କଟକଣା ଘେରରେ ରୁଷିଆ

କ୍ୱିଭ, ୨୪ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ପୂର୍ବାଞ୍ଚଳର ଡୋନ୍‌ବାସ୍‌ ଭୂଖଣ୍ଡକୁ ଡୋନେସ୍କ ଓ ଲୁହାନସ୍କ ରୂପେ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ପରେ ମସ୍କୋକୁ ଘାରିଛି କଟକଣା ଚିନ୍ତା। ରୁଷିଆ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। କଟକଣା ଲଦିବାର ନେତୃତ୍ୱ ନେଉଛନ୍ତି ଆମେରିକା, ବ୍ରିଟେନ ଓ କାନାଡା। ରୁଷିଆ ଆଗକୁ ବଢ଼ିଲେ ଆହୁରି କଠୋର କଟକଣା ଜାରି କରାଯିବ ବୋଲି ଚେତାବନୀ ଦେଇଥିବା ଆମେରିକା ଆଗାମୀ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ ଉପରେ ବଡ଼ ଯୁଦ୍ଧର ଆଶଙ୍କା ବ୍ୟକ୍ତ କରିଛି।
ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଡୋନେସ୍କ ଓ ଲୁହାନସ୍କ ରାସ୍ତାରେ ଘୂରି ବୁଲୁଥିବା ଅଧିକାଂଶ ଗାଡ଼ିରେ ଉଡ଼ୁଛି ରୁଷିଆ ପତାକା ଓ ଭିତରେ ଅଛନ୍ତି ରୁଷିଆ ସୈନ୍ୟ। ଆମେରିକା ମତରେ ରୁଷିଆ ନିଜର ସମସ୍ତ ସୈନ୍ୟଙ୍କୁ ୟୁକ୍ରେନ୍‌ ସୀମାକୁ ପଠାଇଦେଇଛି। ତେଣୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାଷ୍ଟ୍ରପତି ପୁଟିନ୍‌ ସମ୍ପୂର୍ଣ୍ଣ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ଅନ୍ୟପକ୍ଷରେ ପୁଟିନଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ବିଚ୍ଛିନ୍ନତାବାଦୀ ବିଦ୍ରୋହୀମାନେ ରୁଷୀୟ ସୈନ୍ୟଙ୍କୁ ନିମନ୍ତ୍ରଣ କଲେ ସେମାନେ ଯୁଦ୍ଧ ପାଇଁ ଆଗଭର ହେବେ ବୋଲି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ସବୁ ଭିତରେ ବୁଧବାର ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)ର ବାର୍ଷିକ ବୈଠକ ୟୁକ୍ରେନ ଉପରେ ବସିଛି। ୧୯୩ ସଦସ୍ୟ ବିଶିଷ୍ଟ ୟୁଏନ୍‌ଜିଏକୁ ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ରୁଷିଆର ଆକ୍ରମଣାତ୍ମକ ଯୋଜନା ରୋକିବା ନିମନ୍ତେ ଚାପ ପ୍ରୟୋଗ ଲାଗି ଅନୁରୋଧ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାଇ ଦେଇଛନ୍ତି ଯେ, ୟୁକ୍ରେନକୁ ରୁଷିଆ ଆକ୍ରମଣ କଲେ ଅନେକ ବର୍ଷ ଧରି ଏହାର ଭୟାବହ ପରିଣତି ଭୋଗିବାକୁ ପଡ଼ିବ। ପୁଟିନଙ୍କ କଠୋର ଆଭିମୁଖ୍ୟକୁ ଦେଖି ଗୁରୁବାର ୟୁକ୍ରେନ ସଙ୍କଟ ଉପରେ ୟୁରୋପୀୟ ସଂଘ(ଇୟୁ) ଏକ ଜରୁରୀ ବୈଠକ ଡାକିଛି। ଏଥିରେ ଇୟୁ ନେତାମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ନେଇ ଆଲୋଚନା କରିବେ। ଅନ୍ତର୍ଜାତୀୟ ଆଇନକୁ ସୁରକ୍ଷା ଦେବା ଏବଂ ରୁଷିଆକୁ ତାର ଅପକର୍ମ ପାଇଁ ଉତ୍ତରଦାୟୀ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ।

କାହା ପକ୍ଷରେ କିଏ

ୟୁକ୍ରେନ ସଙ୍କଟରେ ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଯୁଦ୍ଧ ହେଲେ ବିଶ୍ୱ ଦୁଇ ଭାଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ରୁଷିଆ ବିରୋଧରେ ଲଢ଼େଇ ପାଇଁ ଆମେରିକା ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ସମସ୍ତ ୩୦ ରାଷ୍ଟ୍ର ତଥା ପାଶ୍ଚାତ୍ୟ ଦେଶଗୁଡ଼ିକଠାରୁ ସହଯୋଗ ପାଇବ। ଏହା ସହ ଏସିଆର ଅନ୍ୟତମ ଶକ୍ତିଶାଳୀ ଦେଶ ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଆମେରିକାକୁ ସମର୍ଥନ ଦେବେ। ଆମେରିକା ବିରୋଧରେ ରୁଷିଆକୁ ଚାଇନା ସମସ୍ତ ପ୍ରକାର ସହଯୋଗ କରିବ। କାରଣ ଚାଇନା ମଧ୍ୟ ନାଟୋର ବିସ୍ତାର ଚାହୁଁନାହିଁ। ଏହାଛଡ଼ା ଆମେରିକା ରୁଷିଆର ଶତ୍ରୁରାଷ୍ଟ୍ର ହୋଇଥିବାବେଳେ ଚାଇନା ମଧ୍ୟ ଓ୍ବାଶିଂଟନ୍‌କୁ ନିଜର ବଡ଼ ପ୍ରତିଦ୍ୱନ୍ଦ୍ୱୀ ମନେକରେ। ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ଆର୍ମେନିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ବେଲାରୁଷ ରୁଷିଆ ପକ୍ଷରେ ରହିବେ। ଆମେରିକା ସହ ଇରାନ୍‌ର ସମ୍ପର୍କ ଭଲ ନ ଥିବାରୁ ଏହି ଦେଶ ରୁଷିଆକୁ ସହଯୋଗ କରିବ। ୟୁକ୍ରେନ ସଙ୍କଟରେ ଭାରତ କାହା ପକ୍ଷ ନେବା ତାହା କହିବା ସହଜ ନୁହେଁ। କାରଣ ରୁଷିଆ ଭାରତର ବନ୍ଧୁ ରାଷ୍ଟ୍ର ହୋଇଥିବାବେଳେ ଆମେରିକା ସହ ସମ୍ପର୍କ ଖରାପ କରିବାକୁ ନୂଆଦିଲ୍ଲୀ ଚାହିଁବ ନାହିଁ। ଅନ୍ୟପକ୍ଷରେ ୨୦୦୯ରେ ନାଟୋରେ ସାମିଲ ହୋଇଥିବା କ୍ରୋଏସିଆ ରୁଷିଆ ବିରୋଧୀ ଆଭିମୁଖ୍ୟ ଦେଖାଉ ନାହିଁ। ରୁଷିଆର ସୁରକ୍ଷା କଥା ଚିନ୍ତା କରିବା ଆବଶ୍ୟକ ବୋଲି ପୂର୍ବରୁ କ୍ରୋଏସିଆ କହିଥିଲା। କିନ୍ତୁ ପୁଟିନ୍‌ ପୂର୍ବ ୟୁକ୍ରେନର ଡୋନେସ୍କ ଏବଂ ଲୁହାନ୍‌ସ୍କକୁ ସ୍ବାଧୀନ ଘୋଷଣା କରିବା ପରେ କ୍ରୋଏସିଆ ଏହାକୁ ନିନ୍ଦା କରିଥିଲା। ତେଣୁ ଏହି ଦେଶ କାହାକୁ ସମର୍ଥନ ଦେବ ତାହା କହିହେବ ନାହିଁ। ସେହିପରି ଆଜରବାଇଜାନ ଏବଂ ପାକିସ୍ତାନ ରୁଷିଆ ପକ୍ଷରେ ରହିପାରନ୍ତି।

ପ୍ରଭାବିତ ହେବନି ରୁଷିଆ-ଭାରତ ସମ୍ପର୍କ

ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଜାରି କରିବାରେ ଲାଗିଥିବାବେଳେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଭାରତ। ୟୁରୋପୀୟ ସଂଘ ଓ ଆମେରିକାର କଟକଣା ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ପ୍ୟାରିସ୍‌ରେ ଆୟୋଜିତ ଏକ ପ୍ୟାନେଲ ଆଲୋଚନାବେଳେ ଜୟଶଙ୍କର କହିଛନ୍ତି, ୟୁକ୍ରେନ ପ୍ରସଙ୍ଗରେ ଯାହା ସବୁ ଚାଲିଛି ତାହା ନାଟୋର ବିସ୍ତାର, ସୋଭିଏଟ୍‌ ପରବର୍ତ୍ତୀ ରାଜନୀତି ଏବଂ ରୁଷିଆ-ପାଶ୍ଚାତ୍ୟ ଟଣାଓଟରା ଯୋଗୁ ହେଉଛି। ତେଣୁ ରୁଷିଆ ନୁହେଁ ବରଂ ଚାଇନା ପକ୍ଷରୁ ଆସୁଥିବା ଚ୍ୟାଲେଞ୍ଜ ଉପରେ ବିଶ୍ୱ ସମୁଦାୟ ଅଧିକ ସତର୍କ ରହିବା ଦରକାର।

ମୁଖ୍ୟ ଅପ୍‌ଡେଟ୍‌

ଆଲୋଚନା ଓ କୂଟନୈତିକ ରାସ୍ତାରେ ସମାଧାନ ପାଇଁ ରୁଷିଆ ପ୍ରସ୍ତୁତ ଥିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି। କିନ୍ତୁ ଦେଶର ସ୍ବାର୍ଥକୁ ନେଇ କୌଣସି ମୂଲ୍ୟରେ ମସ୍କୋ ବୁଝାମଣା କରିବ ନାହିଁ ବୋଲି ସେ ଦୋହରାଇଛନ୍ତି।
ୟୁରୋପୀୟ ନିରାପତ୍ତାର ଭାଗ୍ୟ ୟୁକ୍ରେନରେ ସ୍ଥିର କରାଯାଉଛି ବୋଲି ଏହାର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏହାସହ ଉଭୟ ପାଶ୍ଚାତ୍ୟ ଦେଶ ଏବଂ ରୁଷିଆଠାରୁ ସେ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଓ ତତ୍କାଳ ସୁରକ୍ଷାର ଗ୍ୟାରେଣ୍ଟି ଦାବି କରିଛନ୍ତି।
ଉତ୍ତେଜନା ବୃଦ୍ଧି ମଧ୍ୟରେ ଗୁରୁବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗେ ଲାଭ୍‌ରୋଭ୍‌ଙ୍କ ସହ ହେବାକୁ ଥିବା ବୈଠକକୁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ବାତିଲ କରିଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ନ କଲେ ଆଲୋଚନା ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ରୁଷିଆ ଆକ୍ରମଣ ଆରମ୍ଭ କରି କୂଟନୈତିକ ରାସ୍ତାକୁ ବନ୍ଦ କରିଦେଇଛି ବୋଲି ବ୍ଲିଙ୍କେନ୍‌ କହିଛନ୍ତି।
ଆମେରିକା ଲଗାଇଥିବା କଟକଣାର ଦୃଢ଼ ଜବାବ ଦିଆଯିବ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଆର୍ଥିକ କଟକଣା ସମସ୍ୟାର ସମାଧାନ ନୁହେଁ ବୋଲି ଚାଇନା ପକ୍ଷରୁ କୁହାଯାଇଛି।
ଜାପାନରେ ରୁଷିଆ ସରକାରଙ୍କ ବଣ୍ଡ୍‌ ଇସ୍ୟୁ ଏବଂ ବଣ୍ଟନ ଉପରେ ବ୍ୟାନ୍‌ ଲାଗିଛି। ସେଠାରେ ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କ ଥିବା ସମ୍ପତ୍ତି ଫ୍ରିଜ୍‌ କରାଯାଇଛି। ଡୋନେସ୍କ ଏବଂ ଲୁହାନ୍‌ସ୍କରେ ସମସ୍ତ କାରବାର ବନ୍ଦ ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଫ୍ୟୁମିଓ କିସିଦା ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଏବଂ କାନାଡା ମଧ୍ୟ ବୁଧବାର ରୁଷିଆ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି।
ୟୁକ୍ରେନକୁ ଅଧିକ ସାମରିକ ସହାୟତା ଯୋଗାଇଦେବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଏଥିରେ ଘାତକ ଅସ୍ତ୍ରଶସ୍ତ୍ର ସାମିଲ ରହିବ।
ପୂର୍ବ ୟୁକ୍ରେନର ଡୋନେସ୍କ ଏବଂ ଲୁହାନ୍‌ସ୍କକୁ ରୁଷିଆ ସ୍ବାଧୀନ ମାନ୍ୟତା ଦେବାକୁ ସମର୍ଥନ କରିଥିବା ୩୫୧ ରାଜନେତା ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ଉପରେ କଟକଣା ଲଗାଯାଇଛି। ୟୁକ୍ରେନ ପାର୍ଲାମେଣ୍ଟରେ ଏହି ପ୍ରସ୍ତାବକୁ ଭୋଟ ମିଳିଛି। ୟୁକ୍ରେନ ମଧ୍ୟରେ ପ୍ରବେଶ କଟକଣା ଏବଂ ସେମାନଙ୍କ ବ୍ୟବସାୟ ଓ ଅନ୍ୟ କାରବାର ସମ୍ବନ୍ଧୀୟ ଲାଇସେନ୍ସ ବାତିଲ କରାଯିବାକୁ ଏଥିରେ ପ୍ରସ୍ତାବ ରହିଛି।
ୟୁକ୍ରେନ ସରକାର, ବହିର୍ବ୍ୟାପାର ମନ୍ତ୍ରଣାଳୟ ଓ ପାର୍ଲାମେଣ୍ଟ ଓ୍ବେବ୍‌ସାଇଟକୁ ବୁଧବାର ହ୍ୟାକର୍ସମାନେ ପୁଣି ଟାର୍ଗେଟ କରିଛନ୍ତି। ଏଥିଯୋଗୁ ଏହି ସାଇଟ୍‌ଗୁଡ଼ିକ ଧିମେଇ ଯିବା ସହ ଏହାର ଆକ୍‌ସେସ୍‌ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri