ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ ପକ୍ଷରୁ ସୀମାରେ ତୋପ ଏବଂ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛନ୍ତି। ଦୁଇଦେଶ ସୀମାରେ ଜାରି ରହିଥିବା ସମରସଜ୍ଜାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

ରୁଷିଆ ୟୁକ୍ରେନ ସୀମାରେ ବହୁ ସଂଖ୍ୟକ ଟ୍ୟାଙ୍କ, ଆର୍ଟିଲିରି, ଯୁଦ୍ଧ ଯାନ ଏବଂ ସୈନିକଙ୍କୁ ମୁତୟନ କରିଛି। ରୁଷିଆର ଏହି ପଦକ୍ଷେପ ଆଶଙ୍କା ସୃଷ୍ଟି କରିଛି ଯେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାପୂର୍ବରୁ ଆମେରିକା ଏହାର ୟୁରୋପୀୟ ସହଯୋଗୀମାନଙ୍କୁ ମଧ୍ୟ ଚେତାବନୀ ଦେଇଥିଲା ଯେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଯୋଜନା କରୁଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ରୁଷିଆ ଓ୍ବୋରୋନେଝ ସହର ନିକଟରେ ନିଜର ସୈନ୍ୟବାହିନୀଙ୍କୁ ଠୁଳ କରୁଛି। ଓ୍ବୋରୋନେଝ ୟୁକ୍ରେନ ସୀମାଠାରୁ ୩୨୦ କିଲୋମିଟର ଦୂରରେ ରହିଛି। ଗୁପ୍ତଚର ମନିଟରିଂ ସଂସ୍ଥା ଜେନ୍ସଙ୍କ ଅନୁଯାୟୀ ରୁଷିଆର ଏହି ସହରରେ ବହୁ ସଂଖ୍ୟକ ଟ୍ୟାଙ୍କ, ଆର୍ଟିଲିରି ଏବଂ ସଶସ୍ତ୍ର ଯାନ ଜମା ହେବାରେ ଲାଗିଛି। ଏହି ଯୁଦ୍ଧ ଯାନଗୁଡିକ ମସ୍କୋରୁ ଆସିଛି। ଏଥିରେ ଏବଂ ଟି-୮୦-ୟୁ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ମଧ୍ୟ ରହିଛି। କୃଷ୍ଣ ସାଗରରେ ଯୁଦ୍ଧାଭ୍ୟାସ କରି ନାଟୋ ରୁଷିଆକୁ ଚ୍ୟାଲେଞ୍ଜ କରୁଛି।

ପୁଟିନ ଏଠାରେ ନାଟୋ ଦେଶଗୁଡିକର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କୃଷ୍ଣ ସାଗରରେ ଯୁଦ୍ଧାଭ୍ୟାସ କରି ନାଟୋ ରୁଷିଆକୁ ଚ୍ୟାଲେଞ୍ଜ କରୁଛି। ଏହି ଯୁଦ୍ଧାଭ୍ୟାସ ସମୟରେ ସେ ଷ୍ଟ୍ରାଟେଜିକ ବାୟୁସେନାର ବ୍ୟବହାର ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ୟୁରୋପରେ ରୁଷିଆ-ୟୁକ୍ରେନ ଏବଂ ବେଲାରୁଷ-ପୋଲାଣ୍ଡ ମଧ୍ୟରେ ତିକ୍ତତା ଶୀର୍ଷରେ ରହିଛି।

ଏସବୁ ମଧ୍ୟରେ ରୁଷ ରାଷ୍ଟ୍ରପତିଙ୍କ ଚେତାବନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୁଟିନ ଟିଭି ଚ୍ୟାନେଲ ରୁଷିଆ-୨୪ କୁ କହିଛନ୍ତି ଯେ, ଦେଶର ସୀମା ନିକଟରେ ନାଟୋ ଅଭ୍ୟାସ ଏକ ବିପଜ୍ଜନକ ଆହ୍ବାନ ସୃଷ୍ଟି କରିଛି। ଆମେରିକା ଏବଂ ଏହାର ସହଯୋଗୀମାନେ କୃଷ୍ଣ ସାଗରରେ ଯୋଜନାବଦ୍ଧ ଭାବେ ଯୁଦ୍ଧଭ୍ୟାସ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri