ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମୈରିୟୁପୋଲରେ ଦିଆଯାଉଛି ସାମୁହିକ କବର, ଶୋକ କରିବାକୁ କେହି ନାହିଁ

କ୍ୱିଭ/ ମୈରିୟୁପୋଲ,୧୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଯାଇଛି । ୧୫ ଦିନ ପରେ ୟୁକ୍ରେନର ଅଧିକାରୀମାନେ ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମୁହିକ କବର ଦେବା ଆରମ୍ଭ କରିଛନ୍ତି । ଦକ୍ଷିଣ ୟୁକ୍ରେନର ମୈରିୟୁପୋଲରେ ଅଧିକାଂଶ ମୃତଦେହକୁ ସାମୁହିକ କବର ଦିଆଯାଇଥିବା ସୂଚନା ମିଳିଛି । ଏଥିପାଇଁ ସହରର ଏକ ପୁରୁଣା ସମାଧିସ୍ଥଳରେ ୨୫ ମିଟର ଲମ୍ବାର ଏକ ଖାଲ ଖୋଳାଯାଇଛି । ସବୁଠାରୁ ଦୁଃଖର ବିଷୟ ହେଉଛି ଏହି ସବୁ ମୃତଦେହ ପାଇଁ କେହି ଶୋକ କରିବାକୁ ନାହାନ୍ତି । ବ୍ରିଟେନ କହିଛି ରୁଷିଆ ଆଗକୁ ଆକ୍ରମଣ କରି ନାହିଁ ହେଲେ ଗୁଳିମାଡରେ ୟୁକ୍ରେନ ସହର ନଷ୍ଟ ହେବାରେ ଲାଗିଛି ।
ଅନ୍ୟପଟେ ଲବିବରେ ଚେର୍ନୋବିଲ ପରମାଣୁ କେନ୍ଦ୍ରର ପାୱାର ଗ୍ରୀଡସହ ସମ୍ପର୍କ ଛିନ୍ନ ହୋଇଯାଇଛି । ଫଳରେ ଜେନେରେଟର ମାଧ୍ୟମରେ ସେଠାକୁ ବିଜୁଳି ଯୋଗାଇ ଦିଆଯାଉଛି । ଏଠାରେ ଥିବା ପରମାଣୁ ସାମଗ୍ରୀକୁ ଥଣ୍ଡା ରଖିବା ଜରୁରୀ ନଚେତ୍ ବିପଦ ରହିଛି । ଯଦି ଚେର୍ନୋବିଲରେ କିଛି ଅଘଟଣ ଘଟେ ତେବେ ପରିସ୍ଥିତି ଆହୁରି ଖରାପ ହେବ ବୋଲି କୁହାଯାଇଛି ।
ମୈରିୟୁପୋଲରେ ଲୋକେ ପାଣି, ଖାଦ୍ୟ ଆଦି ପାଇଁ ସଂଘର୍ଷ କରୁଥିବା ବେଳେ ନଦୀର ପାଣି ଓ ବରଫକୁ ତରଳାଇ ବ୍ୟବହାର କରୁଥିବା କୁହାଯାଉଛି । ସହରରେ ଲଗାତାର ଆକ୍ରମଣ ଜାରି ରହିଥିବା ବେଳେ ଅଧିକାରୀମାନେ ମୃତ ଶରୀର ଗୁଡିକର ଅଲଗା ଅଲଗା କବର ଦେବା କଥା ଚିନ୍ତା କରୁଥିଲେ । ହେଲେ ଶବଗୃହରେ ଅତ୍ୟଧିକ ମୃତଦେହ ଜମା ହେବା ଓ ଘରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ବାହାରକୁ ନ ବାହାର କରାଯିବା ଫଳରେ ଶେଷରେ ସାମୁହିକ କବରର ବ୍ୟବସ୍ଥା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?