ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା । ଯାହା ପୁଟିନ୍‌ଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। କାମ କରିବାକୁ ଲୋକେ ନାହାନ୍ତି ଏପଟେ ସେନା କଥା କିଏ ପଚାରେ ! ଏଭଳି ସ୍ଥିତିରେ କିଭଳି ଦେଶର ଲୋକସଂଖ୍ୟା ବଢ଼ିବ, ସେନେଇ ପୁଟିନ ପ୍ରଶାସନ ଭଲ ବୁଦ୍ଧି ପାଞ୍ଚିଛନ୍ତି । ଏହାପୂର୍ବରୁ ସରକାର ଲୋକଙ୍କୁ ବହୁ ଲୋଭନୀୟ ଅଫର୍‌ ମଧ୍ୟ ଦେଇସାରିଛନ୍ତି ହେଲେ ସବୁ ଉଦ୍ୟମ ଫେଲ୍‌ ମାରିଛି। ବର୍ତ୍ତମାନ ସରକାର ନୂଆ ମାଷ୍ଟରପ୍ଲାନ କରିଛନ୍ତି। ଖୁବ ଶୀଘ୍ର ରୁଷିଆ ସରକାର ଖୋଲିପାରନ୍ତି Ministry of Sex ବା ଯୌନ ମନ୍ତ୍ରାଳୟ।

୨୦୨୨ ଫେବ୍ରୁଆରୀରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଦେଶର ଲୋକସଂଖ୍ୟା ଅତିମାତ୍ରାରେ କମିଗଲାଣି । ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଜନସଂଖ୍ୟା ବଢ଼ାଇବାକୁ ଚିନ୍ତା କରୁଛନ୍ତି ଭ୍ଲାଦିମିର ପୁଟିନ ସରକାର । ପୁଟିନଙ୍କ ଘନିଷ୍ଠ ନୀନା ଓଷ୍ଟାନିନା ଏବେ ରୁଷିଆରେ ମିନିଷ୍ଟ୍ରି ଅଫ ସେକ୍ସ ବା ଯୌନ ମନ୍ତ୍ରାଳୟ ଖୋଲିବାକୁ ଯୋଜନା କରୁଛନ୍ତି । ନୀନା ଓଷ୍ଟାନିନା ଏବେ ପରିବାର ସୁରକ୍ଷା, ପିତୃତ୍ୱ, ମାତୃତ୍ୱ ଏବଂ ଶୈଶବ ସଂକ୍ରାନ୍ତ ସଂସଦୀୟ କମିଟର ଅଧ୍ୟକ୍ଷ ଅଛନ୍ତି ।

କେମିତି ଦେଶରେ ଜନ୍ମହାର ଦ୍ରୁତ ଗତିରେ ବୃଦ୍ଧି ହେବ, ସେନେଇ ଅନେକ କିଛି ପ୍ରସ୍ତାବ ରହିଛି । ପ୍ରଥମ ପଏଣ୍ଟ ହେଉଛି ଇଣ୍ଟରନେଟ କିମ୍ବା ଲାଇଟ ରହିବ ନାହିଁ । ସ୍ବାମୀ-ସ୍ତ୍ରୀଙ୍କ ପାଇଁ ରାତି ୧୦ଟାରୁ ୨ଟା ଯାଏଁ ଇଣ୍ଟରନେଟ କିମ୍ବା ଲାଇଟ ଉପଲବ୍ଧ ହେବ ନାହିଁ । Intimate activitiesକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ପ୍ରସ୍ତାବ ରଖାଯାଇଛି ।

ଯଦି କୌଣସି ପୁଅ ବା ଝିଅ ପ୍ରଥମ ଥର ପାଇଁ ଡେଟିଂ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଆର୍ଥିକ ସହାୟତା ଦେବେ ସରକାର । ପ୍ରଥମ ଡେଟିଂରେ ସେମାନଙ୍କୁ ୫ ହଜା ରବଲ ବା ଭାରତୀୟ ମୁଦ୍ରାରେ ପାଖାପାଖି ୪ ହଜାର ୩୯୫ ଟଙ୍କା ମିଳିବ । ବିବାହ ପାଇଁ ସରକାର ୨୬ ହଜାର ୩ ଶହ ରବଲ ବା ପାଖାପାଖି ୨୩ ହଜାର ୧୨୨ ଟଙ୍କା ଦେବେ । ବାକି ଖର୍ଚ୍ଚ ପବ୍ଲିକ ଫଣ୍ଡିଂ କରାଯିବ । ୧୮ରୁ ୨୩ ବର୍ଷର ମହିଳାମାନେ ପ୍ରଥମ ସନ୍ତାନ ଜନ୍ମ କରିବା ପରେ ଅତିକମରେ ୯୭ ହଜାର ୩୧୧ ଟଙ୍କା ପାଇବେ । ତେବେ ଚେଲିବିନ୍ସ ଅଞ୍ଚଳ ପାଇଁ ଏହି ପରିମାଣ ୯ ଲକ୍ଷ ୧୯ ହଜାର ୫୨ ଟଙ୍କା ରହିଛି । ବିଭିନ୍ନ ଅଞ୍ଚଳ ପାଇଁ ଫାର୍ଷ୍ଟ ଚାଇଲ୍ଡ ଇନସେନଟିଭର ପରିମାଣ ଭିନ୍ନ ଭିନ୍ନ ରହିଛି । ଅଫିସ ଏବଂ ଫ୍ୟାକ୍ଟ୍ରିରେ କଫି ଓ ଲଞ୍ଚ ବ୍ରେକ ବେଳେ ଶାରିରୀକ ସମ୍ପର୍କ ରଖିବାକୁ ପ୍ରୋତ୍ସାହନ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?