ପଣ୍ୟବାହୀ ଜାହାଜରେ ରୁଷୀୟ ନାଗରିକ ମୃତ୍ୟୁ ଘଟଣା: ମୁଣ୍ଡରେ ଲାଗିଛି ଆଘାତ

ପାରାଦୀପ, ୫ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏମ.ଭି. ଅଲ୍‌ଦନାହ ଜାହାଜରେ ମଙ୍ଗଳବାର ଭୋରରୁ ଜଣେ ରୁଷୀୟ ନାଗରିକ ତଥା ଜାହାଜର ମୁଖ୍ୟଯନ୍ତ୍ରୀ ମିଲିୟାକୁଭ୍‌ ସର୍ଗେଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି। ଅପରପକ୍ଷେ ଜାହାଜରେ ଅନ୍ୟ ୨୨ ଜଣ ନାବିକଙ୍କ ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ପାସ୍‌ପୋର୍ଟ ଜବତ କରି ବ୍ୟକ୍ତିଗତ ଜିମାରେ ଫେରାଇ ଦିଆଯାଇଛି।
ଘଟଣାରେ ଜାହାଜର ଏଜେଣ୍ଟ କାହ୍ନୁ ସିପିଂ ପକ୍ଷରୁ ମେରାଇନ୍‌ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଅପମୃତ୍ୟୁ ମାମଲା (ନଂ.୧/୨୦୨୩) ରୁଜୁ କରିଥିଲା। ପୋଲିସ ବୁଧବାର ମୃତଦେହକୁ ଜାହାଜରୁ ନେଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ମାଜିଷ୍ଟ୍ରେଟ ଭାବେ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ଉପସ୍ଥିତିରେ ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ମୃତଦେହକୁ ଆଣି ପୋଲିସ ବନ୍ଦର ଚିକିତ୍ସାଳୟରେ ଥିବା ଶବାଗାର ଘରେ ସଂରକ୍ଷିତ ରଖିଛି। ଥାନାଧିକାରୀ ଲିଜାରାଣୀ ବିଶ୍ୱାଳ କୁହନ୍ତି, ମୃତଦେହ ସଂରକ୍ଷିତ ରହିବ। ସମସ୍ତ ରିପୋର୍ଟ ବୈଦେଶିକ ମନ୍ତ୍ରଣାଳୟ ପାଖକୁ ପଠାଯିବ। ସମ୍ପୃକ୍ତ ରିପୋର୍ଟ ରୁଷୀୟ ଦୂତାବାସ ଜରିଆରେ ତାଙ୍କ ଦେଶକୁ ଯିବ। ସେଠାରୁ ସମସ୍ତ କ୍ଲିୟରାନ୍ସ ମିଳିବା ପରେ ମୃତଦେହ ରୁଷିଆ ଯିବ କି ଅନ୍ୟ କୌଣସି ବ୍ୟବସ୍ଥା କରାଯିବ ତାହା ଜଣାପଡ଼ିବ। ଯନ୍ତ୍ରୀ ସର୍ଗେ ପକେଟରେ ଟର୍ଚ୍ଚ ଓ ସ୍କୃ ରଖି କାମ କରିବାବେଳେ ଅସୁସ୍ଥ ଲାଗିବାରୁ ତଳେ ପଡ଼ିଯାଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସେତେବେଳେ ହୁଏତ ତାଙ୍କ ମୁଣ୍ଡ ପାଖରେ ଥିବା ଲୁହା ବାଡରେ ଲାଗିଥାଇପାରେ ବୋଲି ବିଶ୍ୱାଳ କହିଛନ୍ତି। ମୃତଦେହ ଆଣିବା ଲାଗି ମଙ୍ଗଳବାର ସାରେ ପୋଲିସ ଟିମ୍‌ ଏକ ଟଗ୍‌ ବୋଟ ଯୋଗେ ଆଙ୍କରେଜ ଏରିଆକୁ ଯାଇଥିଲେ। ସମୁଦ୍ର କରେଣ୍ଟ ଅଧିକ ଥିବାରୁ ଜାହାଜରୁ ମୃତଦେହ କାଢ଼ିବା ସମ୍ଭବ ହୋଇ ପାରି ନ ଥିଲା। ପରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ମାତ୍ର ଘଣ୍ଟାଏ ପାଇଁ ବର୍ଥିଂ କରାଯାଇଥିଲା। ରାତି ୨ଟାରେ ପୋଲିସ ମୃତଦେହ ଜବତ କରିବା ପରେ ଜାହାଜ ପୁଣି ଆଙ୍କରେଜ ଏରିଆରେ ଯାଇ ରହିଛି। ଅର୍ଥ ଜମା କରିବା ପରେ ଗୁରୁବାର ଜାହାଜ ବର୍ଥିଂ ହେବ। ଜାହାଜରେ ୫୬ ହଜାର ମେଟ୍ରିକ ଟନ୍‌ ଲୁହାପଥର ବୋଝେଇ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ନ୍ୟାୟ ପାଇଁ ଲଢେଇ ସଙ୍ଗଠନର ସଭାପତି ସୁବ୍ରତ ଦାସ ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ (ନଂ.୧୯୩/୨୩) ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri