ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ…

ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍‌ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍‌ ସୀମାରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଖୁବ୍‌ ଶୀଘ୍ର ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ସହିତ ଆଲୋଚନା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ସମସ୍ୟାର ସମାଧାନର ବାଟ ଫିଟିବାର ଆଶା ରହିଥିବା ସେ କହିଛନ୍ତି। ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ରୁଷିଆ ୟୁକ୍ରେନ୍‌ ସୀମାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିଲା। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ୨୦୧୪ପରେ ପୂର୍ବ ୟୁକ୍ରେନ୍‌ର ସୀମାବର୍ତ୍ତୀ ଅଞ୍ଚଳରେ ଘଟିଥିବା ସଂଘର୍ଷରେ ଇତିମଧ୍ୟରେ ୧୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ୟୁରୋପୀୟ ସଂଘ ସମ୍ମିଳନୀରେ ଜେଲେନ୍ସିକ୍‌ କହିଥିଲେ ଯେ, ଦୁଇଦୋ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନର ସମସ୍ତ ପ୍ରୟାସ ପ୍ରାୟ ଶେଷ ହେବାକୁ ଯାଉଛି। ହୁଏତ ଆଗାମୀ ଦିନରେ ଯୁଦ୍ଧ ହୋଇପାରେ। ଦୀର୍ଘ ପ୍ରୟାସ ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଗୋଟିଏ ବି ବୈଠକ ଆୟୋଜନ କରାଯାଇ ପାରି ନ ଥିବାରୁ ଜେଲେନ୍ସିକ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ସମସ୍ୟାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଜେଲେନ୍ସିକ୍‌ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୧୭ରେ ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ

ଜେନେଭା, ୨।୬: ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍‌ ୧୭ରେ ହେବ। ଏନେଇ ସୂଚନା ପ୍ରକାଶ ପାଇଛି। ଫ୍ରାନ୍ସ୍‌ର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ସୂଚନା...

ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନେଇ ମୋଦି-ଜିନପିଙ୍ଗ୍‌ଙ୍କ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛି ରୁଷିଆ: ସିଆଇଏ ମୁଖ୍ୟ…

ଓ୍ବାଶିଂଟନ,୧୮।୧୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଲା ଚାଇନା

ବେଜିଂ,୧୬ା୫: ଚାଇନା ୯୦ ପାକିସ୍ତାନୀ କନିଆଙ୍କ ଭିଜାରେ ରୋକ ଲଗାଇଛି। ପାକିସ୍ତାନୀରୁ କନିଆ ଚାଇନା ଆଣି ସେଠାରେ ସେମାନଙ୍କୁ ଦେହବେପାରରେ ଲଗାଯାଉଥିବା ଅଭିଯୋଗ ହେବା ପରେ...

ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି...

ସାଉଦି ଆରବ ପ୍ରିନ୍ସଙ୍କ ସିକ୍ରେଟ ପାର୍ଟି, ସାମିଲ ଥିଲେ ୧୫୦ ମଡେଲ

ରିୟାଦ,୧୨ା୧୦: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ କିଛି ମାସ ମଧ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡ୍‌ଲାଇନ ବା ମୁଖ୍ୟ ଖବର ହୋଇ ରହିଆସୁଛନ୍ତି।...

ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୨୨ ମୃତ ୫୦ରୁ ଊର୍ଦ୍ଧ୍ୱ; ନିଖୋଜ

କାରାକାସ,୧୦ ।୧୦: ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାରେ ବର୍ଷା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । କିଛିଦିନ ହେବ ସେଠାରେ ବର୍ଷା ଲାଗି ରହିଛି ।...

କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ

ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ...

ବ୍ରିଟେନରେ ବଢୁଛି ତାପମାତ୍ରା, ଅତ୍ୟଧିକ ଗରମ ଚେତାବନୀ

ଲଣ୍ଡନ,୧୨ା୭: ଇଂଲଣ୍ଡ ଏବଂ ଓ୍ବେଲ୍ସରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେବ ବୋଲି ବ୍ରିଟେନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

Advertisement
Archives

Model This Week