ରୁଷିଆର ଚେତାବନୀ, ସୀମାରେ ୧୦ ହଜାରରୁ ଅଧିକ ଆଇଏସ୍‌ ଆତଙ୍କବାଦୀ, ପଠାଇଲା ଟ୍ୟାଙ୍କ…

ମସ୍କୋ,୧୨।୯: ରୁଷିଆ ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସୀମାରେ ୧୦ ହଜାରରୁ ଅଧିକ ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ରହିଥିବା ନେଇ ଚେତାବନୀ ଜାରି କରିଛି। ଏହି ଦୁଇଦେଶର ସୀମା ଆଫଗାନିସ୍ତାନକୁ ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ରୁଷିଆ ଦୁଇ ଦେଶର ସୀମା ଅଞ୍ଚଳକୁ ନିଜର ଟ୍ୟାଙ୍କ ପଠାଇଛି।

ଏହି ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବା ଲାଗି ଘୋଷଣା କରିଛି। ରୁଷିଆର ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଦାମିତ୍ରି ମେଡଓ୍ବେଡଓ୍ବେ ଏନେଇ ଗେଜେଟ ଡଟ୍‌ ରୁଷିଆରେ ଏକ ଆର୍ଟିକିଲରେ କହିଛନ୍ତି ଯେ ମଧ୍ୟ ଏସିଆ ଦେଶ ସହିତ ଆଫଗାନିସ୍ତାନ ସୀମାରେ ୧୦,୦୦୦ରୁ ଅଧିକ ଆଇଏସ୍‌ ଆତଙ୍କବାଦୀ ଏବଂ ସେମାନଙ୍କ ଅନୁଗାମୀ ଅଛନ୍ତି। ଇସଲାମିକ ଷ୍ଟେଟ୍‌ର ନେତୃତ୍ୱ ଖୋଲାଖୋଲି ଭାବେ କହିଛି, ଏହି ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚାହୁଁଛି।

ସୁରକ୍ଷା ଦୃଷ୍ଟିରୁ ତାଜିକିସ୍ତାନ ସୀମାରେ ନିଜର ସୈନ୍ୟଙ୍କୁ ମୁତୟନ କରିଛି। ରାଷ୍ଟ୍ରପତି ଇମୋମାଲି ରହମୋନ ଉଗ୍ରବାଦୀ ଏବଂ ସେମାନଙ୍କ ଆଦର୍ଶ ପ୍ରତି ଆକର୍ଷିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଆଫଗାନିସ୍ତାନ ସହିତ ତାଜିକିସ୍ତାନର ପ୍ରାୟ ୧,୩୪୪ କିଲୋମିଟର ଦୀର୍ଘ ସୀମା ରହିଛି। ସେଥିମଧ୍ୟରୁ ଅଧିକାଂଶ ପାର୍ବତ୍ୟାଞ୍ଚଳରେ ରହିଛି। ଏସବୁ ଅଞ୍ଚଳ ଉପରେ ନଜର ରଖିବା ଅତ୍ୟନ୍ତ କଷ୍ଟକର। ତେବେ ଦେଶ ଆତଙ୍କବାଦ ବିରୋଧରେ ମୁକାବିଲାକୁ ପ୍ରାଥମିକତା ଦେଉଥିବା ରହମୋନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri