ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ପାଇଁ ବିଜେଡି ମହିଳା ସଭାନେତ୍ରୀ ଭାବେ ସବିତା ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଯାହାକୁ ନେଇଁ ଜିଲା ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଏହାପୂର୍ବରୁ ସବିତା ବିଜେଡି ମହିଳା ସଶକ୍ତିକରଣ ର ରାଜ୍ୟ ସମ୍ପାଦିକା ଓ ଭବାନୀପାଟଣା ମ୍ୟୁନସିପାଲଟିର ଉପାଧ୍ୟକ୍ଷା ଭଳି ପଦବୀ ରେ ରହି ନିଜ କାର୍ଯ୍ୟକୁ ଦକ୍ଷତାର ସହ ପରିଚାଳନା କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଆଗାମୀ ଦିନରେ ଜିଲାର ମହିଳା ସଂଗଠନକୁ ସୁଦୃଢ଼ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅବହେଳା ଓ ଦୁର୍ନୀତିକୁ ନେଇଁ ସ୍ୱର ଉତ୍ତୋଳନ କରିବେ ବୋଲି ସଭାନେତ୍ରୀ ପ୍ରଧାନ କହିଛନ୍ତି।

