ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ସୁହାଉଛି ପ୍ରାକୃତିକ ବିପର୍ଯ୍ୟୟ

ଯାଜପୁର ଅଫିସ,୧୯ା୨:ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ୧୨୦ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ (ପିଡବ୍ଲ୍ୟୁଏସ୍‌) ଗତ ଜୁଲାଇ ଓ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ୧ କୋଟି ୭୬ ଲକ୍ଷ ୨୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। ତେବେ ବାସ୍ତବରେ ପ୍ରାୟ ୫୦ଟି ପିଡବ୍ଲ୍ୟୁଏସ୍‌ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ଅବଶିଷ୍ଟ ପିଡବ୍ଲ୍ୟୁଏସ୍‌ ମରାମତି ଦର୍ଶାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ତିତଲି ଓ ଫନି ବାତ୍ୟାରେ ପିଡବ୍ଲ୍ୟଏସ୍‌ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୧ କୋଟି ୯୦ ଲକ୍ଷ ୮୫ ହଜାର ଟଙ୍କା ଆମତ୍ସାତ୍‌ ହୋଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ଏହାବାଦ୍‌ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦାଖଲ କରିଥିବା ବିନିଯୋଗ ପତ୍ର(ୟୁସି)ରେ ବ୍ୟାପକ ତ୍ରୁଟି ଆମତ୍ସାତ୍‌ ସନ୍ଦେହକୁ ଘନୀଭୂତ କରିଥିଲା। ଯଦ୍ଦ୍ବାରା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଓଜିଏଫ୍‌ଆର୍‌(ଓଡ଼ିଶା ଜେନେରାଲ ଫାଇନାନ୍ସିଆଲ ରୁଲସ୍‌)-୭-ଏ ର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଉଦ୍‌ବେଗ ପ୍ରକାଶ କରିବା ସହିତ ତ୍ରୁଟିପୂର୍ଣ୍ଣ ୟୁସିକୁ ଫେରସ୍ତ କରିଥିଲେ। ଏହି ମହାଦୁର୍ନୀତିରେ ଜିଲାର କେତେଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ହାତ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏହି କ୍ରମରେ ଯାଜପୁର ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧିକାରୀଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି ମତପ୍ରକାଶ ପାଇଛି। ତିତଲି ଓ ଫନି ସହ ଅଗଷ୍ଟ ବନ୍ୟା କ୍ଷୟକ୍ଷତି ଓ ଖର୍ଚ୍ଚକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିବ ବୋଲି ମତ ପ୍ରକାଶ ପାଇଛି।
୨୦୧୮ ଅକ୍ଟୋବର ୧୧ରେ ତିତଲି ବାତ୍ୟା କେତେକ ଜିଲାରେ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ କେବଳ ଯାଜପୁର, ଦର୍ପଣ ଓ ବ୍ୟାସନଗର ତହସିଲର କେତେକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଏହି ବାତ୍ୟାର ସୁଯୋଗ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ୧୦୪ ପାଇପ ଜଳ ଯୋଗାଣ ପ୍ରକଳ୍ପ ନଷ୍ଟ ହୋଇଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଥିଲେ। ସେହି ରିପୋର୍ଟରେ ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ୨ କୋଟି ୫୦ ଲକ୍ଷ ୩୨ ହଜାର ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରାଯାଇଥିଲା ା ଉକ୍ତ ରିପୋର୍ଟକୁ ଯାଜପୁର ଜିଲାପାଳ ମଧ୍ୟ ସୁପାରିସ କରିଥିଲେ। ଏହାପରେ ଏସ୍‌ଆର୍‌ସି ପାଣ୍ଠିରୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ଇଞ୍ଜିନିୟର-ଇନ-ଚିଫ୍‌ଙ୍କ ପତ୍ରସଂଖ୍ୟା ୧୦୫୨ ଓ ୧୮୪୩/୧ା୨ା୨୦୧୯ ଜରିଆରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ୧ କୋଟି ୫୩ ଲକ୍ଷ ୯୭ ହଜାର ଟଙ୍କା ମିଳିଥିଲା। ସେହି ଅର୍ଥରୁ ୧ କୋଟି ୫୨ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ୟୁସିରେ ଦର୍ଶାଯାଇଥିଲା। କିନ୍ତୁ ବାସ୍ତବରେ ଏହିସବୁ ପ୍ରକଳ୍ପ ତିତଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇ ନ ଥିଲା। କେବଳ ପ୍ରକଳ୍ପରେ ରଙ୍ଗ ଲଗାଇ ମିଥ୍ୟା ବିଲ୍‌ କରାଯାଇ ସମୁଦାୟ ଟଙ୍କାକୁ ଆମତ୍ସାତ୍‌ କରାଯାଇଥିବା ଅଭିଯୋଗ ସାମ୍‌ନାକୁ ଆସିଥିଲା। ଅନୁରୂପ ଭାବେ ଗତ ଜୁଲାଇ ଓ ଅଗଷ୍ଟରେ ହୋଇଥିବା ବନ୍ୟା ଯୋଗୁ ପ୍ରାୟ ୭୦ଟି ପିଡବ୍ଲ୍ୟୁଏସ୍‌ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବାଟମାରଣା ହୋଇଥିବା ସନ୍ଦେହ କରାଯାଉଛି। ବନ୍ୟା ପ୍ରଭାବରେ ବରୀ, ଯାଜପୁର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର କେତେକ ପିଡବ୍ଲ୍ୟୁଏସ୍‌ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ହେଲେ ମରାମତି ବାବଦରେ ପ୍ରାୟ ଦେଢଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନ ଥିବ ବୋଲି ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଏଠାରେ ଗତ ଜାନୁୟାରୀ ମାସରେ ଯୋଗଦେଇଛି। ବନ୍ୟା କ୍ଷତିଗ୍ରସ୍ତ ପିଡବ୍ଲ୍ୟୁଏସ୍‌ଏସ୍‌ର ମରାମତି କାମ ଶେଷ ହେଲା ପରେ ୟୁସି ଦାଖଲ ହୋଇ ସାରିଥିବ। ୪୫ ଦିନ ମଧ୍ୟରେ ଏହି କାମ ଶେଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri