Posted inଖେଳ

ଶାସ୍ତ୍ରୀଙ୍କୁ ନେଇ ଅଶ୍ୱିନଙ୍କ ବିସ୍ଫୋରକ ବୟାନ; ସବା କରିମ କହିଲେ ଏଭଳି ଘଟଣା ଯୋଗୁ…

ନୂଆଦିଲ୍ଲୀ,୨୩।୧୨: ଗୋଟିଏ ପଟେ ବିରାଟ-ବିସିସିଆଇ ମଧ୍ୟରେ ବିବାଦ ଥମି ନ ଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ସେଇଟି ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବିବୃତ୍ତିକୁ ନେଇ। ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ବିଷୟରେ ସେ ବିସ୍ଫୋରକ ବିବୃତ୍ତି ଦେବା ପରେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଭଳି କଥା ଯୋଗୁ ଦଳର ପରିବେଶ ଭଲ ରହିବ ନାହିଁ ବୋଲି ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସବା କରିମ କହିଛନ୍ତି।

ଅଶ୍ୱିନ ଏକ ସାକ୍ଷାତକାରରେ କହିଛନ୍ତି, ଶାସ୍ତ୍ରୀ ଉପରେ ସେ ଖପ୍ପା ଥିଲେ। କାରଣ ସେ ଏକ ବୟାନରେ ଭାରତର ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ବିଦେଶୀ ମାଟିରେ ସର୍ବଶ୍ରେଷ୍ଠ ସ୍ପିନର ବୋଲି କହିଥିଲେ। ସେହି ବିବୃତ୍ତି ବିଷୟରେ ଉଲ୍ଲେଖ କରି ଅଶ୍ୱିନ କହିଛନ୍ତି, ରବି ଭାଇଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି। ଆମେ ସମସ୍ତେ ମଧ୍ୟ ତାଙ୍କୁ ସମ୍ମାନ କରୁ। ହେଲେ ସେହି ବିବୃତ୍ତି ନେଇ ମୁଁ ଭାଙ୍ଗି ପଡ଼ିଥିଲି। ସାଥୀ ଖେଳାଳିଙ୍କ ସଫଳତାରେ ଖୁସି ହେବା ଉଚିତ ବୋଲି ଜାଣେ। ମୁଁ କୁଲଦୀପଙ୍କ ପାଇଁ ଖୁସି ଥିଲି। ସେ ଅଷ୍ଟ୍ରେଲିଆରେ ୫ ଉଇକେଟ ନେଇଥିଲେ, ହେଲେ ମୁଁ ପାରି ନ ଥିଲି। ଏ କେତେ ବଡ଼ ମୁଁ ଜାଣେ। ହେଲେ ତାଙ୍କ କଥା ମୋତେ ବହୁତ ଆଘାତ ଲାଗିଥିଲା। ମୁଁ ରୁମ୍‌କୁ ଫେରି ସ୍ତ୍ରୀଙ୍କ ସହ କଥା ହୋଇଥିଲି। ପରେ ମୁଁ ହସି ହସି ଖୁସିରେ ସାମିଲ ହୋଇଥିଲି।

ଅପରପକ୍ଷେ ଅଶ୍ୱିନଙ୍କ ବିବୃତ୍ତି ନେଇ ସବା କରିମ କହିଛନ୍ତି, ଏଭଳି ଘଟଣା ଯେତେବେଳେ ସାମ୍ନାକୁ ଆସେ ସେତେବେଳେ ଦଳର ପରିବେଶ ଭଲ ରଖିବା କଷ୍ଟକର। ଏବେ ରାହୁଲ ଦ୍ରାବିଡ଼ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଏଭଳି ସ୍ଥିତିରେ ଅଧିନାୟକ ଉପରେ ଚାପ ପକାଇବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri