ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁଛି ରୁଷିଆ

ଲଣ୍ଡନ, ୨୪ା୧: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ଆଶଙ୍କା ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଥିବାବେଳେ କ୍ରେମେଲିନ୍‌ ନାଁରେ ସଙ୍ଗିନ ଅଭିଯୋଗ ଆଣିଛି ବ୍ରିଟେନ। ୟୁକ୍ରେନରେ ବର୍ତ୍ତମାନ ଥିବା ସରକାରଙ୍କୁ ହଟାଇ ସେଠାରେ ରୁଷିଆ ନିଜ ସପକ୍ଷରେ ଏକ ସରକାର ଗଢ଼ିବାକୁ ଚାହୁଁଛି ବୋଲି ଶନିବାର ବ୍ରିଟେନ ସରକାର ପ୍ରକାଶ କରିଛନ୍ତି। ୟୁକ୍ରେନର ଜଣେ ପୂର୍ବତନ ଲିଡର ୟେଭହେନିୟ ମୁରାୟେଭଙ୍କୁ ଶାସନ ମୁଖ୍ୟ କରିବାକୁ ମସ୍କୋ ଯୋଜନା କରୁଥିବା କୁହାଯାଇଛି। ମୁରାୟେଭ ହେଉଛନ୍ତି ରୁଷିଆ ସପକ୍ଷବାଦୀ ପାର୍ଟି ନାଶିର ମୁଖ୍ୟ। ବର୍ତ୍ତମାନ ୟୁକ୍ରେନ ସରକାରରେ ନାଶି ପାର୍ଟି ନିକଟରେ ଗୋଟିଏ ହେଲେ ବି ଆସନ ନାହିଁ। ତାଙ୍କ ବ୍ୟତୀତ ୟୁକ୍ରେନର ଆଉ କେତେଜଣ ରାଜନେତା ମଧ୍ୟ ରୁଷିଆ ଗୋଇନ୍ଦା ସଂସ୍ଥା ସମ୍ପର୍କରେ ରହିଥିବା ବ୍ରିଟେନ ବୈଦେଶିକ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌କୁ ନେଇ ରୁଷିଆ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଗୋଇନ୍ଦା ସୂଚନା ଆଧାରରେ ବ୍ରିଟେନ ସରକାର ଏଳି ଅଭିଯୋଗ ଆଣିଛନ୍ତି।
ଗୋଇନ୍ଦା ସୂଚନା ୟୁକ୍ରେନରେ ଅସ୍ଥିରତା ସୃଷ୍ଟି କରିବାକୁ ରୁଷିଆ କରୁଥିବା ଚକ୍ରାନ୍ତ ଉପରେ ଆଲୋକପାତ କରୁଛି ବୋଲି ବ୍ରିଟେନ ବୈଦେଶିକ ସଚିବ ଲିଜ୍‌ ଟ୍ରୁସ୍‌ କହିଛନ୍ତି। ଏପରି ଆକ୍ରମଣାତ୍ମକ ମନୋଭାବରୁ ରୁଷିଆ ଦୂରେଇ ରହିବାକୁ ଟ୍ରୁସ୍‌ ପରାମର୍ଶ ଦେଇଛନ୍ତି। ଏହା ନ କରି ରୁଷିଆ ୟୁକ୍ରେନ୍‌ରେ ବଳପୂର୍ବବ ଅନୁପ୍ରବେଶ କଲେ ଏକ ବିରାଟ ବଡ଼ ରଣନୈତିକ ଭୁଲ ପାଇଁ ମସ୍କୋକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରୁସ୍‌ କହିଛନ୍ତି। ଅପରପକ୍ଷେ ବ୍ରିଟେନର ଏହି ଅଭିଯୋଗକୁ ରୁଷିଆ ଖଣ୍ଡନ କରିଛି। ବ୍ରିଟେନ ସରକାର ଏଭଳି ମିଥ୍ୟା ପ୍ରଚାର କରି ୟୁକ୍ରେନ ପାଇଁ ସମସ୍ୟା ବଢ଼ାଉଛନ୍ତି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଅଭିଯୋଗ ଆଣିଛନ୍ତି। ବ୍ରିଟେନ ଏଭଳି ଉତ୍ତେଜନାମୂଳକ ପ୍ରଚାରରୁ ନିବୃତ୍ତ ରହୁ ବୋଲି ସେ କହିଛନ୍ତି।

ପୁଟିନ୍‌ଙ୍କୁ ପ୍ରଶଂସା କରି ନୌସେନା ମୁଖ୍ୟ ବିଦା

ୟୁକ୍ରେନ ଓ ରୁଷିଆ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେବା ଜର୍ମାନୀ ନୌସେନା ମୁଖ୍ୟ କେ-ଆଚିମ୍‌ ସ୍କୋନବାକ୍‌ଙ୍କୁ ମହଙ୍ଗା ପଡ଼ିଛି। ସମାଲୋଚନାର ଶିକାର ହେବା ପରେ ଶନିବାର ରାତିରେ ସେ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ଏକ ଥିଙ୍କ-ଟ୍ୟାଙ୍କ ବୈଠକରେ କେ-ଆଚିମ କହିଥିଲେ, ୨୦୧୪ରେ ରୁଷିଆ ଅକ୍ତିଆର କରିଥିବା କ୍ରିମିଆ ଦ୍ୱୀପ ଆଉ କେବେ ୟୁକ୍ରେନକୁ ଫେରିପାରିବ ନାହିଁ। ଏଥିସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ସମ୍ମାନ ଦିଆଯିବା ଉଚିତ ଏବଂ ଏହା ସହଜ ମଧ୍ୟ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଏ ନେଇ ଜର୍ମାନୀ ଦୂତାବାସକୁ ସମନ କରିଥିଲେ। ପରେ ତତ୍କାଳ ପ୍ରଭାବ ସହ ତାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ୟୁକ୍ରେନ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧ କରୁଛନ୍ତି। ସୀମାନରେ ରୁଷିଆ ସୈନ୍ୟ ମୁତୟନ ବଢ଼ାଇ ଚାଲିଥିବାରୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ଜର୍ମାନୀ ନୌସେନା ମୁଖ୍ୟଙ୍କ ଉପରୋକ୍ତ ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri