ଋତୁରାଜ ମାଝି କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ନିର୍ବାଚିତ

କୋକସରା, ୯।୧୦ (ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକ କୃଷି ସୂଚନା ଓ ପରାମର୍ଶ ବିଭାଗ ଦ୍ୱାରା ଗୋଷ୍ଠୀ କୃଷକ ପରାମର୍ଶଦାତା କମିଟିର ନୂତନ ଅଧ୍ୟକ୍ଷ ପାଇଁ ଗୁରୁବାର ବ୍ଲକ ସଭାଗୃହଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସବ୍ୟାରାଣୀ ବାଗ ଓ ବ୍ଲକର ସମସ୍ତ ପଞ୍ଚାୟତର ଆତ୍ମା କମିଟି ସଦସ୍ୟ ଉପସ୍ଥିତ ରହିଥିଲେ। ଋତୁରାଜ ମାଝିଙ୍କୁ ସର୍ବସମ୍ମତିକ୍ରମେ ଆତ୍ମାର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ବୈଠକରେ ପୂର୍ବତନ ଆତ୍ମା ଅଧ୍ୟକ୍ଷ ବ୍ୟୋମକେଶ ପଣ୍ଡା, ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ, ସମବାୟ ବ୍ୟାଙ୍କ ଅଧିକାରୀ ଇନ୍ଦ୍ରମଣି ଧାଙ୍ଗଡାମାଝି, ବ୍ଲକ ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, ସିଡିପିଓ ଜୟନ୍ତୀ ମହାନନ୍ଦ, ଉଦ୍ୟାନ ଅଧିକାରୀ ତପନ ପାତ୍ର ଉପସ୍ଥିତ ଥିଲେ। ବ୍ଲକରେ କୃଷିର ବିକାଶ ଦିଗରେ ସେ ପ୍ରୟାସ ଜାରି ରଖିବେ ବୋଲି ନିର୍ବାଚନ ପରେ ଋତୁରାଜ କହିଛନ୍ତି।