ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ

କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ମିଶାଇଲ ଆକ୍ରମଣ ଫଳରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବଡ ବଡ ସହର ଧ୍ୱଂସ ବିଧ୍ୱଂସ୍ତ ହୋଇ ଯାଇଛି । ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ଏହି ଆକ୍ରମଣକୁ ଦେଖିଲେ ୟୁକ୍ରେନ୍ ଦାବି କରିଛି ଯେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ୩୦ରୁ ଊର୍ଦ୍ଧ୍ୱ ଥର ଆକ୍ରମଣ କରାଗଲାଣି । ଯେଉଁଥିରେ କଲିବ୍ରା କ୍ରୁଜ ମିଶାଲଇ ସାମିଲ ଅଛି । ଏଥିରେ ସେନାଙ୍କ ସମେତ ସାଧାରଣ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ତେବେ ରୁଷିଆର ଏହି ଆକ୍ରମଣକୁ ଆମେରିକା ସମେତ କିଛି ଦେଶ ନିନ୍ଦା କରିବା ସହ ଏତିକିରେ ଯୁଦ୍ଧ ବନ୍ଦ କରିବାକୁ ଅପିଲ କରିଛନ୍ତି । ଏପଟେ ୟୁକ୍ରେନ ବି କାହା ପାଖରେ ମୁଣ୍ଡ ନଇଁବ ନାହିଁ ବୋଲି କହି ରୁଷିଆର ସାମ୍ନା କରି ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତି’

ଇସ୍‌ଲାମାବାଦ,୨୮।୩ : ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ସନ୍ଧ୍ୟାରେ ବିଶାଳ ରାଲି ଜରିଆରେ...

ସୁଏଜ୍‌ କେନାଲରେ ଜାହାଜ ଅଚଳ

କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍‌ଏନ୍‌ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍‌ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର...

ଇମ୍ରାନ୍‌ଙ୍କୁ ଭାରତର କଡ଼ା ଜବାବ: ଏବେ ଖାଲି କରିବାକୁ ପଡ଼ିବ ପିଓକେ

ଜେନେଭା, ୨୬।୯: ଜାତିସଂଘ ଜେନେରାଲ ଆସେମ୍ବ୍ଲିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଭାରତ ପକ୍ଷରୁ ପୁଣି କଡ଼ା ଜବାବ ଦିଆଯାଇଛି। ଇମ୍ରାନ୍‌ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ।...

ହିଜାବ ନ ପିନ୍ଧିବାରୁ ଜୀବନ ଗଲା

ଇରାନ,୧୮।୯: ଏଠାର ପୋଲିସ ହିଜାବ ଆଇନରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗିରଫ କରିବା ପରେ ସେ କୋମାକୁ ଚାଲିଯାଇଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିବା...

କୋଭିଡ୍‌, ଆର୍ଥିକ ସୁଧାରକୁ ପ୍ରାଥମିକତା

ଓ୍ବାଶିଂଟନ, ୧୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ମୁକାବିଲା, ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ସୁଧାର ଆଣିବା, ବର୍ଣ୍ଣଗତ ସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ନବନିର୍ବାଚିତ...

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା...

ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ପାଇଁ ଡୋମିନିକାକୁ ଡକ୍ୟୁମେଣ୍ଟ ପଠାଇଲା ଭାରତ

ନୂଆଦିଲ୍ଲୀ, ୩୦।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୯ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ପ୍ରତ୍ୟର୍ପଣ ପାଇଁ...

ଇସ୍ତଫା ଦେଲେ ବିବିସି ଅଧ୍ୟକ୍ଷ ରିଚାର୍ଡ ଶାର୍ପ

ଲଣ୍ଡନ,୨୮ା୪: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ପାଇଁ ଋଣ ମାମଲାରେ ସାର୍ବଜନିକ ନିଯୁକ୍ତି ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ବିବିସି ଅଧ୍ୟକ୍ଷ ରିଚାର୍ଡ...

Advertisement
Archives

Model This Week