ପୁଣି ରକ୍ତମୁଖା ହେଲା ରୁଷିଆ: ଅଧରାତିରେ ୟୁକ୍ରେନ ଉପରେ ମିଶାଇଲ୍‌ ମାଡ଼

କିଭ୍‌/ମସ୍କୋ,୩୦ା୬(ରଏଟର୍ସ/ଏପି):୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ସେବେଠୁ ଯୁଦ୍ଧରେ ଉଭୟ ପକ୍ଷଙ୍କ ବହୁ ଧନଜୀବନ ହାନି ହେଲାଣି। ଯୁଦ୍ଧ ଆଗକୁ ନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରମୁଖ୍ୟ ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉପରେ ଚାପ ପକାଉଛନ୍ତି।
ଟ୍ରମ୍ପ୍‌ଙ୍କ ଯୁଦ୍ଧବିରତି ପ୍ରସ୍ତାବରେ ଜେଲେନ୍‌ସ୍କି ଏକପ୍ରକାର ସହମତି ପ୍ରକାଶ କରିଥିବାବେଳେ ପୁଟିନ୍‌ କିନ୍ତୁ ସବୁବେଳେ କେଁ ପୂରାଇ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଫଳରେ ଶାନ୍ତି ଆଲୋଚନା ଆଗେଇ ପାରୁନାହିଁ। ସମଗ୍ର ୟୁକ୍ରେନ୍‌ ଦଖଲ ସ୍ବପ୍ନ ଦେଖୁଥିବା ପୁଟିନ୍‌ଙ୍କ ସେନା ଶନିବାର ରାତିରେ ୫୩୭ ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣ କରିଛି। ଏନେଇ ୟୁକ୍ରେନୀୟ ବାୟୁସେନାର ଯୋଗାଯୋଗ ମୁଖ୍ୟ ୟୁରିୟ ଇହାନତ୍‌ କହିଛନ୍ତି, ସୀମାଠାରୁ ବହୁ ଦୂରେ ଥିବା ପଶ୍ଚିମ ୟୁକ୍ରେନ୍‌ ସମେତ ଦେଶର ବିଭିନ୍ନ ଭାଗକୁ ରୁଷିଆ ଟାର୍ଗେଟ କରିଛି। ଖେରସନ୍‌ ରିଜିୟନ୍‌ରେ ଡ୍ରୋନ୍‌ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଖାରକିଭ୍‌ରେ ଏକ କାର୍‌କୁ ଡ୍ରୋନ୍‌ ମାଡ଼ କରାଯିବାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ପଶ୍ଚିମଭାଗରେ ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଫ୍‌-୧୬ ପାଇଲଟ୍‌ ମକ୍‌ସିମ୍‌ ଉସ୍ତିମେନ୍‌କୋ ଉଦ୍ୟମ ଚଳାଇଥିଲେ। ସେ ୭ଟି ଏରିଏଲ୍‌ ଟାର୍ଗେଟ୍‌କୁ ଖସାଇବା ପରେ ରୁଷୀୟ ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି। ସେ ଚଳାଉଥିବା ଏଫ୍‌-୧୬ ଯୁଦ୍ଧବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ୍ସ’ରେ ସୂଚନା ଦେଇଛନ୍ତି। ରୁଷିଆ ଛାଡ଼ିଥିବା ଅଧିକାଂଶ ଡ୍ରୋନ୍‌ ଇରାନ୍‌ ନିର୍ମିତ ଥିଲା।
ଜେଲେନ୍‌ସ୍କି ଆହୁରି କହିଛନ୍ତି, ଶାନ୍ତି ପାଇଁ ବିଶ୍ୱର ଆହ୍ବାନ ସତ୍ତ୍ୱେ ପୁଟିନ୍‌ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆକ୍ରମଣକାରୀ ଉପରେ ଚାପ ପକାଯାଇ ଏହି ଯୁଦ୍ଧକୁ ବନ୍ଦ କରାଯିବା ଜରୁରୀ ହୋଇପଡ଼ିଛି। ୟୁକ୍ରେନ୍‌ ନିଜ ଏୟାର ଡିଫେନ୍ସକୁ ମଜଭୁତ କରିବାକୁ ଚାହେଁ। ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା। ଆମେରିକାଠାରୁ ଆମେ ଉନ୍ନତ ଏୟାର ସିଷ୍ଟମ୍‌ କିଣିବାକୁ ପ୍ରସ୍ତୁତ। ଆମେରିକା, ୟୁରୋପ ଓ ଆମ ଅନ୍ୟ ସହଯୋଗୀଙ୍କଠାରୁ ସମର୍ଥନ ଆବଶ୍ୟକ କରୁଛୁ। ଗତ ସପ୍ତାହରେ ରୁଷିଆ ୟୁକ୍ରେନ୍‌ ଉପରେ ୧୧୪ ମିଶାଇଲ, ୧,୨୭୦ ଡ୍ରୋନ୍‌ ଓ ପ୍ରାୟ ୧,୧୦୦ ଗ୍ଲାଇଡ୍‌ ବୋମା ଛାଡ଼ିଥିଲା। ଆକ୍ରମଣ କ୍ଷମତା ଥିବା ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ମାଡ଼ କରିଚାଲିଥିବ ବୋଲି ଜେଲେନ୍‌ସ୍କି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ନେତାମାନେ ବୁଧବାର ସାମରିକ ମେଣ୍ଟର ପ୍ରତିରକ୍ଷା ବ୍ୟୟରେ ଏକ ବଡ଼ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ସହଯୋଗୀଗୁଡ଼ିକ ୨୦୩୫ ମସିହା ସୁଦ୍ଧା ସେମାନଙ୍କ ବାର୍ଷିକ ପ୍ରତିରକ୍ଷା ବ୍ୟୟରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୫% ବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏଥିସହ ‘ଗୋଟିଏ ଦେଶ ଉପରେ ଆକ୍ରମଣକୁ ସମସ୍ତଙ୍କ ଉପରେ ଆକ୍ରମଣ’ ରୂପେ ଅଭିହିତ କରି ସାମୂହିକ ପ୍ରତିରକ୍ଷା ପ୍ରତି ରହିଥିବା ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରୁଷିଆ ଏହାକୁ ନିଜ ପ୍ରତି ଏକ ଆସନ୍ନ ବିପଦ ମନେକରି ୟୁକ୍ରେନ୍‌ ଉପରେ ଏଭଳି ଆକ୍ରମଣ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri