ରାସ୍ତା ଭାଙ୍ଗି ଅଡ଼ୁଆରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌

ଯାଜପୁର ଅଫିସ,୧୨ା୧୧: ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କ୍ଷେତ୍ରରେ ଯାଜପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଚାୟତିରାଜ ବିଭାଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣ ପ୍ରକଳ୍ପର ପାଇପ୍‌ବିଛା କାର୍ଯ୍ୟରେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁରଠାରୁ ଉଡ୍ରାଙ୍ଗ ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା ନଷ୍ଟ ହୋଇଯାଇଛି। ପାଇପ୍‌ବିଛା କାର୍ଯ୍ୟ ସରିବା ପରେ ଭଙ୍ଗା ରାସ୍ତାକୁ ଛାଡ଼ି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀ ଫେରାର ହୋଇଯାଇଛନ୍ତି। ଚୁକ୍ତି ଅନୁସାରେ ରାସ୍ତାପାର୍ଶ୍ୱ ତଳ ଅଞ୍ଚଳରେ ପାଇପ୍‌ ନ ବିଛାଇ କଂକ୍ରିଟକୁ ଭାଙ୍ଗି ଦିଆଯାଇଛି। ତେଣୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ ପକ୍ଷରୁ ଏଥିପାଇଁ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀଙ୍କ ନଁାରେ ବିଞ୍ଝାରପୁର ଥାନାରେ ଏକ ଏଫ୍‌ଆଇଆର୍‌ ଦିଆଯାଇଛି। ଏହାସହ ଏହି ରାସ୍ତାର ମରାମତି ପାଇଁ ସମ୍ପୃକ୍ତ ଡିଭିଜନ ପକ୍ଷରୁ ୨୮ା୧୦ା୨୦୨୧ରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗ୍ରାମ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର(ପ୍ଲାନ ରୋଡ୍‌)ଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି।
ରାଜ୍ୟ ସରକାରଙ୍କ ବିଭାଗ-ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ମାମଲା ଥାନାରେ ପହଞ୍ଚିଛି। ଏହାବାଦ୍‌ ମାତ୍ର ଦେଢ଼ କି.ମି. କଂକ୍ରିଟ ରାସ୍ତାର ମରାମତି ପାଇଁ ଯେଉଁ ୯୦ ଲକ୍ଷ ଟଙ୍କାର ଅଟକଳ ହୋଇଛି, ତାହା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଲୁଟ୍‌ ମସୁଧା ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ତା’ର ଖର୍ଚ୍ଚ ଉଠାଇବାକୁ ପ୍ରଭାବଶାଳୀ ନେତାଙ୍କ ଇଙ୍ଗିତରେ ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ଏନେଇ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଛନ୍ତି। ବିଞ୍ଝାରପୁର ବ୍ଲକ ଦାୟିତ୍ୱରେ ରହିଥିବା ଆର୍‌ଡି ଯନ୍ତ୍ରୀମାନଙ୍କ କାର୍ଯ୍ୟକ୍ଷେତ୍ରରେ କେତେ ସ୍ବଚ୍ଛତା ରହିଛି, ତାହା ଏଥିରୁ ସହଜେ ଅନୁମେୟ। ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ନିର୍ମାଣାଧୀନ ଏକାଧିକ ରାସ୍ତା ଓ ବ୍ରିଜର ମାନକୁ ତଦନ୍ତ କରାଗଲେ ଏଭଳି ଅନେକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ମଧ୍ୟ ଦାବି କରାଯାଉଛି।
ସୂଚନାଯୋଗ୍ୟ, ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ତେବେ ଏହି ଯୋଜନାରୁ ବାକି ରହିଥିବା ବସତିଙ୍କ ଉଦ୍ଦେଶ୍ୟରେ ୨୦୧୪-୧୫ ବର୍ଷରୁ ଏମ୍‌ଏମ୍‌ଏସ୍‌ୱାଇ କାର୍ଯ୍ୟକାରୀ ହୋଇଥିଲା। ଗ୍ରାମ୍ୟ ରାସ୍ତାକୁ ସୁଦୃଢ଼ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଯୋଜନାର ଲକ୍ଷ୍ୟ। ଏହିକ୍ରମରେ ଯାଜପୁର ଡିଭିଜନ-୧ ଅଧୀନରେ ବର୍ତ୍ତମାନ ୯ଟି ଓ ଜାରକା ଡିଭିଜନ ଅଧୀନରେ ୪ଟି ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା କାର୍ଯ୍ୟ ଚାଲିଛି। ଏଥିପାଇଁ ୨୯୬୬.୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ହେଲେ ଦାୟିତ୍ୱରେ ରହିଥିବା ଠିକାଦାରଙ୍କ ମନମାନି ଯୋଗୁ ରାସ୍ତାର ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ବିଭାଗୀୟ ଯନ୍ତ୍ରୀ ପ୍ରାୟ ଅନୁପସ୍ଥିତ ରହୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଏସ୍‌ଡିଓ ଜ୍ୟୋତିପ୍ରକାଶ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯେଉଁ କାମ କରିଥିଲା ତାହା ଅତି ନିମ୍ନମାନର। ତେଣୁ ସମ୍ପୂର୍ଣ୍ଣ କାମ କରିବାକୁ ୯୦ ଲକ୍ଷ ଟଙ୍କା ମଗାଯାଇଛି ବୋଲି ସାମଲ କହିଛନ୍ତି। ହେଲେ ୨୦୨୧ ପ୍ରଥମାର୍ଦ୍ଧରେ ଶେଷ ହୋଇଥିବା ବହୁ କୋଟି ଟଙ୍କାର ଏହି ରାସ୍ତା କାମ ଉପରେ ପୁଣି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଯୋଜନା କରାଯାଉଛି। ଏଭଳି ଭାବେ କରଦାତାଙ୍କ ଅର୍ଥରେ ରାଜକୋଷକୁ ଲୁଟ କରାଯାଉଥିବା ସ୍ପଷ୍ଟ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?