ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଲା…

କ୍ୱିଭ୍‌, ୧୯।୩ : ଆଗକୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ରୁଷିଆ ୟୁକ୍ରେନ ଉପରେ କିଞ୍ଜଲ କ୍ଷେପଣାସ୍ତ୍ର ପକାଇ ଥିବାର ସୂଚନା ପ୍ରଦାନ କରିଛି। ପଶ୍ଚିମ ୟୁକ୍ରେନରେ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏହା ହୋଇଛି ବୋଲି ପ୍ରକାଶିତ ରୁଷିଆ ରିପୋର୍ଟରେ କୁହାଯାଇଛି। ହିରୋସିମା ଉପରେ ପଡିଥିବା ଫ୍ୟାଟ ମ୍ୟାନ ବୋମା ଅପେକ୍ଷା କିଞ୍ଜଲ କ୍ଷେପଣାସ୍ତ୍ର ୩୩ ଗୁଣ ଅଧିକ ଆଣବିକ ଭାର ଧାରଣ କରିପାରିଥାଏ।

ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାବେଳେ ଏହାକୁ ଗେମ୍‌ ଚେଞ୍ଜର ବୋଲି କୁହାଯାଉଥିଲା । ବର୍ତ୍ତମାନ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ରୁଷିଆ ଏହାକୁ ବ୍ୟବହାର କରିଥିବା ସ୍ବୀକାର କରିଛି। କିଞ୍ଜଲ ହେଉଛି ଏକ ବାୟୁ ଉତକ୍ଷେପଣ ହାଇପରସୋନିକ କ୍ଷେପଣାସ୍ତ୍ର । ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦୦ରୁ ୨୦୦୦ କିଲୋମିଟର। ଏହା ୪୮୦ କିଲୋଗ୍ରାମ ପରମାଣୁ ଭାର ଧାରଣ କରିପାରିବ। ହିରୋସିମା ଉପରେ ପଡିଥିବା ଫ୍ୟାଟ ମ୍ୟାନ ବୋମା ଠାରୁ ଏହି ପରିମାଣ ୩୩ ଗୁଣା ଅଧିକ।

ମାର୍ଚ୍ଚ ୨୦୧୮ ରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଞ୍ଜଲ କ୍ଷେପଣାସ୍ତ୍ରକୁ ସୈନ୍ୟବାହିନୀରେ ସାମିଲ୍‌ କରିଥିଲେ। କିଞ୍ଜଲ ୪୯୦୦ କିଲୋମିଟର ବେଗରେ ଗତି କରିଥାଏ। ଏହାର ଗତିକୁ ୧୨,୩୫୦ କିଲୋମିଟରକୁ ବୃଦ୍ଧି କରାଯାଇପାରେ। କିଞ୍ଜଲ କ୍ଷେପଣାସ୍ତ୍ରର ଆକ୍ରମଣ କ୍ଷମତା ଅତ୍ୟନ୍ତ ବିପଜ୍ଜନକ। ଏହା ଧ୍ୱଂସ ରହିବାକୁ ସକ୍ଷମ। ଏହା ଧ୍ୱନିଠାରୁ ୧୦ ଗୁଣା ଅଧିକ ଦ୍ରୁତ ଗତିରେ ଉଡିପାରେ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପ୍ରବେଶ କରିବାର ଏହାର କ୍ଷମତା ଅଛି ।

କିଞ୍ଜଲ କାଲିନିଗ୍ରାଡରେ ନିୟୋଜିତ ହୋଇଥିଲା। ଏହା ପୋଲାଣ୍ଡ ଏବଂ ଲିଥୁଆନିଆ ସୀମାବର୍ତ୍ତୀ ବଲ୍‌ଟିକ ସାଗରର ଏକ ଅଞ୍ଚଳ।
ତେବେ ରୁଷିଆ ଏହାର ବ୍ୟବହାର କରିଥିବା ନେଇ ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri