ବାଇଡେନଙ୍କ ହୁଙ୍କାର: ୟୁକ୍ରେନ୍ ସହ ଅଛି ଆମେରିକା, ନାଟୋ ସୀମାରେ ପ୍ରବେଶ କରିବାକୁ ଚିନ୍ତା ନ କରୁ ରୁଷିଆ

ୱାଶିଂଟନ,୨୭ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡରେ କହିଛନ୍ତି ନାଟୋ ଏକଜୁଟ ଅଛି । ଏହାକୁ ଭାଙ୍ଗି ଦିଆଯାଇ ପାରିବ ନାହିଁ । ଏହାସହ ସେ କହିଛନ୍ତି ରୁଷିଆ ଲୋକତନ୍ତ୍ରର ଗଳା ବଦାଇ ଦେଉଛି । ୟୁକ୍ରେନ୍ ଆଜି ତା’ର ସ୍ୱାଧିନତା ପାଇଁ ଲଢୁଛି । ୟୁକ୍ରେନ୍ ସହ ଆମେ ଅଛୁ । ସେ ଆହୁରି ମଧ୍ୟ କହିଛନ୍ତି ୟୁକ୍ରେନ୍‌ର ଲୋକେ ସ୍ୱାଧିନତା ପାଇଁ ଲଢେଇ କରୁଛନ୍ତି । ଆମେ ଲୋକତନ୍ତ୍ର ପାଇଁ ସମସ୍ତ ଶକ୍ତି ଲଗାଇ ଲଢିବୁ ।
ବାଇଡେନ କହିଛନ୍ତି ୟକ୍ରେନ୍ ରାଷ୍ଟ୍ରପତି ଜଲନସ୍କି ଲୋକତନ୍ତ୍ରରେ ଜଣେ ନିର୍ବାଚିତ ରାଷ୍ଟ୍ରପତି । ୟୁକ୍ରେନ୍ ଉପରେ ରୁଷିଆ ଯେଉଁ ଆକ୍ରମଣ କରିଛି ତା’ର କୌଣସି କାରଣ ବା ଯୁକ୍ତି ନହିଁ । ସମ୍ବୋଧନ ସମୟରେ ବାଇଡେନ ୟୁକ୍ରେନ ପାଇଁ ଆର୍ଥିତ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହି ବର୍ବର ଆକ୍ରମଣ ପାଇଁ ସେ ରୁଷିଆକୁ ଦାୟୀ କରିଛନ୍ତି । ମୁଁ ୟୁକ୍ରେନ ଶରଣାର୍ଥୀଙ୍କ ସହ କଥା ହେଲି ଆମେ ସବୁବେଳେ ୟୁକ୍ରେନ୍ ସହ ଅଛୁ ବୋଲି ବାଇଡେନ କହିଛନ୍ତି ।
ଆମେ ସବୁବେଳେ ୟୁକ୍ରେନ୍‌କୁ ସହାୟତା ଯୋଗାଇ ଦେବୁ । ଆର୍ଥିକ ପ୍ରତିବନ୍ଧକ ଯୋଗୁ ରୁଷିଆର ସ୍ଥିତି ବେଳକୁ ବେଳ ଖରାପ ହେଲାଣି । ରୁଷିଆ ଲୋକତନ୍ତ୍ରର ଗଳା ଦବାଇ ଦେଇଛି । ବାଇଡେନ ଅପିଲ କରିଛନ୍ତି କି ସବୁ ଦେଶ ମିଶି ୟୁକ୍ରେନକୁ ସାହାଯ୍ୟ କରନ୍ତୁ । ୟୁକ୍ରେନର ସୁରକ୍ଷା ପାଇଁ ଆମେରିକା ସବୁବେଳେ ଅଛି ବୋଲି ବି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ନାଟୋ ରୁଷିଆ ପାଇଁ ବିପଦ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri