ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସେଠାରୁ ୩୫ ଲିଟର ଅପମିଶ୍ରିତ ନକଲି ବିଦେଶୀ ମଦ, ମଦ ପାଇଁ ବ୍ୟବହୃତ ୬୨ଟି ବୋତଲ, ୮୨୦ଟି ଠିପି ଓ ୧୫୫ଟି ଲେବଲ ଜବତ କରିଥିବାବେଳେ ଏହି ଘଟଣାରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବିହାରର ପବନ କୁମାର ଓ ଶୈଳେନ୍ଦ୍ର ସିଂ ଏବଂ ଝାରଖଣ୍ଡ ର ଅଜୟ କୁମାର । ଏନେଇ ଅବକାରୀ ବିଭାଗ ଏକ ମାମଲା ନଂ( ୨୧୭/୨୫-୨୬) ରୁଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଭବାନୀପାଟଣା ସଦର ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନାଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ଧର୍ମଗଡ ଅବକାରୀ ଅଧିକାରୀ ଅରୁଣ କୁମାର ଯୋଶୀ, ଭବାନୀପାଟଣା ମୋବାଇଲ ୟୁନିଟ ଅବକାରୀ ଅଧିକାରୀ ବିଜୟ ଭୂଷଣ ନାୟକ, ଧର୍ମଗଡ଼ ଅବକାରୀ ଅଧିକାରିଣୀ ପ୍ରତିମା ବେହେରା, ପ୍ରମୁଖ ସାମିଲ ହୋଇଥିଲେ।

ପ୍ରକାଶ ଯେ,ଗତ ଫେବୃଆରୀ ୨୪ରେ ଜୁନାଗଡ଼ର ମଧ୍ୟ ଏହି ସମାନ ଘଟଣାରେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ଠାରୁ ୩୩ ଲିଟର ନକଲି ବିଦେଶୀ ମଦ ସହ ନକଲି ବିଦେଶୀ ମଦ ଠିପି,ଖାଲି ବୋତଲ ,ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ) ଜବତ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଉପରୋକ୍ତ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ବିଦେଶୀ ମଦ ଦୋକାନରେ କାମ କରୁଥିବାବେଳେ ଏହି ମଦକୁ ସେମାନେ କୁଆଡେ ନେଇ ବିକ୍ରି କରୁଥିଲେ ତାହାକୁ ନେଇଁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଅଭିଯୁକ୍ତମାନେ କାମ କରୁଥିବା ଦୋକାନ ଗୁଡିକୁ ଯାଞ୍ଚ କରାଗଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri