Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସବା କରିମ

ନୂଆଦିଲ୍ଲୀ,୩ା୫(ପି.ଟି.)-ପୂର୍ବତନ ଭାରତ ଉଇକେଟକିପର ଓ ଜାତୀୟ ଚୟନକର୍ତ୍ତା ସବା କରିମ ରବିବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ୟାଲେଣ୍ଟ ସର୍ଚ୍ଚ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। କରିମ ଗତ ଜାନୁୟାରୀ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜେନେରାଲ ମ୍ୟାନେଜର (କ୍ରିକେଟ ଅପରେଶନ) ଭାବେ କାର୍ଯ୍ୟ କରୁଥିଲେ। ୫୩ବର୍ଷୀୟ କରିମ ଭାରତ ତରଫରୁ ୩୪ ଅନ୍ତର୍ଜାତୀୟ ଦିନିକିଆ ଓ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲେ। ଆଖିରେ ଇଞ୍ଜୁରି ଯୋଗୁ ତାଙ୍କୁ ଖେଳ ଛାଡ଼ିବାକୁ ହୋଇଥିଲା।

Share