ୟୁକ୍ରେନ ପିଲାଙ୍କୁ ସାହାଯ୍ୟ ପାଇଁ ନୋବେଲ ପୁରସ୍କାର ବିକିଲେ ରୁଷିଆ ଖବରଦାତା

ମସ୍କୋ,୨୧।୬: ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମୁରାତୋଭ ନିଲାମରୁ ଆସିଥିବା ଅର୍ଥକୁ ସିଧାସଳଖ ୟୁନିସେଫକୁ ପ୍ରଦାନ କରିବେ। ଅକ୍ଟୋବର ୨୦୨୧ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମୁରାତୋଭ ସ୍ବତନ୍ତ୍ର ଖବରକାଗଜ ‘ନୋଭାୟା ଗେଜେଟ’ ପ୍ରତିଷ୍ଠା କରିଥିଲେ। ମାର୍ଚ୍ଚରେ ଏହି ଖବରକାଗଜ ବନ୍ଦ ହେବା ପର୍ଯ୍ୟନ୍ତ ସେ ଏହାର ମୁଖ୍ୟ ସମ୍ପାଦକ ଥିଲେ। ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ଏବଂ ଖବରଦାତାଙ୍କ ଉପରେ ରୁଷିଆର କଟକଣା ପରେ ଏହି ଖବରକାଗଜ ବନ୍ଦ ହୋଇଯାଇଥିଲା।
ରେକର୍ଡ ୧୦୩.୫ ନିୟୁତ ଡଲାରରେ ମୁରାତୋଭଙ୍କ ନୋବେଲ ପଦକ ନିଲାମ କରାଯାଇଥିଲା। ଏହି ଅର୍ଥ ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସହାୟତା କରାଯିବ। ଯୁଦ୍ଧରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ମୁଁ ବେଶ୍‌ ଚିନ୍ତିତ। ଆମେ ସେମାନଙ୍କ ଭବିଷ୍ୟତକୁ ଫେରାଇବାକୁ ଚାହୁଁଛୁ ବୋଲି ମୁରାତୋଭ କହିଛନ୍ତି।
ଫିଲିପାଇନ୍ସର ଖବରଦାତା ମାରିଆ ରେସାଙ୍କ ସହ ମୁରାତୋଭଙ୍କୁ ଗତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଇସ୍କୁଲ ନିକଟରେ ୩ ବୋମା ବିସ୍ଫୋରଣ, ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ, ୧୯।୪ : ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ମଙ୍ଗଳବାର ୩ ବୋମା ବିସ୍ଫୋରଣ ଘଟିଛି। ମିଡ଼ିଆ ରିପୋର୍ଟ...

ଉହାନ୍‌ ଲ୍ୟାବ୍‌ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ...

ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ଦେଲେ ଟ୍ରମ୍ପ୍‌

ସିିଓଲ,୩୦।୬: ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ୍‌ ଟ୍ରମ୍ପ୍‌ ଉତ୍ତର କୋରିଆ ମାଟିରେ ପାଦ ଦେଇଛନ୍ତି। ଉତ୍ତର କୋରିଆ ସୁପ୍ରିମ୍‌ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ...

ଗାଜାରେ ଥମୁନି ସଂଘର୍ଷ

ଜେରୁଜେଲମ୍‌/ଗାଜା ସିଟି,୧୯ା୫: ବିବାଦୀୟ କ୍ଷେତ୍ର ଜେରୁଜେଲମ୍‌କୁ ନେଇ ଗତ ସପ୍ତାହରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷ ଥମିବାର ନାଁ ନେଉନାହିଁ।...

ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ...

ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର...

ଯେମିତି ଭଗବାନ ରାମ ରାବଣକୁ ହରାଇଥିଲେ ଆମେ ସେମିତି ଦୀପାବଳିରେ କରୋନାକୁ ହରାଇବୁ: ଜନସନ

ଲଣ୍ଡନ,୮ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେମିତି ଭଗବାନ ରାମ ରାବଣକୁ ହରାଇ ପତ୍ନୀ ସୀତାଙ୍କ ସହ ଫେରିବା ସମୟରେ ଲକ୍ଷ ଲକ୍ଷ...

ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ

ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍‌ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ...

Advertisement
Archives

Model This Week