ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ, ଋଷିଆର ଏକ ସରକାରୀ ଗଣମାଧ୍ୟମ ଭାରତ ବିରୋଧରେ ଭୁଲ ଏଜେଣ୍ଡା ପ୍ରସାରଣ କରିଥିବାରୁ ପାଶ୍ଚାତ୍ୟ ଗଣମାଧ୍ୟମକୁ ତାଗିଦ କରିଛି।

ନିକଟରେ ୱାଶିଂଟନ ପୋଷ୍ଟ ଏକ ଖବର ପ୍ରକାଶ କରିଛି। ଯେଉଁଥିରେ ଜି -୨୦ ପାଇଁ ରାଜଧାନୀ ଦିଲ୍ଲୀର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ଗରିବଙ୍କ ଘରକୁ ଲୁଚା ଯାଉଛି ବୋଲି କୁହାଯାଇଥିଲା। ତେବେ ଋଷିଆର ସରକାରୀ ଗଣମାଧ୍ୟମ ସଂସ୍ଥା ଋଷିଆ ଟିଭି (ଆରଟିଓ) ଏନେଇ ପାଶ୍ଚାତ୍ୟ ଗଣମାଧ୍ୟମ ଉପରେ ଖୁବ୍‌ ବର୍ଷିଥିଲା।

ଆରଟିଓ ପାଶ୍ଚାତ୍ୟ ଗଣମାଧ୍ୟମ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ନିନ୍ଦା କରିବା ସହ ଏଗୁଡିକ ଭାରତକୁ ନକାରାତ୍ମକ ଢଙ୍ଗରେ ଚିତ୍ରଣ କରିଛି ବୋଲି ଅଭିଯୋଗ କରିଛି। ପାଶ୍ଚାତ୍ୟ ଗଣମାଧ୍ୟମ କେବଳ ଭାରତର ଗରିବ ଲୋକଙ୍କ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିଛି।

ପାଶ୍ଚାତ୍ୟ ଗଣମାଧ୍ୟମକୁ ଟାର୍ଗେଟ କରି ଆରଟିଓ କହିଛି, ପାଶ୍ଚାତ୍ୟ ଗଣମାଧ୍ୟମଗୁଡିକ ଗ୍ଲୋବାଲ ସାଉଥ ଦେଶଗୁଡ଼ିକୁ ଅପରିଚିତ ନଜରରେ ଦେଖୁଛନ୍ତି। ଅନେକ ଗରିବ ଲୋକ ପାଶ୍ଚାତ୍ୟ ଧନୀ ଦେଶରେ ମଧ୍ୟ ବାସ କରନ୍ତି। ଯେପରି ଭାରତରେ ଧନୀମାନଙ୍କ ମଧ୍ୟରେ ଗରିବ ଲୋକ ବାସ କରନ୍ତି। କିନ୍ତୁ ଆମେରିକାର ସିଲିକନ ଭ୍ୟାଲିରେ ଲୋକମାନଙ୍କର ରହିବାକୁ ଘର ନାହିଁ। ଆମେରିକାର ବଡ ସହରରେ ଡ୍ରଗ୍ସର ସମସ୍ୟା ମଧ୍ୟ ଅଛି, ଯାହା ସମ୍ବନ୍ଧୀୟ ଭିଡିଓ ସବୁବେଳେ ଭାଇରାଲ ହେଉଛି। ୟୁରୋପର ଅଧିକାଂଶ ଲୋକ ବେକାରୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି।

ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ପିଏମ ମୋଦୀ ତାଙ୍କ ରିବ୍ରାଣ୍ଡିଂ ପାଇଁ ଜି-୨୦କୁ ବ୍ୟବହାର କରିଛନ୍ତି। ଏହା ଉପରେ ଆରଟିଓ କହିଛି ଯେ, ଜି-୨୦ରେ ବିଶ୍ୱ ସ୍ତରୀୟ ନେତାଙ୍କୁ ଏକାଠି କରି ଭାରତ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଛି। ପିଏମ ମୋଦୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଦେଶକୁ ଏହି ସ୍ଥାନରେ ପହଞ୍ଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?