ବାଇଡେନଙ୍କ ହୁଙ୍କାର: ୟୁକ୍ରେନ୍ ସହ ଅଛି ଆମେରିକା, ନାଟୋ ସୀମାରେ ପ୍ରବେଶ କରିବାକୁ ଚିନ୍ତା ନ କରୁ ରୁଷିଆ

ୱାଶିଂଟନ,୨୭ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡରେ କହିଛନ୍ତି ନାଟୋ ଏକଜୁଟ ଅଛି । ଏହାକୁ ଭାଙ୍ଗି ଦିଆଯାଇ ପାରିବ ନାହିଁ । ଏହାସହ ସେ କହିଛନ୍ତି ରୁଷିଆ ଲୋକତନ୍ତ୍ରର ଗଳା ବଦାଇ ଦେଉଛି । ୟୁକ୍ରେନ୍ ଆଜି ତା’ର ସ୍ୱାଧିନତା ପାଇଁ ଲଢୁଛି । ୟୁକ୍ରେନ୍ ସହ ଆମେ ଅଛୁ । ସେ ଆହୁରି ମଧ୍ୟ କହିଛନ୍ତି ୟୁକ୍ରେନ୍‌ର ଲୋକେ ସ୍ୱାଧିନତା ପାଇଁ ଲଢେଇ କରୁଛନ୍ତି । ଆମେ ଲୋକତନ୍ତ୍ର ପାଇଁ ସମସ୍ତ ଶକ୍ତି ଲଗାଇ ଲଢିବୁ ।
ବାଇଡେନ କହିଛନ୍ତି ୟକ୍ରେନ୍ ରାଷ୍ଟ୍ରପତି ଜଲନସ୍କି ଲୋକତନ୍ତ୍ରରେ ଜଣେ ନିର୍ବାଚିତ ରାଷ୍ଟ୍ରପତି । ୟୁକ୍ରେନ୍ ଉପରେ ରୁଷିଆ ଯେଉଁ ଆକ୍ରମଣ କରିଛି ତା’ର କୌଣସି କାରଣ ବା ଯୁକ୍ତି ନହିଁ । ସମ୍ବୋଧନ ସମୟରେ ବାଇଡେନ ୟୁକ୍ରେନ ପାଇଁ ଆର୍ଥିତ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହି ବର୍ବର ଆକ୍ରମଣ ପାଇଁ ସେ ରୁଷିଆକୁ ଦାୟୀ କରିଛନ୍ତି । ମୁଁ ୟୁକ୍ରେନ ଶରଣାର୍ଥୀଙ୍କ ସହ କଥା ହେଲି ଆମେ ସବୁବେଳେ ୟୁକ୍ରେନ୍ ସହ ଅଛୁ ବୋଲି ବାଇଡେନ କହିଛନ୍ତି ।
ଆମେ ସବୁବେଳେ ୟୁକ୍ରେନ୍‌କୁ ସହାୟତା ଯୋଗାଇ ଦେବୁ । ଆର୍ଥିକ ପ୍ରତିବନ୍ଧକ ଯୋଗୁ ରୁଷିଆର ସ୍ଥିତି ବେଳକୁ ବେଳ ଖରାପ ହେଲାଣି । ରୁଷିଆ ଲୋକତନ୍ତ୍ରର ଗଳା ଦବାଇ ଦେଇଛି । ବାଇଡେନ ଅପିଲ କରିଛନ୍ତି କି ସବୁ ଦେଶ ମିଶି ୟୁକ୍ରେନକୁ ସାହାଯ୍ୟ କରନ୍ତୁ । ୟୁକ୍ରେନର ସୁରକ୍ଷା ପାଇଁ ଆମେରିକା ସବୁବେଳେ ଅଛି ବୋଲି ବି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ନାଟୋ ରୁଷିଆ ପାଇଁ ବିପଦ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ହାଜର ହେଲେ ଇମ୍ରାନ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଗୁରୁବାର (ମେ ୧୧)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି...

ଆଫଗାନିସ୍ତାନରେ ବନ୍ଦ ହେଲା ରେଡିଓ ଷ୍ଟେଶନ

କାବୁଲ,୧୬।୭: ପୂର୍ବ ଆଫଗାନିସ୍ତାନର ଘଜନି ସହରରେ ଥିବା ସାମା ରେଡିଓ ଷ୍ଟେଶନ ଏବେ ବନ୍ଦ ହୋଇଯାଇଥିବା ସୂଚନା ଦେଇଛନ୍ତି ଷ୍ଟେଶନର ନିର୍ଦ୍ଦେଶକ ରମେଜ ଆଜମି। ସେ...

ଜାପାନରେ କମି ଚାଲିଛି ଶିଶୁ ଜନ୍ମହାର, ଚିନ୍ତାରେ ସରକାର

ଟୋକିଓ,୪ ।୧୨: ଜାପାନରେ ଚଳିତ ବର୍ଷ ଶିଶୁ ଜନ୍ମହାର ଏତେ ପରିମାଣରେ କମ୍ ହୋଇଛି ଯେ ଏବେ ଏହା ରେକର୍ଡ କରିଛି । ଏଥିରୁ ଅନୁମାନ...

ଜର୍ମାନ ମନ୍ତ୍ରୀଙ୍କ ଆତ୍ମହତ୍ୟା

ବର୍ଲିନ,୩୦ା୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିଥିବା ବେଳେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏତିକିବେଳେ ଦୁଃଖରେ ଭାଙ୍ଗିପଡ଼ି ଜର୍ମାନର ହେସେ ପ୍ରଦେଶରେ ଅର୍ଥମନ୍ତ୍ରୀ...

ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ

କେପ୍‌ ଟାଉନ୍‌,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍‌ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି...

ପିଟିଆଇ ଏମ୍‌ପିଙ୍କ ସାମୂହିକ ଇସ୍ତଫା ନାମଞ୍ଜୁର

ଇସଲାମାବାଦ୍‌,୩୦।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏମ୍‌ପିଙ୍କ ସାମୂହିକ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପାକିସ୍ତାନ ନ୍ୟାଶନାଲ ଆସେମ୍ବଲି ବାଚସ୍ପତି ରାଜା ପରଭେଜ ଅଶରଫ।...

ବ୍ଲାକ୍‌ହୋଲ ଅନୁସନ୍ଧାନ କରିବ ଇସ୍ରାଏଲ୍‌

ଜେରୁଜେଲମ: ୨୦୨୩ରେ ଏକ ସ୍ବତନ୍ତ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବାକୁ ଇସ୍ରାଏଲ୍‌ ଯୋଜନା କରିଛି। ମହାଜାଗତିକ ବିସ୍ଫୋରଣକୁ ରେକର୍ଡ କରିବା ସହିତ ବ୍ଲାକହୋଲ୍‌ ସମ୍ପର୍କରେ ଅଧିକ...

ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି କରିବ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ଓ୍ବାଶିଂଟନ, ୧୦।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦ୍ୱାରା ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆମେରିକାର ଜେନେରାଲ କହିଛନ୍ତି।...

Advertisement
Archives

Model This Week