Posted inଫୁରସତ

ଗୋଟିଏ ଗୋଡ ନାହିଁ, ତଥାପି ଜବରଦସ୍ତ ଫୁଟବଲ୍‌ ଖେଳୁଛନ୍ତି ଏହି କୁନି ଶିଶୁ

କୁହାଯାଏ, ଯଦି ଆଗ୍ରହ ଥାଏ ତେବେ କଠିନ କାମ ବି ସହଜ ହୋଇଯାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଉତ୍ସାହ ଏବଂ ଦୃଢ ସାହସକୁ ପାଥେୟ କରି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଛନ୍ତି। ଏଭଳି ନିଆରା ଲୋକଙ୍କୁ ସମସ୍ତେ ସଲାମ କରନ୍ତି। ଏପରି ଜଣେ ଶିଶୁ ମଣିପୁରର ଇମ୍ଫାଲରେ ରୁହନ୍ତି। ଏହି ୪ ବର୍ଷର ଶିଶୁଙ୍କ ନାମ ହେଉଛି କୁନାଲ ଶ୍ରେଷ୍ଟା। ତାଙ୍କର ଗୋଡ ନାହିଁ। ଏହା ସତ୍ତ୍ୱେ ସେ ଦୃଢ ଭାବରେ ଫୁଟବଲ ଖେଳୁଛନ୍ତି। ଏହାସହ ସାଇକେଲ ମଧ୍ୟ ଚଲାଉଛନ୍ତି। ଦିବ୍ୟାଙ୍ଗ କୁନାଲ ଏବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ତାଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ପିଲାଦିନରୁ ତାଙ୍କର ଗୋଟିଏ ଗୋଡ ନାହିଁ। ଏହା ସତ୍ତ୍ୱେ ସେ ସାହସ ହରାଇ ନାହାଁନ୍ତି। କୁନାଲଙ୍କ ମା କୁହନ୍ତି, ମୋ ପୁଅ ଗୋଟିଏ ଗୋଡ ବିନା ଜନ୍ମ ହୋଇଥିଲା। ମୁଁ ତାଙ୍କୁ କେବେବି ତାଙ୍କ ସାଥୀମାନଙ୍କଠାରୁ ଅଲଗା ଅନୁଭବ କରିବାକୁ ଦିଏ ନାହିଁ। ସେ ମଧ୍ୟ କଦାପି ନିଜକୁ ନ୍ୟୁନ ଭାବେ ନାହିଁ। ସେ ନିଜେ ସାଇକେଲ ଚଲାଇବା ଶିଖିଛି ବୋଲି ସେ କହିଛନ୍ତି। କୁନାଲ ଶ୍ରେଷ୍ଟା କହିଛନ୍ତି, ମୁଁ ଫୁଟବଲ ଖେଳିବାକୁ ପସନ୍ଦ କରେ। ପ୍ରାରମ୍ଭରେ ମୁଁ ସନ୍ତୁଳନ ରକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲି, ମୁଁ ଭୟଭୀତ ଥିଲି କିନ୍ତୁ ଏବେ ମୁଁ ଆତ୍ମବିଶ୍ୱାସ ହାସଲ କରିଛି। ମୋର ସାଙ୍ଗମାନେ ମୋତେ ବହୁତ ସମର୍ଥନ କରୁଛନ୍ତି। ମୁଁ ଆଶା କରୁଛି ଖୁବଶୀଘ୍ର ଏକ ଗୋଲ ସ୍କୋର କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ସାଙ୍ଗରେ ୩୫ ଗର୍ଲ ଫ୍ରେଣ୍ଡଙ୍କ ସହିତ ସମ୍ପର୍କ ରଖିଥିଲେ ଯୁବକ, ତାପରେ…

ଟୋକିଓ,୨୫।୪: ଏକାଧିକ ଗର୍ଲ ଫ୍ରେଣ୍ଡ୍‌ଙ୍କ ସହିତ ସମ୍ପର୍କ ରଖିଥିବା ଯୁବକଙ୍କୁ ଶେଷରେ ହଟହଟା ହେବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ଜାପାନରେ ଘଟିଛି। ଏଠାରେ ଜଣେ...

ଅନ୍‌ଲାଇନ ଅର୍ଡର କ୍ୟାନସେଲ୍‌ କରିବାରୁ ଯୁବତୀଙ୍କ ଏମିତି ଅବସ୍ଥା କଲେ ଡେଲିଭରି ବୟ

ଆଜିକାଲି ଲୋକେ ସୁବିଧା ଆଉ ହାତ ପାହାନ୍ତାରେ ସାମଗ୍ରୀ ପାଇବା ପାଇଁ ଅନ୍‌ଲାଇନ୍‌ର ସାହାରା ନେଉଛନ୍ତି। ବେଳେବେଳେ ଏହି ସୁବିଧା ଲୋକଙ୍କୁ ଅସୁବିଧାରେ ବି ପକାଉଛି।...

ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍‌ ଜାଣିଲେ ହେବେ ଚକିତ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର...

ଫ୍ୟାନ ମ୍ୟୁଜିୟମ୍‌

ଖରାଦିନେ କରେଣ୍ଟ ଚାଲିଗଲେ ଆଜି ବି ଖୋଜାପଡେ ବିଞ୍ଚଣା । ତାଳପତ୍ର ହେଉ ବା ପ୍ଲାଷ୍ଟିକ ବିଞ୍ଚଣା, ଖରାଦିନେ ଏହାର ଚାଦିହା କାହିଁରେ କେତେ। ତେବେ...

ବିବାହ ପୂର୍ବରୁ ଭାବି ସ୍ବାମୀଙ୍କଠାରେ ଏମିତି ଦାବି ରଖିଲେ ମହିଳା, ଜାଣିଲେ କରିବେ ପ୍ରଶଂସା

ଜଣେ ପାକିସ୍ତାନୀ ମହିଳା ତାଙ୍କ ଭାବି ସ୍ବାମୀଙ୍କଠାରେ ଏମିତି ଏକ ଦାବି ରଖିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହିଳାଙ୍କ ନାମ ନାଇଲା...

ଏଟିଏମ୍‌ରୁ ଟଙ୍କା ଉଠାଇବା ବାହାନାରେ ଚୋରି କଲେ ସାନିଟାଇଜର, ଭିଡିଓ ଦେଖିଲେ…

ଭାରତରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ବି କରାଯାଇଛି। ସରକାର ଲୋକଙ୍କୁ ନିୟମ ପାଳନ...

କିଛି ବି ଅର୍ଡର କରି ନ ଥିଲେ; ହେଲେ ଆମାଜନ୍‌ରୁ ମହିଳାଙ୍କ ଘରେ ପହଞ୍ଚିଲା ୧୫୦ ପ୍ୟାକେଟ; ଖୋଲି ଦେଖିବା ପରେ…

ଅନ୍‌ଲାଇନ୍‌ରେ ଅର୍ଡର ନ କରିବି କିଛି ପହଞ୍ଚିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଭଳି କିଛି ଘଟିଛି ଆମେରିକାର ଜିଲିୟାନ୍‌ କନ୍ନନ୍‌ଙ୍କ କ୍ଷେତ୍ରରେ। ସେ କିଛି...

ଧାରୁଆ ଛୁରୀରେ ମହିଳାଙ୍କ ନାକ କାଟିଦେଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

କାନପୁର: ରାମାୟଣରେ ରାବଣଙ୍କ ଭଉଣୀ ଶୃପଣଖାଙ୍କ ନାକ ଲକ୍ଷ୍ମଣ କାଟି ଥିବା କଥା ଆପଣ ଶୁଣିଥିବେ। ହେଲେ ଉତ୍ତରପ୍ରଦେଶର କାନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା...

Advertisement
Archives

Model This Week