ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ ପକ୍ଷରୁ ସୀମାରେ ତୋପ ଏବଂ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛନ୍ତି। ଦୁଇଦେଶ ସୀମାରେ ଜାରି ରହିଥିବା ସମରସଜ୍ଜାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

ରୁଷିଆ ୟୁକ୍ରେନ ସୀମାରେ ବହୁ ସଂଖ୍ୟକ ଟ୍ୟାଙ୍କ, ଆର୍ଟିଲିରି, ଯୁଦ୍ଧ ଯାନ ଏବଂ ସୈନିକଙ୍କୁ ମୁତୟନ କରିଛି। ରୁଷିଆର ଏହି ପଦକ୍ଷେପ ଆଶଙ୍କା ସୃଷ୍ଟି କରିଛି ଯେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାପୂର୍ବରୁ ଆମେରିକା ଏହାର ୟୁରୋପୀୟ ସହଯୋଗୀମାନଙ୍କୁ ମଧ୍ୟ ଚେତାବନୀ ଦେଇଥିଲା ଯେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଯୋଜନା କରୁଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ରୁଷିଆ ଓ୍ବୋରୋନେଝ ସହର ନିକଟରେ ନିଜର ସୈନ୍ୟବାହିନୀଙ୍କୁ ଠୁଳ କରୁଛି। ଓ୍ବୋରୋନେଝ ୟୁକ୍ରେନ ସୀମାଠାରୁ ୩୨୦ କିଲୋମିଟର ଦୂରରେ ରହିଛି। ଗୁପ୍ତଚର ମନିଟରିଂ ସଂସ୍ଥା ଜେନ୍ସଙ୍କ ଅନୁଯାୟୀ ରୁଷିଆର ଏହି ସହରରେ ବହୁ ସଂଖ୍ୟକ ଟ୍ୟାଙ୍କ, ଆର୍ଟିଲିରି ଏବଂ ସଶସ୍ତ୍ର ଯାନ ଜମା ହେବାରେ ଲାଗିଛି। ଏହି ଯୁଦ୍ଧ ଯାନଗୁଡିକ ମସ୍କୋରୁ ଆସିଛି। ଏଥିରେ ଏବଂ ଟି-୮୦-ୟୁ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ମଧ୍ୟ ରହିଛି। କୃଷ୍ଣ ସାଗରରେ ଯୁଦ୍ଧାଭ୍ୟାସ କରି ନାଟୋ ରୁଷିଆକୁ ଚ୍ୟାଲେଞ୍ଜ କରୁଛି।

ପୁଟିନ ଏଠାରେ ନାଟୋ ଦେଶଗୁଡିକର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କୃଷ୍ଣ ସାଗରରେ ଯୁଦ୍ଧାଭ୍ୟାସ କରି ନାଟୋ ରୁଷିଆକୁ ଚ୍ୟାଲେଞ୍ଜ କରୁଛି। ଏହି ଯୁଦ୍ଧାଭ୍ୟାସ ସମୟରେ ସେ ଷ୍ଟ୍ରାଟେଜିକ ବାୟୁସେନାର ବ୍ୟବହାର ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ୟୁରୋପରେ ରୁଷିଆ-ୟୁକ୍ରେନ ଏବଂ ବେଲାରୁଷ-ପୋଲାଣ୍ଡ ମଧ୍ୟରେ ତିକ୍ତତା ଶୀର୍ଷରେ ରହିଛି।

ଏସବୁ ମଧ୍ୟରେ ରୁଷ ରାଷ୍ଟ୍ରପତିଙ୍କ ଚେତାବନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପୁଟିନ ଟିଭି ଚ୍ୟାନେଲ ରୁଷିଆ-୨୪ କୁ କହିଛନ୍ତି ଯେ, ଦେଶର ସୀମା ନିକଟରେ ନାଟୋ ଅଭ୍ୟାସ ଏକ ବିପଜ୍ଜନକ ଆହ୍ବାନ ସୃଷ୍ଟି କରିଛି। ଆମେରିକା ଏବଂ ଏହାର ସହଯୋଗୀମାନେ କୃଷ୍ଣ ସାଗରରେ ଯୋଜନାବଦ୍ଧ ଭାବେ ଯୁଦ୍ଧଭ୍ୟାସ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri