ପୁଣି ରକ୍ତମୁଖା ହେଲା ରୁଷିଆ: ଅଧରାତିରେ ୟୁକ୍ରେନ ଉପରେ ମିଶାଇଲ୍‌ ମାଡ଼

କିଭ୍‌/ମସ୍କୋ,୩୦ା୬(ରଏଟର୍ସ/ଏପି):୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ସେବେଠୁ ଯୁଦ୍ଧରେ ଉଭୟ ପକ୍ଷଙ୍କ ବହୁ ଧନଜୀବନ ହାନି ହେଲାଣି। ଯୁଦ୍ଧ ଆଗକୁ ନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରମୁଖ୍ୟ ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉପରେ ଚାପ ପକାଉଛନ୍ତି।
ଟ୍ରମ୍ପ୍‌ଙ୍କ ଯୁଦ୍ଧବିରତି ପ୍ରସ୍ତାବରେ ଜେଲେନ୍‌ସ୍କି ଏକପ୍ରକାର ସହମତି ପ୍ରକାଶ କରିଥିବାବେଳେ ପୁଟିନ୍‌ କିନ୍ତୁ ସବୁବେଳେ କେଁ ପୂରାଇ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଫଳରେ ଶାନ୍ତି ଆଲୋଚନା ଆଗେଇ ପାରୁନାହିଁ। ସମଗ୍ର ୟୁକ୍ରେନ୍‌ ଦଖଲ ସ୍ବପ୍ନ ଦେଖୁଥିବା ପୁଟିନ୍‌ଙ୍କ ସେନା ଶନିବାର ରାତିରେ ୫୩୭ ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣ କରିଛି। ଏନେଇ ୟୁକ୍ରେନୀୟ ବାୟୁସେନାର ଯୋଗାଯୋଗ ମୁଖ୍ୟ ୟୁରିୟ ଇହାନତ୍‌ କହିଛନ୍ତି, ସୀମାଠାରୁ ବହୁ ଦୂରେ ଥିବା ପଶ୍ଚିମ ୟୁକ୍ରେନ୍‌ ସମେତ ଦେଶର ବିଭିନ୍ନ ଭାଗକୁ ରୁଷିଆ ଟାର୍ଗେଟ କରିଛି। ଖେରସନ୍‌ ରିଜିୟନ୍‌ରେ ଡ୍ରୋନ୍‌ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଖାରକିଭ୍‌ରେ ଏକ କାର୍‌କୁ ଡ୍ରୋନ୍‌ ମାଡ଼ କରାଯିବାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ପଶ୍ଚିମଭାଗରେ ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଫ୍‌-୧୬ ପାଇଲଟ୍‌ ମକ୍‌ସିମ୍‌ ଉସ୍ତିମେନ୍‌କୋ ଉଦ୍ୟମ ଚଳାଇଥିଲେ। ସେ ୭ଟି ଏରିଏଲ୍‌ ଟାର୍ଗେଟ୍‌କୁ ଖସାଇବା ପରେ ରୁଷୀୟ ଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି। ସେ ଚଳାଉଥିବା ଏଫ୍‌-୧୬ ଯୁଦ୍ଧବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ୍ସ’ରେ ସୂଚନା ଦେଇଛନ୍ତି। ରୁଷିଆ ଛାଡ଼ିଥିବା ଅଧିକାଂଶ ଡ୍ରୋନ୍‌ ଇରାନ୍‌ ନିର୍ମିତ ଥିଲା।
ଜେଲେନ୍‌ସ୍କି ଆହୁରି କହିଛନ୍ତି, ଶାନ୍ତି ପାଇଁ ବିଶ୍ୱର ଆହ୍ବାନ ସତ୍ତ୍ୱେ ପୁଟିନ୍‌ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆକ୍ରମଣକାରୀ ଉପରେ ଚାପ ପକାଯାଇ ଏହି ଯୁଦ୍ଧକୁ ବନ୍ଦ କରାଯିବା ଜରୁରୀ ହୋଇପଡ଼ିଛି। ୟୁକ୍ରେନ୍‌ ନିଜ ଏୟାର ଡିଫେନ୍ସକୁ ମଜଭୁତ କରିବାକୁ ଚାହେଁ। ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା। ଆମେରିକାଠାରୁ ଆମେ ଉନ୍ନତ ଏୟାର ସିଷ୍ଟମ୍‌ କିଣିବାକୁ ପ୍ରସ୍ତୁତ। ଆମେରିକା, ୟୁରୋପ ଓ ଆମ ଅନ୍ୟ ସହଯୋଗୀଙ୍କଠାରୁ ସମର୍ଥନ ଆବଶ୍ୟକ କରୁଛୁ। ଗତ ସପ୍ତାହରେ ରୁଷିଆ ୟୁକ୍ରେନ୍‌ ଉପରେ ୧୧୪ ମିଶାଇଲ, ୧,୨୭୦ ଡ୍ରୋନ୍‌ ଓ ପ୍ରାୟ ୧,୧୦୦ ଗ୍ଲାଇଡ୍‌ ବୋମା ଛାଡ଼ିଥିଲା। ଆକ୍ରମଣ କ୍ଷମତା ଥିବା ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ମାଡ଼ କରିଚାଲିଥିବ ବୋଲି ଜେଲେନ୍‌ସ୍କି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ନେତାମାନେ ବୁଧବାର ସାମରିକ ମେଣ୍ଟର ପ୍ରତିରକ୍ଷା ବ୍ୟୟରେ ଏକ ବଡ଼ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ସହଯୋଗୀଗୁଡ଼ିକ ୨୦୩୫ ମସିହା ସୁଦ୍ଧା ସେମାନଙ୍କ ବାର୍ଷିକ ପ୍ରତିରକ୍ଷା ବ୍ୟୟରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୫% ବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏଥିସହ ‘ଗୋଟିଏ ଦେଶ ଉପରେ ଆକ୍ରମଣକୁ ସମସ୍ତଙ୍କ ଉପରେ ଆକ୍ରମଣ’ ରୂପେ ଅଭିହିତ କରି ସାମୂହିକ ପ୍ରତିରକ୍ଷା ପ୍ରତି ରହିଥିବା ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରୁଷିଆ ଏହାକୁ ନିଜ ପ୍ରତି ଏକ ଆସନ୍ନ ବିପଦ ମନେକରି ୟୁକ୍ରେନ୍‌ ଉପରେ ଏଭଳି ଆକ୍ରମଣ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri