ରାସ୍ତା ଭାଙ୍ଗି ଅଡ଼ୁଆରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌

ଯାଜପୁର ଅଫିସ,୧୨ା୧୧: ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କ୍ଷେତ୍ରରେ ଯାଜପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଚାୟତିରାଜ ବିଭାଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣ ପ୍ରକଳ୍ପର ପାଇପ୍‌ବିଛା କାର୍ଯ୍ୟରେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁରଠାରୁ ଉଡ୍ରାଙ୍ଗ ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା ନଷ୍ଟ ହୋଇଯାଇଛି। ପାଇପ୍‌ବିଛା କାର୍ଯ୍ୟ ସରିବା ପରେ ଭଙ୍ଗା ରାସ୍ତାକୁ ଛାଡ଼ି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀ ଫେରାର ହୋଇଯାଇଛନ୍ତି। ଚୁକ୍ତି ଅନୁସାରେ ରାସ୍ତାପାର୍ଶ୍ୱ ତଳ ଅଞ୍ଚଳରେ ପାଇପ୍‌ ନ ବିଛାଇ କଂକ୍ରିଟକୁ ଭାଙ୍ଗି ଦିଆଯାଇଛି। ତେଣୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ ପକ୍ଷରୁ ଏଥିପାଇଁ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀଙ୍କ ନଁାରେ ବିଞ୍ଝାରପୁର ଥାନାରେ ଏକ ଏଫ୍‌ଆଇଆର୍‌ ଦିଆଯାଇଛି। ଏହାସହ ଏହି ରାସ୍ତାର ମରାମତି ପାଇଁ ସମ୍ପୃକ୍ତ ଡିଭିଜନ ପକ୍ଷରୁ ୨୮ା୧୦ା୨୦୨୧ରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗ୍ରାମ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର(ପ୍ଲାନ ରୋଡ୍‌)ଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରିନାହାନ୍ତି।
ରାଜ୍ୟ ସରକାରଙ୍କ ବିଭାଗ-ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ମାମଲା ଥାନାରେ ପହଞ୍ଚିଛି। ଏହାବାଦ୍‌ ମାତ୍ର ଦେଢ଼ କି.ମି. କଂକ୍ରିଟ ରାସ୍ତାର ମରାମତି ପାଇଁ ଯେଉଁ ୯୦ ଲକ୍ଷ ଟଙ୍କାର ଅଟକଳ ହୋଇଛି, ତାହା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଲୁଟ୍‌ ମସୁଧା ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ତା’ର ଖର୍ଚ୍ଚ ଉଠାଇବାକୁ ପ୍ରଭାବଶାଳୀ ନେତାଙ୍କ ଇଙ୍ଗିତରେ ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ଏନେଇ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଛନ୍ତି। ବିଞ୍ଝାରପୁର ବ୍ଲକ ଦାୟିତ୍ୱରେ ରହିଥିବା ଆର୍‌ଡି ଯନ୍ତ୍ରୀମାନଙ୍କ କାର୍ଯ୍ୟକ୍ଷେତ୍ରରେ କେତେ ସ୍ବଚ୍ଛତା ରହିଛି, ତାହା ଏଥିରୁ ସହଜେ ଅନୁମେୟ। ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ନିର୍ମାଣାଧୀନ ଏକାଧିକ ରାସ୍ତା ଓ ବ୍ରିଜର ମାନକୁ ତଦନ୍ତ କରାଗଲେ ଏଭଳି ଅନେକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ମଧ୍ୟ ଦାବି କରାଯାଉଛି।
ସୂଚନାଯୋଗ୍ୟ, ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ତେବେ ଏହି ଯୋଜନାରୁ ବାକି ରହିଥିବା ବସତିଙ୍କ ଉଦ୍ଦେଶ୍ୟରେ ୨୦୧୪-୧୫ ବର୍ଷରୁ ଏମ୍‌ଏମ୍‌ଏସ୍‌ୱାଇ କାର୍ଯ୍ୟକାରୀ ହୋଇଥିଲା। ଗ୍ରାମ୍ୟ ରାସ୍ତାକୁ ସୁଦୃଢ଼ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଯୋଜନାର ଲକ୍ଷ୍ୟ। ଏହିକ୍ରମରେ ଯାଜପୁର ଡିଭିଜନ-୧ ଅଧୀନରେ ବର୍ତ୍ତମାନ ୯ଟି ଓ ଜାରକା ଡିଭିଜନ ଅଧୀନରେ ୪ଟି ଏମ୍‌ଏମ୍‌ଏସ୍‌ୱାଇ ରାସ୍ତା କାର୍ଯ୍ୟ ଚାଲିଛି। ଏଥିପାଇଁ ୨୯୬୬.୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ହେଲେ ଦାୟିତ୍ୱରେ ରହିଥିବା ଠିକାଦାରଙ୍କ ମନମାନି ଯୋଗୁ ରାସ୍ତାର ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ବିଭାଗୀୟ ଯନ୍ତ୍ରୀ ପ୍ରାୟ ଅନୁପସ୍ଥିତ ରହୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଏସ୍‌ଡିଓ ଜ୍ୟୋତିପ୍ରକାଶ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯେଉଁ କାମ କରିଥିଲା ତାହା ଅତି ନିମ୍ନମାନର। ତେଣୁ ସମ୍ପୂର୍ଣ୍ଣ କାମ କରିବାକୁ ୯୦ ଲକ୍ଷ ଟଙ୍କା ମଗାଯାଇଛି ବୋଲି ସାମଲ କହିଛନ୍ତି। ହେଲେ ୨୦୨୧ ପ୍ରଥମାର୍ଦ୍ଧରେ ଶେଷ ହୋଇଥିବା ବହୁ କୋଟି ଟଙ୍କାର ଏହି ରାସ୍ତା କାମ ଉପରେ ପୁଣି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଯୋଜନା କରାଯାଉଛି। ଏଭଳି ଭାବେ କରଦାତାଙ୍କ ଅର୍ଥରେ ରାଜକୋଷକୁ ଲୁଟ କରାଯାଉଥିବା ସ୍ପଷ୍ଟ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri