Posted inଖେଳ

ଆଜିର ଦିନରେ ସଚିନ୍‌ ହୋଇଥିଲେ ‘କ୍ରିକେଟ୍‌ର ଭଗବାନ’

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜି ଖାସ୍‌ ଦିନ। ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ଜୁନ୍‌ ୨୯ରେ ଏକଦିବସୀୟ କ୍ରିକେଟରେ ୧୫ ହଜାର ରନ୍‌ ପୂରଣ କରି ଇତିହାସ ରଚିଥିଲେ ସଚିନ୍‌। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ବେଲଫାଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଭାରତର ଅଧିନାୟକ ରାହୁଲ ଦ୍ରାଭିଡ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୨୨୬ ରନ୍‌ କରିଥିଲା। ୨୨୭ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଓପନିଂ ଯୋଡି ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ୧୩୪ରନ୍‌ କରିଥିଲେ। ସଚିନ ପାଳିର ୧୮ତମ ଓଭରରେ ଆନ୍ଦ୍ରେ ନେଲ୍‌ଙ୍କ ବଲ୍‌ରେ ସିଙ୍ଗଲ୍‌ ନେଇ ୧୫ ହଜାର ରନ୍‌ ପୂରଣ କରିଥିଲେ। ସେବେଠୁ ତାଙ୍କୁ କ୍ରିକେଟ୍‌ର ଭଗବାନ ବୋଲି କୁହାଗଲା।ଏହି ମ୍ୟାଚ୍‌ରେ ସଚିନ ୯୩ ରନ୍‌ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୟପୁରରେ ପହଞ୍ଚିଲା ନ୍ୟୁଜିଲାଣ୍ଡ ଦଳ

ଜୟପୁର,୧୬।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ସୋମବାର ଜୟପୁରରେ ପହଞ୍ଚିଛି। ଏଠାରେ ବୁଧବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ...

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ କୋହଲି, ରାହାନେ

ଡର୍ହାମ,୨୦।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜ୍‌ଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ାଇଛି ଅଧିନାୟକ...

ଆଇପିଏଲ୍‌ ମଝିରେ ଅବସର ନିଷ୍ପତ୍ତି ନେଲେ ଏହି କ୍ରିକେଟର୍‌

ୟୁଏଇ,୨୭।୯: ଆଇପିଏଲ ୨୦୨୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ...

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ...

ଗୋଟିଏ କିଡ୍‌ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ

କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍‌ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍‌ରେ ବିଶ୍ୱ...

୬.୨ ଓଭରରେ ମ୍ୟାଚ୍‌ ଶେଷ

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ତାହା ପୁଣି ୬.୨ ଓଭରରେ। ବଲ ବ୍ୟବଧାନରେ...

ବ୍ରାଭୋ, ଧୋନୀଙ୍କ ମଧ୍ୟରେ ୧୦୦ ମିଟର ରେସ୍‌: ଜାଣନ୍ତୁ ବିଜେତାଙ୍କ ନାମ

ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଡ୍ବେନ୍‌ ବ୍ରାଭୋ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କ୍ରିକେଟ୍‌ ବ୍ୟତୀତ ସଙ୍ଗୀତରେ ମଧ୍ୟ ରୁଚି ରଖନ୍ତି ବ୍ରାଭୋ। ଲକ୍‌ଡାଉନ୍‌ ଯୋଗୁ ଚଳିତବର୍ଷ ଆଇପିଏଲ...

ଧୋନୀ ମୋର ପରାମର୍ଶଦାତା: ପନ୍ତ

ନୂଆଦିଲ୍ଲୀ,୨।୫(ପି.ଟି.): ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମୋର ଗୁରୁ ଭଳି। ସବୁବେଳେ ସେ ସାହାଯ୍ୟ କରିବା ପାଇଁ ଉପସ୍ଥିତ ଥାଆନ୍ତି। ତେବେ ସେ କୌଣସି...

Advertisement
Archives

Model This Week