Posted inଖେଳ

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଫାଇନାଲ ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଦଳକୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସଚିନ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କରି କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରତ୍ୟେକ ଖେଳାଳି ଜାଣିବା ଉଚିତ ଯେ ଯେତେବେଳେ ସେ ପଡ଼ିଆକୁ ଆସନ୍ତି, ସେତେବେଳେ ସେ ଏକୁଟିଆ ନୁହଁନ୍ତି କିନ୍ତୁ ତାଙ୍କ ସହ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତ୍ୟେକ ଉତ୍‌ଥାନ-ପତନ ସମୟରେ ଦଳ ଏକ ‘ପରିବାର’ ଭଳି ଖେଳିବା ଉଚିତ୍‌। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ତଥା ଦଳର ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ସଚିନ ତେନ୍ଦୁଲକର ଆହୁରି କହିଛନ୍ତି, ଖେଳରେ ଅନେକ ବାଧାବିଘ୍ନ ରହିଛି, ବିଶେଷ କରି ଫଟାଫଟ କ୍ରିକେଟରରେ ଦଳ ଏକ ୟୁନିଟ ପରି ଖେଳିବା ଜରୁରୀ ଅଟେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ୍‌ ପରୀକ୍ଷାବେଳେ କପି ଦେଉଥିଲେ ୩ ଶିକ୍ଷକ, ଫ୍ଲାଇଂ ସ୍କ୍ବାଡ୍‌ ହାତରେ ପଡିଲେ ଧରା, ତା’ପରେ…

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା…

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ…

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ, କହିଲେ…

ବଲାଙ୍ଗୀର,୨।୩( ସୁନିଲ କୁମାର ମହାନ୍ତି); ଦୋଳ ମହୋତ୍ସବ କେବଳ ବଲାଙ୍ଗୀରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି…

ଯାତ୍ରୀବାହୀ ବସ୍‌ ପଛରେ ପିଟିହେଲା ଅଟୋ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ସୋମବାର ଅପରାହ୍ନରେ ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡି୦୭-୩୭୧୦) ପଛରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri