ସୌଭାଗ୍ୟରୁ ବଞ୍ଚିତ କରିଦେଲେ ସାଆନ୍ତେ

ଅନୁଗୋଳ ଅଫିସ, ୨୩ା୬ – କିଛିଟା କାବୁ ହୋଇଛି କରୋନା ସଂକ୍ରମଣ। ତଳମୁହାଁ ଧରିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତିକୁ ଦେଖି ପୂର୍ବ କଟକଣାରେ ସାମାନ୍ୟ କୋହଳ କରାଯାଇଥିଲେ ମଧ୍ୟ ଧର୍ମାନୁଷ୍ଠାନରୁ ତାଲା ଖୋଲିବା ସପକ୍ଷରେ ନାହାନ୍ତି ସରକାର। ତେଣୁ ଦିନକ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପଡ଼ୁଥିବାରୁ ମନକଷ୍ଟ କରିଛନ୍ତି ଅନୁଗୋଳର ସହସ୍ରାଧିକ ଶ୍ରଦ୍ଧାଳୁ। ଗତବର୍ଷ ପରି ଏଥର ମଧ୍ୟ ଶୈଳଶ୍ରୀକ୍ଷେତ୍ରରେ ହାତୀବେଶ ଦେଖିବାର ସୌଭାଗ୍ୟ ସାଆନ୍ତେ ଦେବେନାହିଁ ବୋଲି ଜାଣି ଲୁହଗଡ଼ାଉଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ।
ଆସନ୍ତା ଗୁରୁବାର ଦିନ ରତ୍ନବେଦିରୁ ଓହ୍ଲାଇ ସ୍ନାନବେଦିରେ ବିରାଜିବେ ଶ୍ରୀଜଗନ୍ନାଥ। ସାଙ୍ଗରେ ବଡ଼ଭାଇ ଓ ସାନ ଭଉଣୀ ମଧ୍ୟ ଆସିବେ ପହଣ୍ଡିରେ। ପ୍ରତିବର୍ଷ ଅନୁଗୋଳରେ ରଥଯାତ୍ରା ପୂର୍ବରୁ ୩ ଠାକୁରଙ୍କ ଏହି ହାତୀବେଶ ଦେଖିବାକୁ ପ୍ରବଳ ଗହଳି ହୁଏ ଶୈଳଶ୍ରୀକ୍ଷେତ୍ରରେ। କିନ୍ତୁ କରୋନା କାରଣରୁ ଗତବର୍ଷ କୌଣସି ଭକ୍ତ ସ୍ନାନଯାତ୍ରାରେ ସାମିଲ ହୋଇପାରି ନ ଥିଲେ। ସମସ୍ତେ ଆଶା ବାନ୍ଧିଥିଲେ ଆସନ୍ତାବର୍ଷକୁ। ହେଲେ ତାହା ମଧ୍ୟ ପୂରଣ ହୋଇପାରିବ ନାହିଁ। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଧର୍ମାନୁଷ୍ଠାନ ଦ୍ୱାର ଖୋଲିବାକୁ ଏବେ ପ୍ରସ୍ତୁତ ନାହାନ୍ତି। ତେଣୁ କୋଭିଡ୍‌ କଟକଣା ମଧ୍ୟରେ ହିଁ ସ୍ନାନଯାତ୍ରା ପାଳନ ହେବ। ରଥଯାତ୍ରା ମଧ୍ୟ ମନ୍ଦିର ମଧ୍ୟରେ ନୀତିକାନ୍ତିରେ ସୀମିତ ରହିବ। କାର୍ଯ୍ୟସୂଚୀ ଅନୁଯାୟୀ, ଭୋର ୩ଟା ୩୦ରେ ଶୈଳଶ୍ରୀକ୍ଷେତ୍ର ମନ୍ଦିରରେ ପହୁଡ଼ ଫିଟାଯାଇ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯିବ। ପରେ ଶ୍ରୀଜୀଉଙ୍କୁ ସିଂହାସନରୁ ଅବତରଣ ପାଇଁ ସେନାପଟା ଲାଗି କରାଯିବ। ପ୍ରାତଃ ୬ଟାରେ ମଙ୍ଗଳ ଆଳତି ହେବ। ସକାଳ ୭ରୁ ୮ଟା ମଧ୍ୟରେ ପହଣ୍ଡିରେ ସ୍ନାନ ମଣ୍ଡପକୁ ଶ୍ରୀଜୀଉମାନଙ୍କୁ ଅଣାଯିବ। ସେଠାରେ ବିଭିନ୍ନ ନୀତିକାନ୍ତି ପରେ ୯ଟା ୩୦ରେ ଷୋଡ଼ଶ ଉପଚାରରେ ସ୍ନାନ କରାଯିବା ସହ ରତ୍ନବସ୍ତ୍ର ଲାଗି ହେବ। ପୂର୍ବାହ୍ନ ୧୦ଟାରେ ଜିଲାପାଳ ଛେରା ପହଁରା କରିବେ। ଏଥିରେ ଅନୁଗୋଳ ଏସ୍‌ପି ସହଯୋଗ କରିବେ। ୧୧ଟା ମଧ୍ୟରେ ଠାକୁରଙ୍କ ହାତୀବେଶ କରାଯିବ। ୧୧ଟା ୩୦ରେ ପ୍ରାତଃ ଓ ମଧ୍ୟାହ୍ନ ଧୂପ ଲାଗି ହେବ। ମଧ୍ୟାହ୍ନ ୧୨ଟାରେ ପହଡ଼ ପକାଯିବ। ସନ୍ଧ୍ୟା ୫ଟାରେ ପହଡ଼ ଖୋଲାଯିବା ପରେ ସନ୍ଧ୍ୟା ଆଳତି ହେବ। ଚଳିତବର୍ଷ ସାହାଣ ମେଲା ନ ଥିବାରୁ ୫ଟା ୩୦ରେ ଗଜାନନ ବେଶ ଉଲାଗି କରାଯାଇ ସଧାରଣ ବେଶ କରାଯିବ। ଏହାପରେ ଗୋଟି ପହଣ୍ଡିରେ ସନ୍ଧ୍ୟା ୬ଟା ୩୦ରୁ ୭ଟା ମଧ୍ୟରେ ତିନିଠାକୁର ଅଣସର ଗୃହକୁ ପ୍ରବେଶ କରିବେ ବୋଲି ମନ୍ଦିର ପରିଚଳାନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଠାକୁରଙ୍କ ସେବା କରିବାକୁ ଥିବା ୯୬ ଜଣ ବିଭିନ୍ନ ବର୍ଗର ସେବକଙ୍କ କୋଭିଡ୍‌ ଟେଷ୍ଟ କରାଯାଇସାରିଛି।

ମନ୍ଦିରରେ କେବଳ ବିଧି ପାଳନ
କରୋନା ସମୟରେ ଜୀବନ ରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଚଳିତବର୍ଷ ଅନୁଗୋଳ ଜିଲାରେ ଠାକୁରଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ମଧ୍ୟରେ କେବଳ ମନ୍ଦିର ପରିସରରେ ଠାକୁରଙ୍କ ବିଧି ପାଳନ ହୋଇପାରିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଗାଇଡ୍‌ ଲାଇନ୍‌ ମଧ୍ୟରେ ହେବ ନୀତିକାନ୍ତି
ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଶୈଳଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ନୀତି କରାଯିବ। ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ୯୬ ସେବାୟତଙ୍କ କରୋନା ପରୀକ୍ଷା କରାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତମାନେ ନୀତିକାନ୍ତିରେ ଅଂଶ ଗ୍ରହଣ କରିବେ।
-ହେମନ୍ତ ଦାସ, ସମ୍ପାଦକ, ପରିଚଳାନା କମିଟି
ମନ ଭାଙ୍ଗୁଛି ସରକାରୀ କଟକଣା
୨ ବର୍ଷ ହେବ ସ୍ନାନଯାତ୍ରା କି ଘୋଷଯାତ୍ରା ଦେଖି ହେଉନି। ନିଜ ଭକ୍ତମାନଙ୍କ ଉପରେ ମହାପ୍ରଭୁ ବୋଧେ ରୋଷ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଦର୍ଶନ ସୌଭାଗ୍ୟରୁ ବଞ୍ଚିତ କରୁଛନ୍ତି। ସରକାରୀ କଟକଣା ମଧ୍ୟ ଶ୍ରଦ୍ଧାଳୁଙ୍କ ମନ ଭାଙ୍ଗିଦେଉଛି। ପୁଣିଥରେ ଆସନ୍ତାବର୍ଷକୁ ଅପେକ୍ଷା।
-ରୀନା ପ୍ରଧାନ, ଶ୍ରଦ୍ଧାଳୁ, ଅନୁଗୋଳ
ଲୀଳାମୟଙ୍କ ଲୀଳା ଜାଣିହେଉନି
ମଝିରେ କେତେ ଦିନ ଠାକୁରଙ୍କ ଦର୍ଶନ ମିଳିଲା। ଭଗବାନଙ୍କୁ ଦେଖି ଭକ୍ତ ଖୁସି ହେଲେ। କିନ୍ତୁ କିଛି ଦିନ ପରେ ପୁଣି ମନ୍ଦିରରେ ତାଲା ପକାଇ ଦିଆଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରାରେ ଦର୍ଶକଙ୍କ ଗହଳିକୁ ଅନୁମତି ଦିଆଯାଇ ନାହିଁ। ଲୀଳାମୟ ଠାକୁର ଏମିତି କାହିଁକି ଲୀଳା କରୁଛନ୍ତି ଜାଣିହେଉ ନାହିଁ।
-ପଙ୍କଜିନୀ ପ୍ରଧାନ, ଶ୍ରଦ୍ଧାଳୁ, ଅନୁଗୋଳ
ଅଧିକ ସତର୍କତା ଆବଶ୍ୟକ
କରୋନା ସଙ୍କଟ ସମ୍ପୂର୍ଣ୍ଣ ନ ଟଳିବା ଯାଏ ସମସ୍ତେ ସତର୍କ ରହିବା ଆବଶ୍ୟକ। ମନ୍ଦିର ଚାରି କାନ୍ଥ ଭିତରେ ନୀତିକାନ୍ତି ହେଲେ କିଛି ଅସୁବିଧା ନାହିଁ। ଏବେ ଭକ୍ତମାନେ ଧୈର୍ଯ୍ୟ ଧରି ବିଶ୍ୱରୁ ଏହି ମହାମାରୀ ବିପଦ କିଭଳି ଭାବେ ଟଳିଯିବ, ସେ ନେଇ ପ୍ରାର୍ଥନା କରନ୍ତୁ।
-ସୌରୀ ରଞ୍ଜନ ପଣ୍ଡା, ପହଣ୍ଡି ସେବକ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?