ତାଲିବାନ୍‌କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ମସ୍କୋ,୧୯ା୧୨: ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯଦ୍ଦ୍ବାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍‌ ଡୁମାରେ ପାରିତ ଏହି ଆଇନ ବଳରେ ଆଫଗାନିସ୍ତାନର ତାଲିବାନ୍‌ ଏବଂ ସିରିଆର ନୂଆ ନେତୃତ୍ୱ ସହ ସମ୍ପର୍କ ସ୍ବାଭାବିକ କରିବା ପାଇଁ ମସ୍କୋର ବାଟ ଫିଟିଯିବ ବୋଲି ଆଶା କରାଯାଉଛି।

ରୁଷିଆ ପକ୍ଷରୁ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ତାଲିକାରୁ ସେହି ଅର୍ଗାନାଇଜେଶନ୍‌ ହଟିଯିବ, ଯାହା ଆଉ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ହେଉନାହିଁ। ଏହି ଆଇନ ବଳରେ ରୁଷିଆର ପ୍ରୋସିକ୍ୟୁଟର ଜେନେରାଲ ଏକ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ସଙ୍ଗଠନକୁ ଏହି ତାଲିକାରୁ ବାଦ୍‌ ଦେବା ପାଇଁ ଅଦାଲତଙ୍କୁ ଅନୁରୋଧ କରିପାରିବେ। ଏହା ପରେ ଜଣେ ବିଚାରପତି ସମ୍ପୃକ୍ତ ସଙ୍ଗଠନକୁ ଆତଙ୍କବାଦୀ ଲିଷ୍ଟ୍‌ରୁ ହଟାଇବା ନେଇ ରମାୟ ଦେଇପାରିବେ। ରୁଷିଆର ଆତଙ୍କବାଦୀ ତାଲିକାରେ ୨୦୦୩ ଫେବୃଆରୀରେ ତାଲିବାନ୍‌ ଏବଂ ୨୦୨୦ରେ ସିରିଆର ହୟାତ୍‌ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌)କୁ ତାଲିକାଭୁକ୍ତ କରାଯାଇଥିଲା। ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ରହିଥିବା ଆମେରିକୀୟ ସୈନ୍ୟ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୨୧ ଅଗଷ୍ଟରେ ଇସ୍‌ଲାମୀୟ ସଙ୍ଗଠନ କ୍ଷମତା ଦଖଲ କରିଥିଲା। ଗତ ଜୁଲାଇରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ, ତାଲିବାନ୍‌ ଏବେ ଆତଙ୍କବାଦ ନିରୋଧୀ ଲଢ଼େଇରେ ମସ୍କୋର ସହଯୋଗୀ ପାଲଟିଯାଇଛି। ଇତିମଧ୍ୟରେ ସିରିଆର ଗାଦିଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ ମସ୍କୋର ରାଜନୈତିକ ଶରଣ ନେଇଛନ୍ତି। ତାଙ୍କୁ କ୍ଷମତାରୁ ହଟାଇବାରେ ମୁଖ୍ୟ ଭୂମିକା ନେଇଥିବା ସିରୀୟ ସଙ୍ଗଠନ ଏଚ୍‌ଟିଏସ୍‌କୁ ମଧ୍ୟ ରୁଷିଆର ନିଷିଦ୍ଧ ଘୋଷିତ ଆତଙ୍କବାଦୀ ତାଲିକାରୁ ବାଦ୍‌ ଦେବା ପାଇଁ ମସୁଧା ଚାଲିଥିବା ଜଣାପଡ଼ିଛି। ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଏହି ୨ ସଙ୍ଗଠନ ମସ୍କୋର ପତିଆରା ହ୍ରାସ କରିଥିବାରୁ ରୁଷିଆ ସେମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରି ପୁନଃ ଆଧିପତ୍ୟ ବଜାୟ ରଖିବା ପାଇଁ ଏପରି ଯୋଜନା କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri