ଆଇସିଜେ ରାୟକୁ ରୁଷିଆର ଅବଜ୍ଞା

ହେଗ୍‌/ମସ୍କୋ,୧୮ା୩:ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଥିବାବେଳେ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି। ରାୟର ଅନୁପାଳନ ପାଇଁ ଉଭୟ ରୁଷିଆ ଓ ୟୁକ୍ରେନ୍‌ ସହମତି ପ୍ରକାଶ କରିବା ଦରକାର। କିନ୍ତୁ ଏହି ମାମଲାରେ ସହମତି ପ୍ରକାଶ ପାଇବା ସମ୍ଭବ ନୁହେଁ ବୋଲି କ୍ରେମ୍‌ଲିନ୍‌ର ଜଣେ ମୁଖପାତ୍ର କହିଛନ୍ତି। ଆଇସିଜେ ରାୟ ମାନିବା ବାଧ୍ୟତାମୂଳକ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଇବା ନେଇ ଅଦାଲତଙ୍କ କର୍ତ୍ତୃତ୍ୱ ନ ଥିବାରୁ ପୂର୍ବରୁ ଅନେକ ଦେଶ ଏହାକୁ ଅଣଦେଖା କରିଥିବା ନଜିର ରହିଛି।
ରୁଷିଆ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କରେ ଗଣହତ୍ୟା କରାଯାଉଥିବା ଦର୍ଶାଇ ଯୁଦ୍ଧର ଯଥାର୍ଥତା ପ୍ରତିପାଦିତ କରୁଥିବାବେଳେ ନିକଟରେ କ୍ୱିଭ୍‌ର ପ୍ରତିନିଧି ଆଣ୍ଟୋନ୍‌ କୋରିନେଭିକ୍‌ ତୁରନ୍ତ ମିଲିଟାରି ଅପରେଶନ ବନ୍ଦ ନିର୍ଦ୍ଦେଶ ଦାବି କରି ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅନ୍ତର୍ଜାତୀୟ ବିବାଦର ଶୁଣାଣିବେଳେ ରୁଷିଆ ଆଇସିଜେ କୋର୍ଟ ବର୍ଜନ କରିଥିଲା। ଜାତିସଂଘର ୧୯୪୮ ଜେନୋସାଇଡ୍‌ କନ୍‌ଭେନଶନ୍‌ ପରିଧିରେ ୟୁକ୍ରେନ୍‌ର ନିବେଦନ ଆସୁ ନ ଥିବାରୁ ଆଇସିଜେ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ମସ୍କୋ ଯୁକ୍ତି ବାଢ଼ିଥିଲା। ଆଇସିଜେରେ ଅଧ୍ୟକ୍ଷତା କରୁଥିବା ଆମେରିକୀୟ ବିଚାରପତି ଜୋଆନ୍‌ ଡୋନୋଗ୍‌ହୁ ବୁଧବାର ରାୟ ଶୁଣାଇବା ବେଳେ କହିଥିଲେ, ରୁଷୀୟ ସଂଘ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ବିରୋଧରେ ଆରମ୍ଭ କରିଥିବା ସାମରିକ ଅପରେଶନକୁ ତୁରନ୍ତ ବନ୍ଦ କରୁ। ଇତିମଧ୍ୟରେ ଆଇସିଜେ ନିର୍ଦ୍ଦେଶକୁ ଆମେରିକା ସ୍ବାଗତ କରିଛି। ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ରୁଷିଆକୁ ତୁରନ୍ତ ସାମରିକ ଅଭିଯାନ ପାଇଁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାୟ, ଯାହାକୁ ଆମେ ସ୍ବାଗତ କରୁଛୁ। ୟୁକ୍ରେନ୍‌ରେ ମାନବୀୟ ସଙ୍କଟ ଦୂର କରିବା ଲାଗି ରୁଷିଆ ଏହାକୁ ମାନିବା ଦରକାର। ଜାତିସଂଘର ଚାର୍ଟର ଅନୁସାରେ ଆଇସିଜେ ଏହି ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଦୁଇରାଷ୍ଟ୍ର ଯୁଦ୍ଧ ଆଇନ ସମେତ ଅନ୍ୟ ଅନ୍ତର୍ଜାତୀୟ ଆଇନ ଅନୁସାରେ ନିଜ ଉତ୍ତରଦାୟିତ୍ୱ ତୁଲାଇବା ଉଚିତ ବୋଲି ପ୍ରାଇସ୍‌ କହିଛନ୍ତି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି, ରାୟକୁ ଆମେ ପାଳନ କରିବୁ ନାହିଁ। ରାୟର ଅନୁପାଳନ ଲାଗି ଉଭୟ ପକ୍ଷ ରାଜି ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri