ଆଇସିଜେ ରାୟକୁ ରୁଷିଆର ଅବଜ୍ଞା

ହେଗ୍‌/ମସ୍କୋ,୧୮ା୩:ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଥିବାବେଳେ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି। ରାୟର ଅନୁପାଳନ ପାଇଁ ଉଭୟ ରୁଷିଆ ଓ ୟୁକ୍ରେନ୍‌ ସହମତି ପ୍ରକାଶ କରିବା ଦରକାର। କିନ୍ତୁ ଏହି ମାମଲାରେ ସହମତି ପ୍ରକାଶ ପାଇବା ସମ୍ଭବ ନୁହେଁ ବୋଲି କ୍ରେମ୍‌ଲିନ୍‌ର ଜଣେ ମୁଖପାତ୍ର କହିଛନ୍ତି। ଆଇସିଜେ ରାୟ ମାନିବା ବାଧ୍ୟତାମୂଳକ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଇବା ନେଇ ଅଦାଲତଙ୍କ କର୍ତ୍ତୃତ୍ୱ ନ ଥିବାରୁ ପୂର୍ବରୁ ଅନେକ ଦେଶ ଏହାକୁ ଅଣଦେଖା କରିଥିବା ନଜିର ରହିଛି।
ରୁଷିଆ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କରେ ଗଣହତ୍ୟା କରାଯାଉଥିବା ଦର୍ଶାଇ ଯୁଦ୍ଧର ଯଥାର୍ଥତା ପ୍ରତିପାଦିତ କରୁଥିବାବେଳେ ନିକଟରେ କ୍ୱିଭ୍‌ର ପ୍ରତିନିଧି ଆଣ୍ଟୋନ୍‌ କୋରିନେଭିକ୍‌ ତୁରନ୍ତ ମିଲିଟାରି ଅପରେଶନ ବନ୍ଦ ନିର୍ଦ୍ଦେଶ ଦାବି କରି ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅନ୍ତର୍ଜାତୀୟ ବିବାଦର ଶୁଣାଣିବେଳେ ରୁଷିଆ ଆଇସିଜେ କୋର୍ଟ ବର୍ଜନ କରିଥିଲା। ଜାତିସଂଘର ୧୯୪୮ ଜେନୋସାଇଡ୍‌ କନ୍‌ଭେନଶନ୍‌ ପରିଧିରେ ୟୁକ୍ରେନ୍‌ର ନିବେଦନ ଆସୁ ନ ଥିବାରୁ ଆଇସିଜେ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ମସ୍କୋ ଯୁକ୍ତି ବାଢ଼ିଥିଲା। ଆଇସିଜେରେ ଅଧ୍ୟକ୍ଷତା କରୁଥିବା ଆମେରିକୀୟ ବିଚାରପତି ଜୋଆନ୍‌ ଡୋନୋଗ୍‌ହୁ ବୁଧବାର ରାୟ ଶୁଣାଇବା ବେଳେ କହିଥିଲେ, ରୁଷୀୟ ସଂଘ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ବିରୋଧରେ ଆରମ୍ଭ କରିଥିବା ସାମରିକ ଅପରେଶନକୁ ତୁରନ୍ତ ବନ୍ଦ କରୁ। ଇତିମଧ୍ୟରେ ଆଇସିଜେ ନିର୍ଦ୍ଦେଶକୁ ଆମେରିକା ସ୍ବାଗତ କରିଛି। ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ରୁଷିଆକୁ ତୁରନ୍ତ ସାମରିକ ଅଭିଯାନ ପାଇଁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାୟ, ଯାହାକୁ ଆମେ ସ୍ବାଗତ କରୁଛୁ। ୟୁକ୍ରେନ୍‌ରେ ମାନବୀୟ ସଙ୍କଟ ଦୂର କରିବା ଲାଗି ରୁଷିଆ ଏହାକୁ ମାନିବା ଦରକାର। ଜାତିସଂଘର ଚାର୍ଟର ଅନୁସାରେ ଆଇସିଜେ ଏହି ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଦୁଇରାଷ୍ଟ୍ର ଯୁଦ୍ଧ ଆଇନ ସମେତ ଅନ୍ୟ ଅନ୍ତର୍ଜାତୀୟ ଆଇନ ଅନୁସାରେ ନିଜ ଉତ୍ତରଦାୟିତ୍ୱ ତୁଲାଇବା ଉଚିତ ବୋଲି ପ୍ରାଇସ୍‌ କହିଛନ୍ତି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି, ରାୟକୁ ଆମେ ପାଳନ କରିବୁ ନାହିଁ। ରାୟର ଅନୁପାଳନ ଲାଗି ଉଭୟ ପକ୍ଷ ରାଜି ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ...

ରାଜନୀତି ଛାଡ଼ିଲେ ସନା ମରିନ୍‌

କୋପେନ୍‌ହାଗେନ,୮ା୯: ଫିନ୍‌ଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ସନା ମରିନ୍‌ ଗୁରୁବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ୟୁରୋପର ସର୍ବକନିଷ୍ଠ ନେତ୍ରୀ ମାନ୍ୟତା ପାଇଥିବା ୩୭ ବର୍ଷୀୟା ସନା ଲଣ୍ଡନ୍‌ର...

ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ...

ଚାଇନାର ୮ କୋଟି ଲୋକ ହରାଇବେ ଚାକିରି

ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି।...

ଚାଇନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ…

ବେଜିଂ, ୧୮।୯ : ଚାଇନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ବସ୍‌ ଦୁର୍ଘଟଣାରେ ରବିବାର...

୬ ମାସରେ ୧ରୁ ୧କୋଟି ଛୁଇଁଲା କରୋନା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୮।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୨୦୬ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିସାରିଛି। କରେନା ସଂକ୍ରମଣର...

ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ

ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ...

ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା

ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍‌ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ...

Advertisement
Archives

Model This Week