ରୁଷିଆ କାର ସର୍ଭିସ ଷ୍ଟେଶନରେ ବିସ୍ଫୋରଣ ୧୨ ମୃତ, ୬୬ରୁ ଅଧିକ ଆହତ

ମସ୍କୋ,୧୫।୮: ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ସମାଚାର ଏଜେନ୍ସି ଆରଆଇଏ ସ୍ଥାନୀୟ ମେୟର କାର୍ଯ୍ୟାଳୟର ସୂଚନାରୁ ଏହି ଖବର ଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ମଖଚକାଲର ଗ୍ଲୋବସ ସପିଂ ସେଣ୍ଟର ନିକଟରେ ଥିବା ଏକ କାର ସର୍ଭିସ ଷ୍ଟେଶନରେ ଏହି ବିସ୍ଫୋରଣ ଘଟିଛି।

ସମସ୍ତ ଜରୁରୀକାଳୀନ ସେବା ସେଠାରେ ଉପସ୍ଥିତ ଅଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଏଜେନ୍ସି କୌଣସି ସୂଚନା ଦେଇ ନାହିଁ। ସୋସିଆଲ ମିଡିଆରେ ଯାଞ୍ଚ ହୋଇ ନ ଥିବା ଭିଡିଓରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ଏକ ସ୍ବର ଶୁଭୁଛି ଯେ ଏହି ଘଟଣା ଏକ ଗ୍ୟାସ ଷ୍ଟେସନରେ ଘଟିଛି।
ମନ୍ତ୍ରଣାଳୟ ଟେଲିଗ୍ରାମରେ ଲେଖିଛି ଯେ, ମାଖଚକାଲରେ ଅଗ୍ନିକାଣ୍ଡରେ ୬୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କର ମୃତ୍ୟୁ ହୋଇଛି। କାସପିୟନ ସାଗରରେ ଅବସ୍ଥିତ ମାଖଚକାଲା ହେଉଛି ଦାଗିସ୍ତାନର ରାଜଧାନୀ। ରୁଷିର ଦୈନିକ ଇଜଭେଷ୍ଟିଆ ଦ୍ୱାରା ଟେଲିଗ୍ରାମରେ ଉଦ୍ଧୃତ ହୋଇଥିବା ଜଣେ ସାକ୍ଷୀଙ୍କ ଅନୁଯାୟୀ, କାର୍‌ ପାର୍କିଂ ହୋଇଥିଲା ସ୍ଥାନରେ ବିସ୍ଫୋରଣ ହୋଇ ଏହା ପାଖଷର ଥିବା ପେଟ୍ରୋଲ ଷ୍ଟେଶନକୁ ବ୍ୟାପି ଯାଇ ଥିଲା।
ଅଜଣା ସାକ୍ଷୀ କହିଛନ୍ତି ଯେ ବିସ୍ଫୋରଣ ପରେ ସବୁକିଛି ଆମ ମୁଣ୍ଡରେ ପଡିଗଲା, ଆମେ ଆଉ କିଛି ଦେଖି ପାରିଲୁ ନାହିଁ। ରିୟା ନୋଭୋଷ୍ଟି ନ୍ୟୁଜ ଏଜେନ୍ସି ଦ୍ୱାରା ଟେଲିଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଏକ କୋଠରୀରୁ ନିଆଁ ଲାଗିଥିବାର ଦେଖାଯାଇଥିଲା ଏବଂ ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri