ସାହାଯ୍ୟ କଲେ ଭୟଙ୍କର ପରିଣତି ଭୋଗିବ ଚାଇନା: ଆମେରିକା

ମସ୍କୋ, ୧୪ା୩: ୟୁକ୍ରେନ୍‌ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ସହାୟତା ମାଗିଥିବା ନେଇ ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍‌ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ରୁଷିଆକୁ ଚାଇନା ଏପରି ସହାୟତା ନ ଦେବାକୁ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ୍‌ ପରାମର୍ଶ ଦେଇଛନ୍ତି। ଏପରି କଲେ ଚାଇନା ବୈଶ୍ୱିକ ସ୍ତରରେ କଠୋର କଟକଣାର ସମ୍ମୁଖୀନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଭଳି କାମକୁ କେବେ ପ୍ରଶୟ ଦିଆଯାଇପାରିବ ନାହିଁ ବୋଲି ସୁଲିଭାନ୍‌ କହିଛନ୍ତି। ଆମେରିକାର ଏହି ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଓ୍ବାଶିଂଟନ୍‌ ପକ୍ଷରୁ ଭୁଲ ତଥ୍ୟ ପ୍ରଚାର କରାଯାଉଥିବା ଆମେରିକାରେ ଥିବା ଚାଇନା ରାଷ୍ଟ୍ରଦୂତ ଲିୟୁ ପେଙ୍ଗ୍ୟୁ କହିଛନ୍ତି। ସେହିପରି ନିଜ ଲକ୍ଷ୍ୟ ହାସଲ ନିମନ୍ତେ ରୁଷିଆ ପାଖରେ ଯଥେଷ୍ଟ ମିଲିଟାରୀ ସାମଗ୍ରୀ ରହିଛି ଏବଂ ଚାଇନାକୁ କୌଣସି ପ୍ରକାର ସେନା ସହାୟତା ମଗାଯାଇ ନ ଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୟୁକ୍ରେନ୍‌ ପ୍ରସଙ୍ଗରେ ସୁଲିଭାନ୍‌ ଏବଂ ଚାଇନାର ପ୍ରମୁଖ କୂଟନୀତିଜ୍ଞ ୟାଙ୍ଗ୍‌ ଜିଏଚିଙ୍କ ମଧ୍ୟରେ ରୋମ୍‌ରେ ଆଲୋଚନା ହୋଇଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଚାଇନା ଏପର୍ଯ୍ୟନ୍ତ ନିନ୍ଦା ନ କରି ନୀରବ ରହିଛି। ଏପରିକି ମସ୍କୋର ଆକ୍ରମଣ ସମ୍ପର୍କରେ ପୂର୍ବରୁ ଚାଇନା ଅବଗତ ଥିଲା ବୋଲି ଆମେରିକାର ଜୋ ବାଇଡେନ୍‌ଙ୍କ ପ୍ରଶାସନ ଦାବି କରୁଛି। ସୂଚନା ମୁତାବକ, ୟୁକ୍ରେନ୍‌ ଆକ୍ରମଣ ପରେ ବେଜିଂ ମସ୍କୋକୁ କୂଟନୈତିକ ସମର୍ଥନ ଜଣାଇଛି। ହେଲେ ଚାଇନା ମଧ୍ୟ ରୁଷିଆ ଉପରେ କଟକଣା ଲଗାଉ ବୋଲି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ବେଜିଂ ଉପରେ ଚାପ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri