Posted inଖେଳ

ଋତୁରାଜଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ଗୁଆହାଟୀ,୨୯ା୧୧: ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର କରିଛି। ଗାଏକ୍ୱାଡ ଅପରାଜିତ ୧୨୩ ରନ୍‌ କରିଥିବା ବେଳେ ଭାରତ ୩ ଉଇକେଟରେ ୨୨୨ ରନ୍‌ କରିଛି। ଜବାବରେ ରିପୋର୍ଟ ପ୍ରସ୍ତୁତ ସୁଦ୍ଧା ଅଷ୍ଟ୍ରେଲିଆ ୧୭ ଓଭରରେ ୫ ଉଇକେଟରେ ୧୭୪ରନ୍‌ ସଂଗ୍ରହ କରିଛି। ଭାରତ ଏହି ମ୍ୟାଚ୍‌ରେ ମୁକେଶ କୁମାରଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ଖେଳାଇଥିବା ବେଳେ ଅଷ୍ଟ୍ରେଲିଆ ମାଥ୍ୟୁ ଶର୍ଟ ଓ ସନ୍‌ ଆବୋଟ୍‌ଙ୍କ ସ୍ଥାନରେ ଆରୋନ୍‌ ହାର୍ଡି ଓ କେନ୍‌ ରିଚାର୍ଡସନଙ୍କୁ ଖେଳାଇଥିଲା।
ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନେଇଥିଲା। ଅଧିନାୟକ ମାଥ୍ୟୁ ଓ୍ବେଡଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଥିଲେ କେନ୍‌ ରିଚାର୍ଡସନ୍‌ ଓ ଜାସନ୍‌ ବେର୍ହେଣ୍ଡ୍ରଫ୍‌। ଉଭୟ ଗୋଟିଏ ଲେଖାଏ ଉଇକେଟ ନେଇଥିବା ବେଳେ ଭାରତ ୨୪ ରନ୍‌ରେ ଯଶସ୍ବୀ ଜୟସ୍ବାଲ(୬) ଓ ଇଶାନ କିଶନ୍‌(୦)ଙ୍କ ଉଇକେଟ ହରାଇଥିଲା। ପ୍ରଥମ ସ୍ପେଲରେ ବେର୍ହେଣ୍ଡ୍ରଫ ୩ ଓଭରରେ ୫ ରନ୍‌ ଦେଇ ଜୟସ୍ବାଲଙ୍କୁ ଆଉଟ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୩୯) ଓ ଋତୁରାଜ ଗାଏକ୍ୱାଡ(୧୨୩*) ତୃତୀୟ ଉଇକେଟରେ ୫୭ ରନ୍‌ ଯୋଡି ସ୍ଥିତି ସୁଧାରିଥିଲେ। ଆରୋନ୍‌ ହାର୍ଡିଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇଥିଲେ। ୨୯ ବଲ୍‌ ଖେଳି ସେ ୫ ଚୌକା ଓ ୨ ଛକା ମାରିଥିଲେ। ୮୧ ରନରେ ତୃତୀୟ ଉଇକେଟର ପତନ ପରେ ଗିୟର ବଦଳାଇଥିଲେ ଗାଏକ୍ୱାଡ। ଟି୨୦ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଚତୁର୍ଥ ଉଇକେଟରେ ତିଳକ ବର୍ମା(୩୧)ଙ୍କ ସହିତ ୧୪୧ ରନ୍‌ ଯୋଡିଥିଲେ। ଋତୁରାଜ ୫୭ ବଲ୍‌ ଖେଳି ୧୩ ଚୌକା ଓ ୭ ଛକା ମାରିଥିଲେ। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବୋଲିଂ କରିଥିବା ଶେଷ ଓଭରରୁ ଗାଏକ୍ୱାଡ ୩୦ ରନ ହାସଲ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାର୍ଡସନ୍‌, ଜାସନ୍‌ ବେର୍ହେଣ୍ଡ୍ରଫ ଓ ଆରୋନ୍‌ ହାର୍ଡି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନ୍‌ ଲକ୍ଷ୍ୟରେ ଦୁଇ ଅଷ୍ଟ୍ରେଲୀୟ ଓପନର ଟ୍ରାଭିସ୍‌ ହେଡ୍‌(୩୫) ଓ ଆରୋନ୍‌ ହାର୍ଡି(୧୬) ପ୍ରଥମ ଉଇକେଟରେ ୪୭ ରନ୍‌ ଯୋଡିଥିଲେ। ହାର୍ଡି ୧୬ ରନ୍‌ କରି ଅର୍ଶଦୀପଙ୍କ ବଲରେ ଆଉଟ ହୋଇଥିଲେ। ପାଓ୍ବାର ପ୍ଲେର ଅନ୍ତିମ ଓଭରରେ ହେଡ୍‌ ୩୫ ରନ୍‌ କରି ଆଭେଶ ଖାନ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଖବର ପ୍ରସ୍ତୁତ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୮୩ ଓ ମାଥ୍ୟୁ ଓ୍ବେଡ୍‌ ୪ ରନ୍‌ରେ ବ୍ୟାଟିଂ କରୁଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୨୨୨/୩(ଋତୁରାଜ ଗାଏକ୍ୱାଡ-୧୨୩*, ସୂର୍ଯ୍ୟକୁମାର ଯାଦବ-୩୯, ତିଳକ ବର୍ମା-୩୧*, କେନ୍‌ ରିଚାର୍ଡସନ୍‌-୧/୩୪, ଜାସନ୍‌ ବେର୍ହେଣ୍ଡ୍ରଫ-୧/୧୨, ଆରୋନ୍‌ ହାର୍ଡି -୧/୬୪)।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri