ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା, ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରିସ୍ଥଳେ ରୁଷିଆ ଉପରେ କଟକଣା ବଢ଼ିବାରେ ଲାଗିଛି। ତେବେ ଏବେ ରୁଷିଆ ଏହାର ଜବାବ ଦେବା ଆରମ୍ଭ କରିଛି। ସୋମବାରଠାରୁ ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା ଜାରି ହୋଇଛି। ଫଳରେ ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ ହୋଇ ଯାଇଛି।

ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବା ଆରମ୍ଭ କରିଛି। ବଡ଼ ବଡ଼ କମ୍ପାନୀଗୁଡିକ ଏହା ଯୋଗୁ ବିଶେଷ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ରୁଷିଆର ୟୁକ୍ରେନ ଆକ୍ରମଣକୁ ବିରୋଧ କରି ଅନେକ କମ୍ପାନୀ ସେଠାରେ ସେମାନଙ୍କର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ପରେ, ବର୍ତ୍ତମାନ ଧୀରେ ଧୀରେ ରୁଷିଆ ପକ୍ଷରୁ ମଧ୍ୟ କଠୋର ପଦକ୍ଷେପ ନିଆଯାଉଛି।

ଖବର ଅନୁଯାୟୀ, କ୍ରେମଲିନ ରୁଷିଆରେ ଇନଷ୍ଟାଗ୍ରାମ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି। ଏହି ପ୍ରତିବନ୍ଧକ ସୋମବାରଠାରୁ ଲାଗୁ ହୋଇଛି। ଏହି ନୂତନ ଆଦେଶ ପରେ ରୁଷିଆର ୮କୋଟିରୁ ଅଧିକ ୟୁଜର ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ହୋଇଛନ୍ତି। ରୁଷିଆର ଉପଭୋକ୍ତାମାନେ କହିଛନ୍ତି ଯେ ସେମାନେ ଏବେ ଇନଷ୍ଟାଗ୍ରାମ ଚଳାଇବାକୁ ଅସମର୍ଥ।

ଦୁଇ ଦିନ ପୂର୍ବେ ରୁଷିଆରେ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଘୋଷଣା କରାଯାଇଥିଲା। ଇନଷ୍ଟାଗ୍ରାମ ମୁଖ୍ୟ ଆଦାମ ମୋସେରୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁ ସୋସିଆଲ ମିଡ଼ିଆରେ ରୁଷିଆ ୟୁଜର ପରସ୍ପରଠାରୁ ଦୂରେଇ ଯାଇଛନ୍ତି। ସେ କହିଛନ୍ତି ଯେ ରୁଷିଆରେ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ୮୦ ପ୍ରତିଶତ ୟୁଜର ଏହାକୁ ଦେଶ ବାହାରେ ମଧ୍ୟ ବ୍ୟବହାର କରନ୍ତି। ଏହି ସମସ୍ତ ୟୁଜର ଏହି ନିଷେଧାଦେଶ ଯୋଗୁ ନିଜ ନିଜ ନିଜ ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।

ଫେସବୁକ (ବର୍ତ୍ତମାନ ମେଟା) ରୁଷର ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କୁ ନେଇ ନିୟମରେ ପରିବର୍ତ୍ତନ କରିଥିଲା। ୟୁକ୍ରେନରେ ରୁଷିଆର ଆକ୍ରମଣକୁ ବିରୋଧ କରି ଏହାର ହେଡ୍‌ ସ୍ପିଚ୍‌ ନୀତିରେ ପରିବର୍ତ୍ତନ କରୁଛି ବୋଲି ମେଟା ବିବୃତ୍ତିରେ କହିଥିଲା। ଏହା ଅନ୍ତର୍ଗତରେ ରୁଷରେ ଏହାର ବ୍ୟବହାରକାରୀଙ୍କୁ ମେଟା ଅନୁମତି ଦେଇଛି ଯେ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୁଟିନଙ୍କ ବିରୋଧରେ ଖୋଲାଖୋଲି ଭାବେ କହିପାରିବେ।

ପୁଟିନଙ୍କ ବିରୋଧରେ ମେଟା ଦ୍ୱାରା କରାଯାଇଥିବା ନିୟମର ପରିବର୍ତ୍ତନକୁ ନେଇ ରୁଷିଆ ମଧ୍ୟ କଠୋର ପଦକ୍ଷେପ ନେଇଛି। ମେଟାକୁ ଏକ ଉଗ୍ରବାଦୀ ସଂଗଠନ ଘୋଷଣା କରି ରୁଷିଆ ଏହାର ଜବାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri