୧୦ ବର୍ଷ ମଧ୍ୟରେ ରୁଷିଆର ପତନ ହେବ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁକ୍ରେନ ଏଥିରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛି। କିନ୍ତୁ ବିଶେଷଜ୍ଞମାନେ ମପୋଷଣ କରିଛନ୍ତି ଯେ ଏହି ଯୁଦ୍ଧର ପ୍ରଭାବ ଦୀର୍ଘ ଦିନ ପର୍ଯ୍ୟନ୍ତ ରୁଷିଆ ଉପରେ ରହିବ ଏବଂ ଦେଶ ଯୁଦ୍ଧ ପରବର୍ତ୍ତୀ ଭାର ବହନ କରିପାରିବ ନାହିଁ। ଗ୍ଲୋବାଲ ଷ୍ଟ୍ରାଟେଜିଷ୍ଟ ଏବଂ ଆନାଲିଷ୍ଟର ଏକ ସର୍ଭେରେ କୁହାଯାଇଛି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ରୁଷିଆ ଅସ୍ତିତ୍ୱ ରହିବ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ୟୁକ୍ରେନ ଯୁଦ୍ଧ।

ସ୍କଟକ୍ରଫ୍ଟ ସେଣ୍ଟର ଫର ଷ୍ଟ୍ରାଟେଜୀ ଏବଂ ଆଟଲାଣ୍ଟିକ କାଉନସିଲର ସୁରକ୍ଷା ପକ୍ଷରୁ ସର୍ଭେରେ ୧୬୭ ବିଶ୍ୱସ୍ତରୀୟ ରଣନୀତିଜ୍ଞଙ୍କ ମତକୁ ଅନ୍ତର୍ଭୁକ୍ତ କରିଛି। ଯାହା ଅନୁଯାୟୀ ଆସନ୍ତା ଦଶନ୍ଧି ମଧ୍ୟରେ ରୁଷିଆର ପତନ ହେବାର ଆଶଙ୍କା ଅଛି।

ଏହି ସର୍ଭେରେ ଘରୋଇ କ୍ଷେତ୍ର, ଏକାଡେମୀ, ଏନଜିଓ ତଥା ସ୍ବାଧୀନ ପରାମର୍ଶଦାତା ମଧ୍ୟ ସାମିଲ ହୋଇଥିଲେ। ୟୁକ୍ରେନ ସହିତ ରୁଷିଆର ଯୁଦ୍ଧ ପୃଥିବୀର ବୃହତ୍ତମ ଆଣବିକ ଅସ୍ତ୍ରଶସ୍ତ୍ର ସହିତ ଏକ ବୃହତ ଶକ୍ତିସ୍ତରର ଅଶାନ୍ତିକୁ ତ୍ୱରାନ୍ବିତ କରିପାରେ ବୋଲି ଆମେରିକାର ଏକ ଥିଙ୍କଟକ ଏକ ସର୍ଭେରେ କହିଛି।

ସର୍ବେକ୍ଷଣ କରାଯାଇଥିବା ୪୬ ପ୍ରତିଶତ ଲୋକ ଭୟ ପ୍ରକାଶ କରିଥିଲେ ଯେ ୨୦୩୩ ସୁଦ୍ଧା ରୁଷିଆର ପତନ ଘଟିବ। ପ୍ରାୟ ୪୦ ପ୍ରତିଶତ ଉତ୍ତରଦାତା କହିଛନ୍ତି ଆଭ୍ୟନ୍ତରୀଣ ବିପ୍ଳବ, ଗୃହଯୁଦ୍ଧ କିମ୍ବା ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ୪ ପ୍ରତିଶତ ଲୋକ ପରମାଣୁ ଯୁଦ୍ଧର ବିପଦର ମଧ୍ୟ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri