମର୍ଥନର ଆବଶ୍ୟକତା ରହିଛି। ଖେଳରେ କେବେ ହାର କେବେ ଜିତ୍‌ ଥାଏ। ଏମିତିରେ କ୍ରିକେଟକୁ ବ୍ୟକ୍ତିଗତ ଆକ୍ଷେପରୁ ମୁକ୍ତ ରଖନ୍ତୁ। ଅର୍ଶଦୀପ କଠିନ ପରିଶ୍ରମ କର। ମଇଦାନରେ ଦମ୍‌ଦାର ପ୍ରଦର୍ଶନ କରି ସମାଲୋଚନାକାରୀଙ୍କୁ ଜବାବ ଦିଅ। ମୁଁ ତୁମକୁ ଫଲୋ କରୁଛି। ମୋ ତରଫରୁ ଶୁଭକାମନା ବୋଲି ସେ ଲେଖିଛନ୍ତି।

ପ୍ରକାଶ ଥାଉ କି, ପାକିସ୍ତାନ ବିପକ୍ଷ ମୁକାବିଲାରେ ଅର୍ଶଦୀପ ୩.୫ ଓଭରରେ ୨୭ ରନ୍‌ ଦେଇ ୧ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କହୁଛନ୍ତି ସୁନା କିଣ ନାହିଁ, ତେଲ କମ ଖର୍ଚ୍ଚ କର, ମାୟାବତୀ କହିଲେ ‘ହରାଇବା ପାଇଁ ଆଉ କିଛି ବାକି ନାହିଁ’

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା, ସାଧାରଣ ପରିବହନ ଗ୍ରହଣ କରିବା ଏବଂ ସୁନା କିଣିବା ବନ୍ଦ କରିବା ପାଇଁ…

ଗ୍ଲାମର ଇଣ୍ଡଷ୍ଟ୍ରିରେ ପୁଣି ଏକ ଛାଡ଼ପତ୍ର: ବିବାହର ୪ ବର୍ଷ ପରେ ଅଲଗା ହେବେ ଏହି ଯୋଡ଼ି

ଗ୍ଲାମର ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ ଘଟଣା। ଏବେ ଆଉ ଏକ ଦମ୍ପତିଙ୍କ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଅଭିନେତ୍ରୀ ମୌନି…

‘ଲାଇଫ ସପୋର୍ଟ ସିଷ୍ଟମରେ ଯୁଦ୍ଧବିରତି’: ରାଗିଲେ ଟ୍ରମ୍ପ, ସମୁଦ୍ରରେ ମୁତୟନ କଲେ ପରମାଣୁ ବୁଡ଼ାଜାହାଜ

ତେହରାନ,୧୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ମଧ୍ୟରେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଇରାନ ସଂସଦର ବାଚସ୍ପତି…

ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଆହତ

ଝାରସୁଗୁଡା/ବେଲପାହାଡ,୧୨।୫(ଆଶିଷ ରଞ୍ଜନ ଦାଶ/ସୁବାସ ପ୍ରଧାନ): ବେଲପାହାଡ଼ ଥାନା ଅନ୍ତର୍ଗତ ସୁଲଦିଆ କୋଇଲା ଖଣି ଅଞ୍ଚଳରେ ଥିବା ଅଇଲାଝରନ ଜଙ୍ଗଲରେ ଆଜି ବ୍ରଜରାଜନଗର ଓ ବନହରପାଲି ଥାନା ପୋଲିସ…

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ

କୋଲକାତା,୧୨।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତ ଏବେ ସିବିଆଇ କରିବ। ବଙ୍ଗଳା ସରକାର ନିଜେ ସିବିଆଇ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇଟି ଗୋଷ୍ଠୀରେ ବିଭକ୍ତ, ଗୋଟିଏ ବିଜୟଙ୍କ TVK କୁ କରିବ ସମର୍ଥନ

ଚେନ୍ନାଇ,୧୨।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। AIADMK ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇଛି। ସୂତ୍ର…

ଦ୍ୱିତୀୟଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ, ମୋଦିଙ୍କ ସହ ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ଗୁଆହାଟି,୧୨।୫: ଆସାମରେ, ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri