ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ

କିଭ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏହି ସମୟରେ ରୁଷିଆକୁ ୧୦ ହଜାରରୁ ଅଧିକ ମିଶାଇଲ୍‌ ପଠାଇଛି ଉତ୍ତର କୋରିଆ। ନିକଟରେ ଆମେରିକା ଦାବି କରିଛି, ଉତ୍ତର କୋରିଆର ୮୦୦୦ ସୈନିକ ବର୍ତ୍ତମାନ ୟୁକ୍ରେନ ସୀମା ନିକଟରେ କୁର୍ସ୍କ ଅଞ୍ଚଳରେ ଉପସ୍ଥିତ ଅଛନ୍ତି। ଏହି ସୈନିକମାନେ ୟୁକ୍ରେନ ସହିତ ଯୁଦ୍ଧରେ ରୁଷିଆକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହି ସମୟରେ, ଉତ୍ତର କୋରିଆ ୟୁକ୍ରେନ ବିରୋଧରେ ଲଡିବାକୁ ରୁଷିଆକୁ ୧୦୦୦୦ରୁ ଅଧିକ ମିଶାଇଲ୍‌ ଦେଇଛି। ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ କିମ ୟୋଙ୍ଗ-ହ୍ୟୁନ କହିଛନ୍ତି, ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ଉତ୍ତର କୋରିଆ ରୁଷକୁ ୧୦୦୦୦ ରୁ ଅଧିକ ମିଶାଇଲ୍‌ ପଠାଇଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ରୁଷିଆରେ ବର୍ତ୍ତମାନ ୧୦,୦୦୦ ଉତ୍ତର କୋରିଆ ସୈନିକ ଉପସ୍ଥିତ ଅଛନ୍ତି। ସେଥିମଧ୍ୟରୁ ୮୦୦୦ରୁ ଅଧିକ ସୈନିକ ରୁଷିଆର କୁର୍ସ୍କ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ଆଗାମୀ ଦିନରେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ରୁଷିଆ ଏହି ସୈନିକମାନଙ୍କୁ ବ୍ୟବହାର କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ...

ଏତିକି ବର୍ଷ ପରେ ଧ୍ୱଂସ ପାଇଯିବ ପୃଥିବୀ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଲଣ୍ଡନ,୨୨।୧: ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀର ଭବିଷ୍ୟତ ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି। ଆମର...

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

ଭାରତ ସହ ପଙ୍ଗା ନେଉଥିଲା ବାଂଲାଦେଶ, ହେଲେ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରେ ଛାନିଆ ହୋଇଗଲେ ୟୁନୁସ୍‌

ଓ୍ବାଶିଂଟନ୍‌,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମଦାନୀ ଶୁଳ୍କ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟରେ ହଇଚଇ ସୃଷ୍ଟି କରିଛି। ବିଶେଷକରି ବାଂଲାଦେଶର ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ଏହି ନିଷ୍ପତ୍ତି...

ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି, ଚିନ୍ତାରେ ପଡ଼ିଲାଣି ଭାରତ

ଓ୍ବାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର କିଛି ସମୟ ପରେ, ସେ...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ପଦ ସମ୍ଭାଳିବା ପରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଦୌଡି ଦୌଡି କୋର୍ଟରେ ପହଞ୍ଚିଲେ ୨୦ ରାଜ୍ୟ

ଓ୍ବାଶିଂଟନ୍‌,୨୨।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ ଆକ୍ସନ ମୋଡରେ ଅଛନ୍ତି। ପଦ ଗ୍ରହଣ କରିବା ମାତ୍ରେ ଟ୍ରମ୍ପ ଏପରି...

ପୁଟିନଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ: ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନ କଲେ ଭୋଗିବ ପରିଣାମ

ବର୍ଲିନ/ଓ୍ବାଶିଂଟନ,୨୨।୧: -ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ବନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri