ସୁଇଡେନ୍‌, ଫିନ୍‌ଲାଣ୍ଡକୁ ରୁଷିଆ ବିପଦ

ମସ୍କୋ, ୧୫ା୪:ୟୁକ୍ରେନ୍‌ ପରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ପ୍ରତି ରୁଷିଆ ଆଡ଼ୁ ବିପଦ ଘନେଇଛି। ନାଟୋ ସାମରିକ ମେଣ୍ଟରେ ସାମିଲ ହେବାକୁ ଏହି ଦୁଇ ଦେଶ ପ୍ରସ୍ତୁତି କରିଥିବାବେଳେ ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍‌ ଡିମିଟ୍ରି ମେଡଭେଦେଭ୍‌ ଆଣବିକ ଯୁଦ୍ଧର ଧମକ ଦେଇଛନ୍ତି। ଆମେରିକା ନେତୃତ୍ୱାଧୀନ ନାଟୋରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ଯୋଗ ଦେଲେ ରୁଷିଆ ନିଜ ଅଞ୍ଚଳର ସୁରକ୍ଷା ବଢ଼ାଇବା ପାଇଁ ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର ସୀମାରେ ମୁତୟନ କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଫିନ୍‌ଲାଣ୍ଡ ସୀମା ନିକଟରେ କେତେକ ଯୁଦ୍ଧାସ୍ତ୍ର ମୁତୟନ ଆରମ୍ଭ କରିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।
ପ୍ରାୟ ୧୩ ଶହ କିଲୋମିଟର ସୀମା ରୁଷିଆ ବର୍ଡର ସହ ସଂଲଗ୍ନ। କିଛି ସପ୍ତାହରେ ଫିନ୍‌ଲାଣ୍ଡ ନାଟୋ ମେଣ୍ଟରେ ଯୋଗ ଦେବା ଉପରେ ନିଷ୍ପତ୍ତି ନେବ ବୋଲି ଏହାର ପ୍ରଧାନମନ୍ତ୍ରୀ ସନା ମାରିନ୍‌ ବୁଧବାର କହିଥିଲେ। ସେହିପରି ସୁଇଡେନ୍‌ ମଧ୍ୟ ନାଟୋରେ ସାମିଲ ହେବାକୁ ଯୋଜନା କରିଛି। ଏ ନେଇ ଡିମିଟ୍ରି ମେଡଭେଦେଭ୍‌ କହିଛନ୍ତି, ଯଦି ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ନାଟୋରେ ଯୋଗଦେବେ ତେବେ ରୁଷିଆ ବାଲ୍‌ଟିକ୍‌ ସାଗରରେ ଏହାର ସ୍ଥଳ, ନୌସେନା ଏବଂ ବାୟୁସେନାକୁ ମଜଭୁତ କରିବ। ଏହାପରେ ବାଲ୍‌ଟିକ୍‌ ଅଞ୍ଚଳକୁ ପରମାଣୁ ଅସ୍ତ୍ର ମୁକ୍ତ କରିବା ଦିଗରେ ଆଉ କୌଣସି ଆଲୋଚନା ହୋଇପାରିବ ନାହିଁ। ଏ ପର୍ଯ୍ୟନ୍ତ ରୁଷିଆ ଏପରି କୌଣସି ପଦକ୍ଷେପ ନେଇନାହିଁ। କିନ୍ତୁ ଆମକୁ ବାଧ୍ୟ କରାଗଲେ ଏଥିପାଇଁ ଆମକୁ ଆଉ ଦାୟୀ କରାଯାଇପାରିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ୧୯୪୯ରେ ଗଠିତ ହୋଇଥିବା ନାଟୋରେ ଫିନ୍‌ଲାଣ୍ଡ ଓ ସୁଇଡେନ୍‌ ସାମିଲ ହେଲେ ୟୁକ୍ରେନ୍‌ ସହ ରୁଷିଆ ଯୁଦ୍ଧରେ ପାଶ୍ଚାତ୍ୟ ଦେଶର ସୁରକ୍ଷାକୁ ନେଇ ୟୁରୋପୀୟ ରଣନୀତିକୁ ଏକ ବଡ଼ ସଫଳତା ମିଳିବ।
ରୁଷିଆଠାରୁ ଅଲଗା ହୋଇ ସ୍ବାଧୀନ ଦେଶରେ ପରିଣତ ହୋଇଥିବା ଫିନ୍‌ଲାଣ୍ଡ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମସ୍କୋ ସହ ୨ ଥର ଯୁଦ୍ଧକୁ ଓହ୍ଲାଇଥିଲା। ଏଥିରେ ଫିନ୍‌ଲାଣ୍ଡର କେତେକ ଅଞ୍ଚଳକୁ ରୁଷିଆ କବ୍‌ଜା କରିନେଇଥିଲା। ରୁଷିଆ ପଟୁ ପୁଣି ବିପଦ ବଢ଼ୁଥିବା ଦେଖି ଫିନ୍‌ଲାଣ୍ଡ ଏବେ ବ୍ରିଟେନ୍‌, ଆମେରିକା, ଲାଟଭିଆ, ଇଷ୍ଟୋନିଆ ଆଦି ଦେଶ ସହ ସାମରିକ ଅଭ୍ୟାସ ଜାରି ରଖିଛି। ସେହିପରି ୨୦୦ ବର୍ଷ ହେଲା କୌଣସି ପ୍ରତ୍ୟକ୍ଷ ଯୁଦ୍ଧରେ ସୁଇଡେନ୍‌ ସାମିଲ ହୋଇ ନ ଥିବାବେଳେ ଯୁଦ୍ଧ ପରବର୍ତ୍ତୀ ବୈଦେଶିକ ନୀତିରେ ଏହି ଦେଶ ଅନ୍ତର୍ଜାତୀୟ ସ୍ତରରେ ଗଣତନ୍ତ୍ରକୁ ସମର୍ଥନ, ବହୁପକ୍ଷୀୟ କଥାବାର୍ତ୍ତା ଏବଂ ଆଣବିକ ନିରସ୍ତ୍ରୀକରଣ ଉପରେ ଧ୍ୟାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୁକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୁକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri