ରୁଷିଆକୁ ବଡ଼ ଝଟ୍‌କା

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଛି। ଏହି ସମୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ କରି ରୁଷିଆର ସୈନିକମାନଙ୍କୁ ୟୁକ୍ରେନରୁ ଓହରିଯିବାକୁ କହିଛି। ଏହା ବ୍ୟତୀତ ୟୁକ୍ରେନରେ ଏୟାର ଷ୍ଟ୍ରାଇକ ଆଲର୍ଟ ଜାରି କରାଯାଇଛି। ତେବେ ଏସବୁ ଭିତରେ ରୁଷିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ରୁଷିଆର ଆକ୍ରମଣାତ୍ମକ ଆକ୍ରମଣ ମଧ୍ୟରେ ୟୁକ୍ରେନକୁ ଜର୍ମାନୀର ସମର୍ଥନ ମିଳିଛି। ଜର୍ମାନୀ ୟୁକ୍ରେନକୁ ୨୭୦୦ ଅଧିକ ଆଣ୍ଟି-ଏୟାର ମିସାଇଲ ଦେବ।
ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି। ହେଲେ ରୁଷ ସେନାର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୧ କୋଟି ଲୋକଙ୍କ ସ୍ବପ୍ନ ପୂରଣ କରିବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୨୦।୧:ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବାକୁ ଯାଉଥିବା ଜୋ ବାଇଡେନ୍‌ ଆପ୍ରବାସୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍‌ ନିଜ ପ୍ରଥମ କାର୍ଯ୍ୟକାଳର...

ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ

ଇସ୍‌ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।...

ପୂଜା ହିଂସାରେ ଜଳିଗଲା ୨୦ ହିନ୍ଦୁଙ୍କ ଘର

ଢାକା,୧୮।୧୦: ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ବାଂଲାଦେଶରେ ଦୁର୍ଗା ପୂଜା ବେଳେ ମନ୍ଦିର ଭଙ୍ଗାରୁଜା କରାଯିବା ସହ ଅନେକ ହିନ୍ଦୁଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏକ...

୫୯ ବର୍ଷ ପରେ ପୃଥିବୀର ସବୁଠୁ ନିକଟତର ହେବ ବୃହସ୍ପତି, କିପରି ଦେଖିବେ

ଓ୍ବାଶିଂଟନ୍‌,୨୫ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ପ୍ରାୟ ୫୯ ବର୍ଷ ପରେ ଏହି ବିଶାଳ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ...

ଇସ୍ରାଏଲ୍‌ରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଜେରୁଜେଲମ,୧୭।୩: ସାରା ବିଶ୍ୱରେ ପୁଣି ଥରେ କରୋନା ପ୍ରକୋପ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ ଚାଇନାରେ ଲଗାତାର ୩ହଜାର ନୂଆ କରୋନା...

ମାତ୍ର ୧୫ ମିନିଟ୍‌ରେ କରୋନାକୁ ହରାଇଥିଲେ ପୁଅ: ଟ୍ରମ୍ପ

ନ୍ୟୁୟର୍କ,୨୮।୧୦: ଆସନ୍ତା ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଚାର ଜୋରଦାର ଚାଲିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ...

ଚାଇନା ଇଟାଲି ପରେ ଏବେ କରୋନାର ନୂଆ ଠିକଣା ଆମେରିକା: ଡବ୍ଲ୍ୟୁଏଚ୍‌ଓ !

ଓ୍ବାଶିଂଟନ,୨୫।୩: ଚାଇନାରେ କରୋନା ତାଣ୍ଡବ ରଚିବା ପରେ ଇଟାଲି ମୁହାଁ ହୋଇଥିଲା। ଏବେ ଏହାର ନୂଆ ଠିକଣା ଆମେରିକା ପାଲଟିବାକୁ ଯାଉଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ...

୩୦ ବର୍ଷ ପରେ ତିବ୍ବତରେ ଚାଇନା ମୁଖ୍ୟ

ବେଜିଂ,୨୩ା୭: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ତିବ୍ବତ ଯାତ୍ରା। ଏନେଇ...

Advertisement
Archives

Model This Week