ଫେରୁଛନ୍ତି କରିନା

ମୁମ୍ବାଇ: ବଲିଉଡ କୁଇନ୍ କରିନା କପୁର ଖାଁ ପୁଣିଥରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦ୍ୱିତୀୟ ସନ୍ତାନର ଜନନୀ ହେବା ପରେ ସେ କିଛିଦିନ ପାଇଁ ବଡ ପରଦାଠାରୁ ଦୂରରେ ଥିଲେ । ଏବେ କିନ୍ତୁ ସେ ପୁଣିଥରେ ଫେରିବାକୁ ପ୍ରସ୍ତୁତ ହୋଇ ସାରିଲେଣି । ଏବେ କରିନାଙ୍କୁ ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଆଗାମୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଏହା ଏକ କ୍ରାଇମ ମିଷ୍ଟ୍ରି ମୁଭି ବୋଲି କୁହାଯାଉଛି । ଏହି ଫିଲ୍ମ ଜରିଆରେ କରିନା ବେଶ୍ ଲମ୍ବା ସମୟର ବିରତି ପରେ ବଡ ପରଦାକୁ ଫେରୁଛନ୍ତି । କୁହାଯାଉଛି କି ଏହି ମୁଭିକୁ ନେଇ ବହୁ ବର୍ଷ ହେଲାଣି ଯୋଜନା ଚାଲିଛି । ହେଲେ ଏବେ ସୁଜୟ ଏହାକୁ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏଥିରେ କରିନା ମୁଖ୍ୟ ଭୂମିକାରେ ନଜର ଆସିବେ । ସୁଜୟ ଘୋଷ ନଭେଲ ‘ ଡିଭୋଶନ ଅଫ୍ ସସପେକ୍ଟ ଏକ୍ସ’କୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।
ଫିଲ୍ମର କାହାଣୀ ଏକ ଏକେଲା ମହିଳାଙ୍କ ଜୀବନ ଉପରେ ଆଧାରିତ । ସେ ଜଣେ ମା’ ବି । ତାଙ୍କ ପତିଙ୍କୁ ହତ୍ୟା କରିଥିବାର ଅଭିଯୋଗ ତାଙ୍କ ନାଁରେ ରହିଛି । ଏଥିରେ କରିନାଙ୍କ ଲୁକ୍ ସବୁଠାରୁ ଅଲଗା ହେବ, ଯେଉଁଥିପାଇଁ ସେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।
ସୂଚନାଯୋଗ୍ୟ, କରିନା କପୁର ଆମିର ଖାଁଙ୍କ ମୁଭି ‘ଲାଲ ସିଂ ଚଢା’ରେ ନଜର ଆସିବେ । ବହୁ ପୂର୍ବରୁ ସେ ଏହାର ଶୁଟିଂ ସାରିଛନ୍ତି । ଫେବୃୟାରୀ ୧୪ରେ ଏହା ରିଲିଜ ହେବାକୁ ଥିବା ବେଳେ ଏବେ କିନ୍ତୁ ଏହାର ତାରିଖ ବଦଳି ଯାଇ ଏପ୍ରିଲ ୧୪ ହୋଇ ଯାଇଛି । ପ୍ରାୟ ୨ ବର୍ଷ ହେବ ଦର୍ଶକେ ଆମିର ଖାଁଙ୍କ ଏହି ମୋଷ୍ଟ ଆୱେଟେଡ ଫିଲ୍ମ ଅପେକ୍ଷାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri