ପାକିସ୍ତାନ ସଙ୍କଟରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କ ମସ୍କୋ ଯାତ୍ରା ପାଇଁ ଦଣ୍ଡ ଦେଉଛି ଆମେରିକା !…

ଇସଲାମାବାଦ୍‌, ୫।୪ : ପାକିସ୍ତାନରେ ରାଜନୈତିକ ସଙ୍କଟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପାକିସ୍ତାନ ବିଶେଷଜ୍ଞମାନେ ମଧ୍ୟ ଏନେଇ ବହୁ ଚିନ୍ତିତ। ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନରେ କଣ ଘଟିବ ତାହା କେହି ଜାଣି ନାହାଁନ୍ତି। ଇମ୍ରାନ ଖାନ କ୍ଷମତାରେ ରହିବେ ନା ଶାହବାଜ ସରିଫ କିମ୍ବା ଅନ୍ୟ କେହି ନୂଆ ପ୍ରଧାନମନ୍ତ୍ରୀ ହେବେ? ପୁଣି ନିର୍ବାଚନ ହେବ ନା ସେନା ଦାୟିତ୍ୱ ଗ୍ରହଣ କରିବ? ଏଥିମଧ୍ୟରୁ କୌଣସିଟି ବି ହୋଇପାରେ କିନ୍ତୁ କ’ଣ ଘଟିବ ତାହା ଏବେ ସ୍ପଷ୍ଟ ନୁହେଁ।

୨୨ କୋଟି ଜନସଂଖ୍ୟା ବିଶିଷ୍ଟ ଆଣବିକ ସମୃଦ୍ଧ ଦେଶ ପାକିସ୍ଥାନ ହେଉଛି ଭାରତର ଏପରି ପଡୋଶୀ ଦେଶ, ଯାହାକୁ ଚାହିଁଲେ ମଧ୍ୟ ଭାରତ ଅବହେଳା କରିପାରିବ ନାହିଁ। ନିକଟ ଅତୀତରେ ଇମ୍ରାନ ଖାନ ଅଭିଯୋଗ କରି କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ତାଙ୍କୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି।

ଏନେଇ ରୁଷିଆ ପକ୍ଷରୁ ଅଭିଯୋଗ କରାଯାଇଛି। ରୁଷିଆ ବିଦେଶ ମନ୍ତ୍ରଣାଳୟ ପ୍ରତିନିଧି ମାରିଆ ଜଖାରୋଓ୍ବା ଏସମ୍ପର୍କରେ ମଙ୍ଗଳବାର କହିଛନ୍ତି। ଜାଣିଶୁଣି ଆମେରିକା ଇମ୍ରାନ୍‌ଙ୍କୁ ଦଣ୍ଡଦେବାକୁ ଚାହୁଁଛି ବୋଲି ସେ ପ୍ରକାଶ କରିଛନ୍ତି।

ଅପରପକ୍ଷରେ, ଇମ୍ରାନ ଚାଇନା ଏବଂ ରୁଷିଆ ସହିତ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରିଛନ୍ତି। ଏହା ସହିତ ୟୁକ୍ରେନ୍‌ ଆକ୍ରମଣ ସମୟରେ ଇମ୍ରାନ୍‌ ରୁଷିଆ ଗସ୍ତରେ ମଧ୍ୟ ଯାଇଛନ୍ତି। ଫଳରେ ଆମେରିକା କ୍ରୋଧାନ୍ବିତ ହୋଇ ଇମ୍ରାନ୍‌ଙ୍କ ଉପରେ ପ୍ରତିଶୋଧ ନେଉଥିବା ଚର୍ଚ୍ଚା ହେଉଛି।

ନିଜ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନ ଚାଇନା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ କ୍ରମାଗତ ଭାବରେ ଗୁରୁତ୍ୱାରୋପ କରିଛନ୍ତି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ଦୁଇ ଦେଶକୁ ନିକଟତର କରିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ସାମରିକ ସ୍ତରରେ ମଧ୍ୟ ଅନ୍ତରଙ୍ଗ ହୋଇଛି।

ପାକିସ୍ତାନର ସାମ୍ପ୍ରତିକ ସଙ୍କଟ ବିଷୟରେ ଚାଇନା କହିଛି ଯେ ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ନୀତିକୁ ସର୍ବଦା ଚାଇନା ପାଳନ କରିଥାଏ। ପାକିସ୍ତାନର ସର୍ବକାଳୀନ ରଣନୈତିକ ସହଯୋଗ ତଥା ପଡୋଶୀ ଭାବରେ ଚାଇନା ଆନ୍ତରିକତାର ସହ ଆଶା କରୁଛି ଯେ ପାକିସ୍ତାନର ସମସ୍ତ ପକ୍ଷ ଏକତା ବଜାୟ ରଖିପାରିବେ ଏବଂ ମିଳିତ ଭାବରେ ଦେଶର ସ୍ଥିରତା ବଜାୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri